ବିଏମସି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ: କଟକରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର/କଟକ: ରିଷି ମୃତୁ ୍ୟ ଓ ବିବାଦୀୟ ଭିଡିଓରେ ଭୁବନେଶ୍ୱର ମେୟରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଆଜି କଂଗ୍ରେସ ପକ୍ଷରୁ ବିଏମସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ କଟକରେ ଡିଜିପିଙ୍କ ଅଫିସ ଆଗରେ ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି ।
ପିିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ବିଏମସି ଆଗରେ ବିକ୍ଷୋଭ ଓ ଧାରାଣା ଦେଇଛନ୍ତି । ପ୍ରସାଦ କହିଛନ୍ତି, ସରକାର କେତେଦିନ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବେ । ରିଷି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମେୟରଙ୍କ ଇସ୍ତଫା ଦାବିରେ ବିଏମସି ଅଫିସ ଆଗରେ ଧାରଣା ଦିଆଯାଉଛି । ଏହା ଆଗକୁ ଜାରି ରହିବ । ଆବଶ୍ୟକ ହେଲେ ଏହାକୁ ସାରା ରାଜ୍ୟରେ ବ୍ୟାପକ କରାଯିବ । ନବୀନ ବାବୁ ସବୁବେଳେ ସ୍ୱଚ୍ଛ ଶାସନର କଥା କହି ଆସିଛନ୍ତି । ତାଙ୍କ ଦେହରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଦାଗ ଲାଗି ସାରିଛି । ଏ ସରକାର ଏକ ଦାଗି ସରକାର ପାଲଟି ଗଲାଣି । ରାଜ୍ୟରେ ଶାସନ କରିବାକୁ ସରକାର ନୈତିକତା ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ସହ ସମ୍ପୃକ୍ତି ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ରହିଛି । ବିରୋଧକୁ ଭଣ୍ଡୁର କରିବା ହତାଶାର ଲକ୍ଷଣ । ବିରୋଧୀଙ୍କୁ ଚାପି ଦେବାକୁ ସରକାରୀ କଳ, ପୋଲିସ ଓ ଦଳୀୟ ଗୁଣ୍ଡାଙ୍କୁ ଲଗାଇବା ଗଣତନ୍ତ୍ର ବିରୋଧୀ । କେଉଁଠି କେଉଁଠି ବିକ୍ଷୋଭକୁ ଭଣ୍ଡୁର କରିବେ । ସାରା ରାଜ୍ୟରେ ଯେତେବେଳେ ନିଆଁ ଜଳିବ ସେ ନିଆଁକୁ ଏ ସରକାର ଲିଭାଇ ପାରିବେ ନାହିଁ । ମେୟର ଅନନ୍ତ ନାରାୟଣ ଜେନା ଇସ୍ତଫା ଦେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ।
ସେପଟେ କଟକରେ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଭୁବନେଶ୍ୱରରେ ବନ୍ଦ ପାଳନ ବେଳେ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିଜେପି ପକ୍ଷରୁ କଟକରେ ଥିବା ପୋଲିସ ଡିଜିଙ୍କ ଅଫିସ ଘେରାଉ କରାଯାଇଥିଲା । ବିଜେପି କର୍ମୀମାନେ ଡିଜିପି ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ ଅତିରିକ୍ତ ଡିଜିପି ଆସି ଆନେ୍ଦାଳନକାରୀ ବିଜେପି ନେତାଙ୍କୁ ବୁଝାବୁଝି କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ । ଓଡ଼ିଆ ବଜାରରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଡିଜିପିଙ୍କ ଅଫିସ ଆଗରେ ପହଞ୍ଚିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ନେତା ସମୀର ଦେ କହିଛନ୍ତି, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଟକ ଆସିବେ । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ତାଙ୍କୁ ବିରୋଧ କରାଯିବ । ମେୟରଙ୍କୁ ତୁରନ୍ତ ଗିରଫ କରାଯିବା ସହ ଗତାକାଲି ଆନେ୍ଦାଳନ ବେଳେ ଗୁଳି ଫୁଟାଇ ଗୁଣ୍ଡାରାଜ କରିଛନ୍ତି, ସେମାନଙ୍କୁ ଗିରଫ କରାଯାଉ । ସେହିପରି ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ଦୁଇଟି ଦାବି ନେଇ ଆମେ ଡିଜିପିଙ୍କ ପାଖକୁ ଆସିଥିଲୁ । ପ୍ରଥମ ଦାବି ଥିଲା ରିଷିଙ୍କ ହତ୍ୟାକାରୀଙ୍କୁ ଗିରଫ କରାଯାଉ । ମେ ୫ରୁ ରିଷିଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାରୀ ଭୁବନେଶ୍ୱରରେ ଆରମରେ ବୁଲୁଛନ୍ତି । ଗତକାଲି ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣା ପଛରେ ଏହି ହତ୍ୟାକରୀ ମୁଖ୍ୟ ନାୟକ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିସ୍କାର କରନ୍ତୁ ଓ ପୋଲିସ ଗିରଫ କରୁ । ଦ୍ୱିତୀୟ ଦାବି ହେଲା ଗତକାଲ ଗୁଣ୍ଡାରାଜ କରି ମରଣାନ୍ତକ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯାଉ । ଅତିରିକ୍ତ ଡିଜିପି କହିଛନ୍ତି, ବିଜେପିର ରାଜ୍ୟ ଓ କର୍ମକର୍ତ୍ତାମାନେ ଦାବିପତ୍ର ଦେଇଛନ୍ତି । ଡିଜିପି ଓ ବରିଷ୍ଠ ଅଧିକାରୀ ଏହାର ସମୀକ୍ଷା କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here