You are here
Home > ପଲିଟିକ୍ସ > ନବୀନଙ୍କ ମାଲକାନଗିରି ଗସ୍ତକୁ ବିରୋଧ କରିବି : ପ୍ରଦୀପ

ନବୀନଙ୍କ ମାଲକାନଗିରି ଗସ୍ତକୁ ବିରୋଧ କରିବି : ପ୍ରଦୀପ

ଭୁବନେଶ୍ୱର (ଓଏନ୍ଏ): ମାଲକାନାଗିରିରେ ହୋଇଥିବା ଗୁରୁପ୍ରିୟା ସେତୁ ଉଦ୍ଘାଟନ ଉତ୍ସବକୁ ବିରୋଧ କରିବ କଂଗ୍ରେସ । ଆଦିବାସୀ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉ ନ ଥିବା ଓ ସମସ୍ୟାର ସମାଧାନ କରୁ ନଥିବା ଅଭିଯୋଗ ଆଣି ଏଭଳି ଭିରୋଧ କରିବ ବୋଲି ଘୋଷଣା କରିଛି କଂଗ୍ରେସ । ଉଦ୍ଘାଟନ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲେ ତାଙ୍କୁ ବିରୋଧ କରିବେ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି । ରାଜ୍ୟ ବିଜେଡି ସରକାର ଆଦିବାସୀମାନଙ୍କ ବିକାଶ ଲାଗି କୌଣସି କାର୍ଯ୍ୟ କରୁ ନ ଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଜଣାଇଛନ୍ତି । ଶ୍ରୀ ମାଝି ଗଣମାଧ୍ୟମକୁ କହିଛନ୍ତି ଯେ, ୟୁପିଏ ସରକାର ସମୟରେ ଏହି ଗୁରୁପ୍ରୀୟା ସେତୁର ମଞ୍ଜୁରୀ ଦିଆଯାଇଥିଲା । କିନ୍ତୁ ବିଜେଡି ସରକାର ଏହାକୁ ନିଜ ନାମରେ ନେଇ ବାହାବାହା ନେଉଛନ୍ତି । ଅନ୍ୟପଟରେ ଆଦିବାସୀମାନଙ୍କର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଶୁଣୁନାହାଁନ୍ତି । ଛାତ୍ରଛାତ୍ରୀମାନଙ୍କୁ ଜାତିଗତ ପ୍ରମାଣପତ୍ର ମିଳୁନାହିଁ । ସରକାରଙ୍କୁ ଯାହା କହିଲେ ବି ସେମାନେ କର୍ଣ୍ଣପାତ କରୁନାହାଁନ୍ତି । ଏଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିବ । ଆସନ୍ତା ୯ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଶ୍ରୀ ମାଝି ଘୋଷଣା କରିଛନ୍ତି ।

Loading...
ONA

Leave a Reply

Top