You are here
Home > ବଡ଼ଖବର > ୨ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଖୋଲିବ

୨ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଖୋଲିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୨ ତାରିଖ ସୋମବାରଠାରୁ ଖୋଲିବ । ଏଥିରେ ପୂର୍ବଭଳି ଜନସାଧାରଣ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ସମ୍ପର୍କରେ ଜଣାଇପାରିବେ । ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଅଭିଯୋଗ ପ୍ରକୋଷ୍ଠଗୁଡ଼ିକ ମଧ୍ୟ ଜୁଲାଇ ୨ ତାରିଖରୁ ହିଁ ଖୋଲିବ । ଉଲ୍ଲେଖ ଯୋଗ୍ୟ ଯେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୩୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାସ୍ତରୀୟ ଅଭିଯୋଗ ସେଲ୍ଗୁଡ଼ିକ ବନ୍ଦ ରହିଥିଲା । ଏବେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ଏକ ପ୍ରେସ୍ ଇସ୍ତାହାରରେ ଅବଗ କରାଯାଇଛି ।

Loading...
ONA

Leave a Reply

Top