You are here
Home > ବଡ଼ଖବର > ଦାମଙ୍କ ବିରୋଧରେ କଂଗ୍ରେସ ନେତା ବିଭୁଙ୍କ ସଙ୍ଗୀନ ଅଭିଯୋଗ

ଦାମଙ୍କ ବିରୋଧରେ କଂଗ୍ରେସ ନେତା ବିଭୁଙ୍କ ସଙ୍ଗୀନ ଅଭିଯୋଗ

ପରାଦୀପରେ ଅପରାଧୀଙ୍କ ରିଂ ମାଷ୍ଟ ହେଉଛନ୍ତି ଦାମ

ଭୁବନେଶ୍ୱର: ପାରାଦୀପ ଏବେ ଅପାରାଧୀଙ୍କ ଚରାଭୂଇଁ ପାଲଟିଛି । ଏହାର ରିଙ୍ଗ ମାଷ୍ଟର ହେଉଛନ୍ତି ବିଜେଡି ନେତା ଡାକ୍ତର ଦାମୋଦର ରାଉତ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ ଆଜି ଏକ ସାମ୍ବଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ପାରାଦୀପରେ ଦୈନିକ ବୋମା, ଗୁଳି ଫୁଟିବାରେ ଲାଗିଛି । ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରି ତଦନ୍ତ ହେବାକୁ ସେ ଦାବି କରିଛନ୍ତି ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ ଅଭିଯୋଗ କରି କହିଥିଲେ ଯେ, ପାରାଦୀପ ଏକ ଶିଳ୍ପ ଉଦ୍ୟାନରେ ପରିଣତ ହେବାକୁ ଯାଉଛି । ପାରାଦୀପ ବନ୍ଦର, ତୈଳ ବିଶୋଧନାଗାର, ପିପିଏଲ, ଇଫକୋ ସାର କାରଖାନା, ଏସ୍ଆର୍ ପାଲେଟ କାରଖାନା, କାର୍ବନ ଇଣ୍ଡିଆନ ବନୋସ୍ପତି କାରଖାନା ସମତେ ଅନେକ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ପାଇଁ ନିର୍ମାଣାଧୀନ କାର୍ଯ୍ୟ ଚାଲୁରହିଛି । ଇଡକୋ ପକ୍ଷରୁ ୧୦୦୦ ଏକର ଜମି ଅଧିଗ୍ରହଣ କରାଯାଇଛି । ଗୋଟିଏ ପଟେ ଶିଳ୍ପ ପାଇଁ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେଲା ବେଳେ ଅନ୍ୟ ପକ୍ଷରେ ପାରାଦୀପରେ ହତ୍ୟା, ଲୁଣ୍ଠନ, ରାହାଜାନୀ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟ ଶାସକ ଦଳ ବିଜେଡିର ହାତବାରସି ସାଜି ଆଜି ଅନେକ ଅପରାଧୀ ନିଜର ପୁଞ୍ଜି ବଢ଼ାଇବା ସହିତ ବିଜେଡିକୁ ଖୋଲା ସମର୍ଥନ ଦେଇ ନିଜର ଅପରାଧୀ ପ୍ରତିଛବିକୁ ଆଢ଼ୁଆଳରେ ରଖିଛନ୍ତି । ନିକଟରେ ଅପରାଧ ସାମ୍ରାଜ୍ୟର ବାଦ୍ସା ଟିଟୋ ଲିଙ୍କରେ ବାପୁ ପରିଡ଼ା ଓ ତାର ସହଯୋଗୀଙ୍କୁ ଏସଟିଏଫ ଗିରଫ କଲା ପରେ ପୂର୍ବତନମନ୍ତ୍ରୀ ତଥା ବିଧାୟକ ଡାକ୍ତର ଦାମୋଦର ରାଉତ ଯେପରି ଭାବେ ବାପୁ ପରିଡ଼ାକୁ ଖୋଲା ସମର୍ଥନ ଦେଲେ ତାହା ଅତ୍ୟନ୍ତ ନିନ୍ଦନିୟ । ଦାମୋଦର ରାଉତ ତାଙ୍କ ରାଜନୀତିକ ଜୀବନରେ ପାରାଦୀପରେ ନିଜର ପ୍ରଭାବ ବିସ୍ତାର ଉଦ୍ଦେଶ୍ୟରେ ଅନେକ ଅପରାଧୀଙ୍କୁ ସୃଷ୍ଟି କରିଛନ୍ତି । ସେମାନଙ୍କ ଦ୍ୱାରା ଅର୍ଥ ରୋଜଗାର କରୁଛନ୍ତି । ପୁଲିସ ପ୍ରଶାସନକୁ ଦିଗହରା କରି ନିଜେ ସେମାନଙ୍କର ଅଭୟ ଆଶ୍ରୟସ୍ଥଳୀ ପାଲଟିଛନ୍ତି ।
ଶ୍ରୀ ତରାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ଗୃହ ବିଭାଗ ଥିଲା ବେଳେ ଗତ ୧୮ ବର୍ଷର ଶାସନ କାଳରେ ପାରାଦୀପ ଅପରାଧୀଙ୍କ ଚରାଭୂଇଁରେ ପରିଣତ ହୋଇଛି । ଦାମୋଦର ରାଉତଙ୍କ ଛତ୍ରଛାୟା ତଳେ ଅନେକ ଅପରାଧୀ ବିଚରଣ କଲାବେଳେ ଅନ୍ୟ କେତେ ମୁଷ୍ଟିମେୟ ଅପରାଧୀ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ରାଜ୍ୟ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ପୃଷ୍ଠପୋଷକତାରେ ଅପରାଧ ସାମ୍ରାଜ୍ୟର ମୂଳ ଦୁଆକୁ ଦୃଢ଼ କରି ଚାଲିଛନ୍ତି । ଗତ ୧୦ ବର୍ଷ ତଳେ ମୁନା ପତି, ମହେନ୍ଦ୍ର ସ୍ୱାଇଁ ଓ ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ହତ୍ୟାକାଣ୍ଡ ପରି ଜଘନ୍ୟ ଅପରାଧ ସାଙ୍ଗକୁ ନିଜ ଆଧିପତ୍ର ଜାହିର କରିବା ପାଇଁ ଅପରାଧୀମାନେ ଗୁଳି ଫୁଟାଇବା, ବୋମାମାଡ଼ କରିବା ପାରାଦୀପରେ ନୀତିଦିନିଆ ଘଟଣାରେ ପରିଣତ ହୋଇଛି । ସୁପାରିଦେଇ ଅପରାଧୀଙ୍କୁ ନିୟୋଜିତ କରିବା ପ୍ରକ୍ରୀୟା ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଯୁବକମାନଙ୍କୁ ଚାକିରି ଲୋଭ ଦେଖାଇ ପ୍ରୋଟେକ୍ସନ ଗ୍ରୁପରେ ରଖି ଅସାମାଜିକ କାର୍ଯ୍ୟରେ ଲଗାଇ ଭଦ୍ରଖୋଳପାରେ ଥିବା ଅପରାଧୀମାନେ ପାରାଦୀପ ଓ କୁଜଙ୍ଗର ଗ୍ରାମଗୁଡ଼ିକ ବିଷୟ ବଳୟରେ ପରିଣତ କରୁଛନ୍ତି । ପ୍ରତ୍ୟେକ ଗ୍ରାମରେ ଲାଇସେନ୍ସ ନଥିôବା ବନ୍ଧୁକ ନେଇ ଅପରାଧୀମାନେ ବିଚରଣ କରୁଛନ୍ତି । ପାରାଦୀପ ଶିଳ୍ପାଞ୍ଚଳରେ ବ୍ୟବସାୟ ଓ ରାଜନୀତିକୁ ବନ୍ଧୁକ ମୂନରେ ନିୟନ୍ତ୍ରିତ କରିବା ପାଇଁ ଯେଉଁ ଅସାଧୁ ଉଦ୍ୟମର ପ୍ରତିଯୋଗିତା ଚାଲିଛି ସେଥିରେ ସାଧାରଣ ଲୋକେ ସର୍ବଦା ଆତଙ୍କିତ ଓ ଆଶଙ୍କିତ ଅବସ୍ଥାରେ ଅଛନ୍ତି । ପାରାଦୀପ ପୁଲିସ ପ୍ରଭାବିତ ହୋଇ ଉକ୍ତ ସେମ୍ବଦନଶୀଳ ଘଟଣା ସବୁକୁ ସାଧାରଣ ଘଟଣା କହି ତଦନ୍ତକୁ ଭିିନ୍ନ ମୋଡ଼ ଦେଉଛି । ପ୍ରଛଦପଟରେ ଥିବା ପ୍ରଭାବଶାଳୀ ନେତା ଓ ଅପରାଧୀଙ୍କୁ ଚିହ୍ନଟ ନ କରି ତଦନ୍ତକୁ ଶେଷ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଶ୍ରୀ ତରାଇ ପୁଣି କହିଛନ୍ତି ଯେ, ପଣ୍ଡିତ ନେହେରୁ, ଇନ୍ଦିରା ଗାନ୍ଧି, ଡକ୍ଟର ମନମୋନହ ସିଂ, ଜାନକିବହ୍ଲାଭ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳଙ୍କ ପରି କଂଗ୍ରେସ ନେତୃମଣ୍ଡଳୀ ପାରାଦୀପରେବନ୍ଦର ସମେତ ଅନେକ ଶିଳ୍ପ ପ୍ରତିଷ୍ଠା କଲା ବେଳେ ସ୍ୱପ୍ନ ଦେଖିଥିଲେ ସେଥିରେ କେନ୍ଦ୍ର ଓ ରାଜ୍ୟ ରାଜସ୍ୱ ବୃଦ୍ଧି ହେବ ଏବଂ ବେକାର ଯୁବକମାନେ ନିଯୁକ୍ତି ପାଇବେ ଓ ବ୍ୟବସାୟ ଜରିଆରେ ସାଧାରଣ ଲୋକଟିଏ ସ୍ୱାବଲମ୍ବି ହେବ । ଅନେକ ସ୍ୱପ୍ନ ପୁରଣ ହୋଇଛି ସତ କିନ୍ତୁ ରାଜ୍ୟ ସରକାର ପାରାଦୀପରେ ଅପରାଧ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପାରାଦୀପର ଶିଳ୍ପ ଅନୁକୂଳ ପରିବେଷ ନଷ୍ଟ ହୋଇଛି ଓ ପୁଞ୍ଜିନିବେଶ ପ୍ରକ୍ରୀୟା ବାଧା ପାଇବାର ସମ୍ଭାବନା ଦେଖାଦେଇଛି । ଗୋଟିଏ ପଟେ ମେକି ଇନ ଓଡ଼ିଶା ସ୍ଲୋଗାନ ଦେଉଥିବା ମୁଖ୍ୟମନ୍ତ୍ରୀ ପାରାଦୀପ ଘଟୁଥି ଅପରାଧକୁ ଜାଣି ମଧ୍ୟ ଅପରାଧୀଙ୍କୁ ଘଣ୍ଟ ଘଉଡ଼ାଇବା ରାଜ୍ୟରେ ଶିଳ୍ପ ବିକାଶର ବାଧା ହେଉଛି । ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାରେ କ୍ରାଇବ୍ରାଞ୍ଚର ଦିଗହରା ତଦନ୍ତ ବି ସ୍ପଷ୍ଟ ହୋଇଛି । ଆଜି ପାରାଦୀପରେ ଜେଏମ ବକ୍ସି ଏବଂ ଏଆଣ୍ଡଟି କମ୍ପାନୀର ବର୍ଥ ନିର୍ମାଣ କାର୍ଯ୍ୟ ଟିଟୋ ଲିଙ୍କରେ ଥିବା ଅପରାଧୀମାନଙ୍କ ନିୟନ୍ତ୍ରଣରେ ଅଛି ବୋଲି ଶ୍ରୀ ତରାଇ ଅଭିଯୋଗ କରିଛନ୍ତି ।
ଏପରିକି ଶ୍ରୀ ତରାଇ ନିଜ ଦଳର ପାରାଦୀପ ନେତା ବାପି ସର୍ଖେଲଙ୍କ ବିରୋଧରେ ବି ମତ ରଖିଛନ୍ତି । ସେ କହିଛନ୍ତ ବାପି ସର୍ଖେଲ ପୂର୍ବରୁ ଡାକ୍ତର ଦାମୋଦର ରାଉତଙ୍କୁ ନିଜର ଗୁରୁ ବୋଲି କହୁଥିଲେ । କଂଗ୍ରେସକୁ ଆସିବା ପୂର୍ବରୁ ବାପି ଦାମଙ୍କୁ ତାଙ୍କ ରାଜନୀତିକ ଗୁରୁ ବୋଲି କହୁଥିଲେ । ସେ ଡାକ୍ତର ଦାମୋଦର ରାଉତଙ୍କ ସହ ଆଗରୁ ଥିଲେ । କଂଗ୍ରେସ କିଛି ଅପରାଧୀଙ୍କ ପୃଷ୍ଠ ଭୂମି ଥିବା ଲୋକ ପଶିଆସିଛନ୍ତି ବୋଲି ଶ୍ରୀ ତରାଇ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଇଂ. ପ୍ରମୋଦ ଜେନା ଶ୍ରୀ ତରାଇଙ୍କ ସହ ଉପସ୍ଥିତ ଥିଲେ ।

Loading...
ONA

Leave a Reply

Top