୨୮ରୁ ଆହୁରି ଖସିବ ପାରଦ

1

ଫୁଲବାଣୀ: ଉତ୍ତରା ପବନ ପ୍ରବାହ ଅବ୍ୟାହତ ରହିଥିବାରୁ ରାଜ୍ୟରେ ପ୍ରଚଣ୍ଡ ଶୀତ ଲାଗିରହିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡିଛି । କନ୍ଧମାଳରେ ଅନୁଭୂତ ହେଉଛି ପ୍ରବଳ ଶୀଳ । କିଛି ଦିନ ହେବ ପ୍ରବଳ ଇଣ୍ଡା ଯୋଗୁଁ ଥରୁଛି ସଦର ମହକୁମା ସହ ପୁରା କନ୍ଧମାଳ ଜିଲ୍ଲା । ହାଡମଙ୍ଗା ଶୀତ ଯୋଗୁଁ ଠପ ଜୀବନଯାତ୍ରା ଠପ ହୋଇଯାଇଛି । ପାଖାପାଖି ସପ୍ତାହେ ହେବ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଛି । ଅପରାହ୍ନ ୪ଟାରୁ ଶୀଳ ବଢ଼ି ସକାଳ ୯ଟା ଯାଏଁ ଲାଗି ରହୁଛି । ଜିଲ୍ଲାର ପାହାଡିଆ ଓ ଆଭ୍ୟନ୍ତରୀଣ  ଅଞ୍ଚଳରେ ମଧ୍ୟ ଥଣ୍ଡାର ପ୍ରଭାବ ରହିଛି । ଦାରିଙ୍ଗିବାଡିରେ ମଧ୍ୟ ପାରା ୫ ଡିଗ୍ରୀୀୁ ଖସି ଆସିଛି । କେବଳ କନ୍ଧମାଳ ନୁହେଁ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଜିଲ୍ଲାଗୁଡିକରେ ଲାଗି ରହିଛି ଶୀତ ଲହରି  । ତେବେ୨୬ କିମ୍ବା ୨୭ରେ ରାଜ୍ୟରେ ହାଲୁକା ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୨୮ତାରିଖ ପରଠୁ ସର୍ବନିମ୍ନ ତାପମାତ୍ରା ଆହୁରି ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ୧୦ଡ଼ିଗ୍ରୀ ବା ତା’ଠାରୁ ତଳେ ରହିଛି । ଆସନ୍ତାକାଲି ଶୀତପ୍ରବାହ ଅପରିବର୍ତ୍ତିତ ରହିବା ସହିତ ୨୫ରେ ପାଗ ଶୁଖିଲା ରହିବ । ଦକ୍ଷିଣ ବାଂଲାଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାଛଡ଼ା ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଟ୍ରଫ ଲାଇନ ରହିଛି । ତେଣୁ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here