କଂଗ୍ରେସର ଜନ ଆକ୍ରୋସର ରାଲିରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ନିର୍ବାଚନୀ ମୋଡରେ କଂଗ୍ରେସ । ଲୋକଙ୍କ ଭିତରେ ଥିବା ଆକ୍ରୋଶକୁ ନେଇ ରାଜନୀତି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ପାଇଁ ରାମଲୀଲା ମୈଦାନରେ ରାଲି କରିଛି କଂଗ୍ରେସ । ଏଥିରେ କର୍ମୀ ଏବଂ ନେତାଙ୍କ ଭିତରେ ଭରସା ଭରିବା କାମ କରିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।
ଦିଲ୍ଲୀ ରାମଲୀଳା ମଇଦାନରୁ କଂଗ୍ରେସର ୨୦୧୯ ନିର୍ବାଚନୀ ବିଗୁଲ । ସାଧାରଣ ନିର୍ବାଚନରେ କଂଗ୍ରେସ ଟ୍ରାକକୁ ଫେରିବ ଏବଂ କର୍ଣ୍ଣାଟକରୁ ଏହି ବିଜୟ ଅଭିଯାନ ଆରମ୍ଭ ହେବ ବୋଲି ଟାଣପଣ ଦେଖାଇଛନ୍ତି ରାହୁଲ । ୧୮ବର୍ଷ ହେଉ କି ୯୦ବର୍ଷ, ଦଳରେ ସମସ୍ତଙ୍କୁ ଉଚିତ ଆଦର ମିଳିବ । ଯଦି କେହି ଅସମ୍ମାନ କରେ ତେବେ ଆକ୍ସନ ନେବି କହି କଂଗ୍ରେସ କର୍ମୀଙ୍କୁ ରାହୁଲ ଭରସା ଦେଇଛନ୍ତି । ଜନ ଆକ୍ରୋଶ ରାଲିରେ ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ନୀରବ ମୋଦିଙ୍କଠାରୁ ଆରମ୍ଭ କରି ଡୋକଲାମ୍‌, ମୋଦିଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି ସରକାର ହେଉଛି ଜନ ବିରୋଧୀ ।
କର୍ଣ୍ଣାଟକ ନିର୍ବାଚନରେ ମୋଦି ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଦୁର୍ନୀତି, ନାରୀ ସୁରକ୍ଷା, ଗଣତନ୍ତ୍ରର ସୁରକ୍ଷା ଉପରେ କିଛି କହୁନଥିବା ରାହୁଲ ଅଭିଯୋଗ କରିଛନ୍ତି । ନୀରବ ମୋଦିଠାରୁ ସୁପ୍ରିମକୋର୍ଟ ଜଜ୍‌ଙ୍କ କ୍ଷୋଭ ପ୍ରସଙ୍ଗ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପାଟି ଖୋଲୁନଥିଲା କଂଗ୍ରେସ ଅଧ୍ୟକ୍ଷ ଆରୋପ ଲଗାଇଛନ୍ତି । କେବଳ ରାହୁଲ ନୁହେଁ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ନା ଖାଇବି, ନା ଖାଇବାକୁ ଦେବି ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ଏନ୍‌ଡିଏ ସରକାରରେ ଦୁର୍ନିୀତି ବଢିଥିବା କହିଛନ୍ତି ସୋନିଆ । କଂଗ୍ରେସର ଜନଆକ୍ରୋଶ ରାଲିକୁ ଅମିତ ଶାହା କହିଛନ୍ତି ପରିବାର ଆକ୍ରୋଶ । କଂଗ୍ରେସ ହାତରୁ ରାଜ୍ୟ ପରେ ରାଜ୍ୟ ଖସି ଯାଉଥିବା ବେଳେ ଏହି ରାଲିର କିଛି ପ୍ରାସଙ୍ଗିକତା ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି । କ୍ଷମତାରୁ ଦୂରରେ ରହିବାପରେ କଂଗ୍ରେସ ଛପପଟ ହେଉଥିବା ବିଜେପି ପ୍ରତିକ୍ରିୟା ରଖି କହିଛି ।
ଆଗକୁ କର୍ଣ୍ଣାଟକ ନିର୍ବାଚନ ଏହା ପରେ ଆଉ କିଛି ରାଜ୍ୟର ବିଧାନସଭା ପାଇଁ ଲଢେଇ ଆଉ ୨୦୧୯ରେ ସାଧାରଣ ନିର୍ବାଚନ । ତେଣୁ ଏବେଠୁ କଂଗ୍ରେସ ଓହ୍ଲାଇ ପଡିଲାଣି ରାଜନୀଚି ମଇଦାନକୁ ।

LEAVE A REPLY

Please enter your comment!
Please enter your name here