ସ୍ୱାମୀ ନାଁରେ ଲଜ୍ଜ୍ୟ, ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ କଲା ବାଧ୍ୟ, ଥାନାରେ ଅଟକ ହେଲା…

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ରାଜ୍ୟ ଓ ରାଜ୍ୟ ବାହରେ ବଢି ଚାଲିଛି ସମସ୍ତ ପ୍ରକାରର ଅଭାବନୀୟ କାଣ୍ଡ | ଆଜି ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ସମ୍ପର୍କ ଉପରୁ ବିଶ୍ୱାସ ଉଠିଯିବ | ଜଣେ ସ୍ୱାମୀ ତା ସ୍ତ୍ରୀ ଅନେକ ଏକ ଲୋକ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ କାଣ୍ଡ ଘଟିଛି ମହାରାଷ୍ଟ୍ରର ମୁମ୍ବାଇ ମହାନଗର ଅନ୍ତର୍ଗତ ନେହେରୁ ନଗର ପୁଲିସ ଥାନା ଅଞ୍ଚଳରେ | ୨୪ ବର୍ଷୀୟା ମହିଳା ସ୍ୱାମୀ ତାଙ୍କୁ ମାଡ଼ ମାରୁଥିବାର ଅଭିଯୋଗ ଆଣିଛନ୍ତି । ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବାପରେ ଘଟଣାର ତଦନ୍ତ ଚାଲିଛି । ସୂଚନାନୁଯାୟୀ, ମହିଳାଙ୍କ ସ୍ୱାମୀ ତାଙ୍କୁ ଜଣେ ସାଙ୍ଗ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି । ଅଭିଯୁକ୍ତ ସ୍ୱାମୀଜଣକ ଜଣେ ନିଶାଗ୍ରସ୍ତ ବ୍ୟକ୍ତି । ସେ ଜଣେ ସାଙ୍ଗଙ୍କଠାରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ । ଏହି ଋଣ ସେ ପରିଶୋଧ କରିବାକୁ ଅସମର୍ଥ । ଏହା ବଦଳରେ ସାଙ୍ଗ ଜଣକ ଅଭିଯୁକ୍ତଙ୍କୁ କହିଲା ଯେ ଯଦି ସେ ତାଙ୍କର ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିବାର ସୁଯୋଗ ଦେବ,ତେବେ ଋଣ ପରିଶୋଧ ହୋଇଯିବ ଏଥିରେ ଅଭିଯୁକ୍ତ ରାଜି ହୋଇଯାଇଥିଲେ । ଏଣୁ ଅଭିଯୁକ୍ତ ସ୍ୱାମୀ ତାର ସ୍ତ୍ରୀକୁ ସାଙ୍ଗ ସହିତ ରାତି ବିତାଇବାକୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାକୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ପୁଲିସ କହିଛି ଯେ ଅଭିଯୁକ୍ତ ଯୁବକ ପୁଲିସକୁ ମାରପିଟ କରିଛି । ତେବେ ଏ ସଂପର୍କରେ ପୁଲିସ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ଦେଉନଥିବା କୁହାଯାଉଛି । ତେବେ ଏମିତି ବିକୃତ ସ୍ୱାମୀ ପ୍ରତି ପ୍ରଶାସନ ପକ୍ଷରୁ କଣ ଦଣ୍ଡ ମିଳୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

ସମ୍ପର୍କରେ ଲାଗିଲା ନିଆଁ, ଟଙ୍କା ନ ଦେବାରୁ ଜେଜେକୁ ମାରିଲା ନାତି, ଗଛରେ ବାନ୍ଧିଲା ପୁଲିସ

 

ମତାମତ ଦିଅନ୍ତୁ

Please enter your comment!
Please enter your name here