ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧୨୨ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଂଜୁର କଲେ ୨୮.୯୫ କୋଟି

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ୍ ପାଇଁ ୨୮.୯୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ୍ ଗୁଡ଼ିକ ହେଲା-ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକ ଜିଲ୍ଲାର ବାରଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁର, ଗଜପତି ଜିଲ୍ଲାର ଗୋଷାଣୀ ଓ ସୋନପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ୍ । ଆଜି ମୁଖ୍ୟମନ୍ତ୍ରୀ ପାତ୍ରପୁର ବ୍ଲକ୍ର ୨୩ଟି ପଂଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୧ ୨୩ଟି ପ୍ରକଳ୍ପ, ବନ୍ତ ବ୍ଲକ୍ର ୨୫ଟି ପଂଚାୟତ ପାଇଁ ୬.୧୫ କୋଟି ଟଙ୍କାର ୧୭୮ଟିି ପ୍ରକଳ୍ପ, ବାରଙ୍ଗ ବ୍ଲକ୍ର ୧୬ଟି ପଂଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୨୩୮ଟି ପ୍ରଳ୍ପ, ଥୁଆମୁଳ-ରାମପୁର ବ୍ଲକର ୨୪ଟି ପଂଚାୟତ ପାଇଁ ୪.୪୦ କୋଟି ଟଙ୍କାରେ ୨୫୨ଟି ପ୍ରକଳ୍ପ, ଗୋଷାଣୀ ବ୍ଲକ୍ର ୨୦ଟି ପଂଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ ଓ ବୀରମହାରାଜପୁର ବ୍ଲକ୍ର ୧୪ଟିତ ପଂଚାୟତ ପାଇଁ ୩.୫୫ କୋଟି ଟଙ୍କାରେ ୧୧୭ଟି ପ୍ରକଳ୍ପ । ଏହିପରି ସମୁଦାୟ ୬ଟି ବ୍ଲକ୍ର ୧୨୨ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୮.୯୫ କୋଟି ଟଙ୍କାରେ ୧୦୭୭ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ