ହକି ପ୍ରେମୀ ହେଲେ ଉତ୍ତେଜିତ, କାଉଣ୍ଟର ଓ ଗେଟକୁ କଲେ ଭଙ୍ଗାରୁଜା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ହକି ପ୍ରେମୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି | ଆଜି କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ ନିକଟରେ ଟିକେଟ ନ ପାଇବାରୁ ଦର୍ଶକମାନେ ଷ୍ଟାଡିୟମର ଗେଟ ଭଂଗାରୁଜା କରିଥିବାର ଦେଖିବାକୁ ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିବାର ମଧ୍ୟ ଦେଖିବାକୁ ମିଲିଥିଲା । ସୁଚନାରୁ ପ୍ରକାଶ, ଗତକାଲି ରାତିରୁ ଲାଇନରେ ଛିଡା ହୋଇ ଟିକେଟ ନ ପାଇ ଦର୍ଶକମାନେ ଉତେଜିତ ହେବା ସହ ଭଂଗାରୁଜା କରିଛନ୍ତି । ପୂର୍ବରୁ ନଭେମ୍ବର ୧ରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ ନଭେମ୍ବର ୧୫ରୁ ଉଦଘାଟନୀ ଟିକେଟ ମିଳିବା ନେଇ ସୂଚନା ଦେଇଥିଲେ । କିନ୍ତୁ ଆଜି ଦର୍ଶକମାନଙ୍କୁ ନିରାଶ ହେବାକୁ ପଡିଛି । ତେବେ ଆଜି ସକାଳେ ଅାନୁମାନିକ ସମୟ ପୂର୍ବରୁ ଟିକେଟ ବିକ୍ରି ଶେଷ ହୋଇ ଯାଇଥିବା ନେଇ ଏକ ନୋଟିସ ଲଗାଯାଇଥିବା ଓ ଉଦଘାଟନୀର ଟିକେଟ ଆଉ ନ ଥିବା ଜଣାପଡିଥିଲା । ଆଜିଠାରୁ ଟିକେଟ ବିକ୍ରି ହେବା ନେଇ ସୂଚନା ଦିଆଯାଇଥିବାବେଳେ ଆଜି ଆଦୌ ଟିକେଟ ବିକ୍ରି ହୋଇ ନ ଥିଲା । ତେବେ କିପରି ଉଭୟ ଅନଲାଇନ ଏବଂ ଅଫଲାଇନ ଟିକେଟ ବିକ୍ରି ହୋଇଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ପ୍ରକାଶ ପାଉଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here