୰ଲୁଲୁଙ୍କ ଘରେ ମେଳି

ଭୁବନେଶ୍ୱର: କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଘରେ ଆଜି କଂଗ୍ରେସ ନେତାଙ୍କ ବନ୍ଧୁ ମିଳିନ ହୋଇଛି । ଗୋଷ୍ଠୀ କନ୍ଦଳକୁ ପଛରେ ପକାଇ ବହୁଦିନ ପରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବି ବିଶ୍ୱାଳ, ରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି ଓ ରନସିଂହ ମିଶ୍ରଙ୍କ ସମେତ କିଛି ବିଧାୟକ ଏକାଠି ହୋଇଛନ୍ତି । ତେବେ ଏହି ବନ୍ଧୁ ମିଳନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅନୁପସ୍ଥିତ ଥିବା ଜଣାପଡିଛି । ତେବେ କେଉଁ କାରଣ ପାଇଁ ପ୍ରସାଦ ସେଠାକୁ ଯାଇ ନାହାନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ । ଅଥବା ତାଙ୍କୁ ଡକା ଯାଇଛି ନା ନାହିଁ, ସେନେଇ କଂଗ୍ରେସ ବିଧାୟକମାନେ କିିଛି ସ୍ପଷ୍ଟ କରିନାହାନ୍ତି । ସାଂସଦ ରଞ୍ଜୀବ ବିଶ୍ୱାଳ କହିଛନ୍ତି, ଲୁଲୁ ବାବୁ ଦୀର୍ଘ ଦିନ ହେବ ଛାତ୍ର ଓ ଯୁବ ଗୋଷ୍ଠୀ ସହ ଜଡିତ ଥିଲେ । ତାଙ୍କ ମୃତୁ୍ୟ ପରେ ସେମାନେ ଦିଗହରା ହୋଇଯାଇଛନ୍ତି । ଆଜି ଲୁଲୁଙ୍କ ସାନ ଭାଇ ଓ ତାଙ୍କ ଝିଅ ସମସ୍ତଙ୍କୁ ଏକାଠି କରିଛନ୍ତି । ଲୁଲୁ ବାବୁ ଯେଉଁ କାର୍ଯ୍ୟକ୍ରମ କରୁଥିଲେ ତାହା କିପରି ଭାବେ ସଂଗଠିତ , ସ୍ଥାଣିତ ଓ ଶକ୍ତିଶାଳୀ କରାଯିବ ଏହା ଦଳର ପ୍ରଥମ ପଦକ୍ଷେପ ହେବ । ଲୁଲୁ ବାବୁ ଯେପରି ସଂଗ୍ରାମ କରୁଥିଲେ ତାଙ୍କ ସଂଗ୍ରାମକୁ ଜାରି ରଖାଯିବ । ଦଳ ଲୁଲୁ ବାବୁଙ୍କ ସଂଗ୍ରାମକୁ କିପରି ନାମ ଦେବ ସେହି ପରିପ୍ରେକ୍ଷୀରେ ଆମେ ସମସ୍ତେ ଏକଜୁଟ ହୋଇଛୁ । ଲୁଲୁଙ୍କ ସାନ ଭାଇ କହିଛନ୍ତି, ମୋ ପାଇଁ ରାଜନୀତି ହୋଉଛି ଜନସେବା । ଯେଉଁ ରାଜନୀତି ଭାଇନା କରୁଥିଲା ମୁଁ ସେହି ରାଜନୀତିକୁ ସମର୍ଥନ କରେ । ଯଦି ଭବିଷ୍ୟତରେ ରାଜନୀତି କରିବି ତେବେ ଲୁଲୁଙ୍କ ପଥ ଅନୁସରକଣ କରିବି । ଲୁଲୁଙ୍କ ଝିଅ ଉପାସନା କହିଛନ୍ତି, ବାପାଙ୍କ ସ୍ୱପ୍ନକୁ କାମରେ କରି ଦେଖାଇବି । ବାପା ମ୍ୟାନ୍ ଅଫ୍ ଆକ୍ସନ ଥିଲେ, ମୁଁ ତାଙ୍କ ଭଳି ହେବି । ଆପଣମାନେ ଯାହାକୁ ସଂଗଠନ କହୁଛନ୍ତି, ସେ ତାଙ୍କ ପରିବାର ଥିଲା । ସେ ପରିବାରକୁ ସେଥିରେ ଧରି ଆଗକୁ ଯିବି । ବାପାଙ୍କ ଶୂନ୍ୟସ୍ଥାନକୁ ଦାଦାଙ୍କ ସହ ମିଶି ପୂରଣ କରିବି ବୋଲି କହିଛନ୍ତି ଉପାସନା ।