You are here
Home > ବଡ଼ଖବର > କଂଗ୍ରେସ ଛାଡ଼ି ବିଜେଡିରେ ଦୁଷ୍ମନ୍ତ

କଂଗ୍ରେସ ଛାଡ଼ି ବିଜେଡିରେ ଦୁଷ୍ମନ୍ତ

ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଦୁଇଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ସମୟରେ ବି ସେ ବିଜେଡିରେ ମିଶିବା ନେଇ ସୂଚନା ଦେଇଥିଲେ । ଆଜି ସେ ତାଙ୍କ ସମର୍ଥକମାନଙ୍କ ସହ ଭବାନୀପାଟଣାରୁ ଆସି ରାଜଧାନୀରେ ପହଞ୍ôଚ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡିକୁ ଆସିବା ନେଇ ସ୍ୱାଗତ କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦୁଷ୍ମନ୍ତଙ୍କର ସ୍ୱତନ୍ତ୍ର ପ୍ରଭାବ ରହିଛି । ଦୁଷ୍ମନ୍ତଙ୍କୁ ଆଣି ବିଜେଡି ନୂଆ ଷ୍ଟ୍ରାଟେଜି ତିଆରି କରିବାକୁ ଯୋଜନା ରଖିଛି । ବର୍ତ୍ତମାନ ଭବାନୀପାଟଣାରେ ବିଜେଡିର ବିଧାୟକ ଅନାମ ନାୟକ ଅଛନ୍ତି । ଏହା ସତ୍ତେ୍ୱ ଆଉ ଜଣେ ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତଙ୍କୁ ଆଣିବା ପଛରେ ବିଜେଡି ନେତାଙ୍କ ଲକ୍ଷ୍ୟ ବୁଝାପଡ଼ିଗଲା । ଆଗକୁ ଅନାମଙ୍କ ପାଇଁ ଦୁଷ୍ମନ୍ତ ବିପଦ ହୋଇ ପାରନ୍ତି ବୋଲି କୁହାଯାଉଛି । ହେଲେ ଏହି ମିଶ୍ରଣ ପର୍ବରେ ଅନାମଙ୍କ ସମେତ କଳାହାଣ୍ଡି ଜିଲ୍ଲାର ବିଜେଡି ବିଧାୟକ ଓ ନେତାମାନେ ଉପସ୍ଥିତ ଥିଲେ । ଏହା ଏକ ମିଳିତ ଉଦ୍ୟମ ବୋଲି କୁହାଯାଉଛି । ବିଜେଡି ବର୍ତ୍ତମାନ ନେତା ଗୋଟାଇବାରେ ଲାଗିଛି । ବିଶେଷ କରି କଂଗ୍ରେସ ଓ ବିଜେପିରୁ ନେତାମାନଙ୍କୁ ଆଣି ଦଳରେ ସାମିଲ କରୁଛି । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତାର ପ୍ରସ୍ତୁତି ଚଳାଇଛି । ଆଗକୁ ଆଉ କିଛି ବଡ଼ ନେତାଙ୍କୁ ଅନ୍ୟ ଦଳରୁ ଆଣିବା ପାଇଁ ଯୋଜନା କରିଛି । ଦୁଷ୍ମନ୍ତ ମିଶିଲା ପରେ କହିଛନ୍ତି ସେ ଦଳ ପାଇଁ କାମ କରିବେ । ଭଲ କାମ କଲେ ନିଶ୍ଚୟ ପୁରସ୍କାର ମିଳିବ । ଏ ବିଶ୍ୱାସ ତାଙ୍କର ଅଛି ବୋଲି କହିଛନ୍ତି । ଏଣୁ ସିିଧାସଳଖ ଆସନ୍ତା ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ବୋଲି ନ କହି ପରୋକ୍ଷରେ ସୂଚାଇ ଦେଇଛନ୍ତି ।
କୁହାଯାଉଛି ବିଜେଡି ବର୍ତ୍ତମାନ ଗୋଟିଗୋଟି କରି ୧୪୭ ବିଧାନସଭା ଆସନ ଉପରେ ସମୀକ୍ଷା କରୁଛି । କେଉଁକେଉଁ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିରେ ଦୂର୍ବଳ ରହିଛି ତାକୁ ସୁଦୃଢ଼ କରିବା ପାଇଁ କଣ କଣ ଆବଶ୍ୟକ ସେ ଅନୁସାରେ କାର୍ଯ୍ୟ କରୁଛି । କେଉଁ ଦଳର କେଉଁ ନେତାଙ୍କୁ ଆଣିଲେ ସେଠାରେ ବିଜେଡି ଅଧିକ ସୁଦୃଢ଼ ହୋଇପାରିବ ତାକୁ ସମୀକ୍ଷା କରି ସେହି ଅନୁୂସାରେ ଅନ୍ୟ ଦଳର ନେତାଙ୍କୁ ଆଣିବା ପାଇଁ ଉଦ୍ୟମ କରୁଛି । ଇତିମଧ୍ୟରେ ପୁରୁଖା ନେତାମାନଙ୍କୁ ମଧ୍ୟ ଦଳ ଭିତରେ ଗୁରୁତ୍ୱ ଦେବା ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ବିଜେଡିକୁ ଏକ ଶକ୍ତିଶାଳୀ ଦଳ ଭାବରେ ଉପସ୍ଥାପିତ କରିବା ପାଇଁ ଦଳର ଦାୟିତ୍ୱରେ ଥିବା ନେତାମାନେ ଉଦ୍ୟମ ଚଳାଇଛନ୍ତି ।

Loading...
ONA

Leave a Reply

Top