ବାଲେଶ୍ୱରରେ ଜଣେ କଲେଜ ଛାତ୍ରୀ ଦୁଷ୍କର୍ମର ଶିକାର

ଭୁନନେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ହନ୍ତାପଡ଼ା ଥାନା ଅନ୍ତର୍ଗତ ଦୀଗଭୁଙ୍ଗୁଡ଼ା ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ଗତ ଜୁଲାଇ ୨୮ ତାରିଖରୁ ଘଟିଥିଲା ବେଳେ ଏବେ ଥାନାରେ ଅଭିଯୋଗ କରାଯାଇଛି । ସେହି ଗ୍ରାମର ଜ୍ୱାଇଁ କାହ୍ନୁଚରଣ ଜେନା ଶ୍ୱଶୂର ଘରକୁ ବୁଲି ଆସିଥିବା ବେଳେ ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଥାନାଧିକାରୀ ମାମଲା ପାଇଲା ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଘଟଣାରେ ପରେ କାହ୍ନୁ ଫେରାର ହୋଇଯାଇଛି ।
ଖବରନୁଯାୟୀ ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜରେ ପଢ଼ନ୍ତି । ସେ କଲେଜକୁ ଯାଉଥିବା ବେଳେ କାହ୍ନୁ ସେଠାରେ ବାଟରେ ତାଙ୍କୁ ଅଟକାଇଥିଲା । ଗାଁର ଜ୍ୱାଇଁ ହିସାବରେ ପରିଚିତ ଥିବାରୁ ଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କୁ ଫସାଇ ମଂଗଜପୁର ଆଡ଼କୁ ନେଇଯାଇଥିଲେ । ସେଠାରେ ଏକ ଘରେ ନିଶା ଦେଇ ଦୁଷ୍କର୍ମ କରିଥିଲେ । ଛାତ୍ରୀ ଜଣକ ଘରକୁ ଫେରିବା ପରେ ପରିବାରଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ଏହାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଗାଁ ମୁଖିଆଙ୍କୁ ଅବଗତ କରାଯାଇଥିଲା । ଏଥିନେଇ ଗାଁରେ ଏକ ବୈଠକ ବସି ଆଲୋଚନା କରାଯାଇଥିଲା । କିନ୍ତୁ ଗାଁ ବୈଠକରେ କୌଣସି ସମାଧାନ ହୋଇପାରି ନ ଥିଲା । ଫଳରେ ଆଜି ଖନ୍ତାପଡ଼ା ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା କରାଯାଇଛି । କିନ୍ତୁ କାହ୍ନୁ ଫେରାର ହୋଇଯାଇଥିବାରୁ ଘଟଣା ସମ୍ପର୍କରେ କିଛି ଜଣାପଡୁନାହିଁ । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ଥାନା ପକ୍ଷରୁ କାହ୍ନୁଙ୍କୁ ଖୋଜାଖୋଜି ଚାଲିଛି ଏବଂ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରାଯାଉଛି ।