ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିବାଦ ତୁଟିଲା

କମଳନାଥ ମଧ୍ୟପ୍ରଦେଶ ଓ ଅଶୋକ ଗେହେଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ଜ୍ୟୋତିରାନ୍ଧିତ୍ୟ ମଧ୍ୟପ୍ରଦେଶ ଓ ସଚିନ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳ ଆସିଲା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ କଂଗ୍ରେସ ଭିତରେ ଗତ ୧୧ ତାରିଖରୁ ମତ ଭେଦ ଚାଲିଥିଲା । ଏହି ଦୁଇ ରାଜ୍ୟରେ ଦୁଇ ଜଣ ଲେଖାଏଁ ପ୍ରମୁଖ ଦାବିଦାର ଥିଲେ । କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ଓ କାହାକୁ କରାଯିବ ନାହିଁ ତାକୁ ନେଇ ଚାଲିଥିଲା କନ୍ଦଳ । ଏପରି କି ଦିଲ୍ଲୀ ଆସି ନେତାମାନଙ୍କ ସମର୍ଥକମାନେ ଏଆଇସିସି ଆଗରେ ବିକ୍ଷୋଭ କରି ଦାବି ଜଣାଇଥିଲେ । ଶେଷରେ ଏଆଇସିସି ରାହୁଲ ଗାନ୍ଧି ଦଳ ଭିତରେ ଅସନ୍ତୋଷକୁ ଦୂର କରିବା ଓ ଉଭୟ ପକ୍ଷକୁ ସନ୍ତୁଷ୍ଟ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏଥିରେ ଜଣେ ମୁଖ୍ୟମନ୍ତ୍ରୀ ଓ ଜଣେ ଉପମୁଖ୍ୟନ୍ତ୍ରୀ ରହିବେ । ବରିଷ୍ଠଙ୍କୁ ମୁଖ୍ୟମନ୍ତ୍ରୀ ଓ କନିଷ୍ଠଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶରେ ବରିଷ୍ଠ ନେତା ସାଂସଦ କମଳନାଥ ମୁଖ୍ୟମନ୍ତ୍ରୀ ହେବେ ଏବଂ ଜ୍ୟୋତିରାନ୍ଧିତ୍ୟ ସିନ୍ଧିଆ ଉପମୁଖ୍ୟମନ୍ତ୍ରୀ ହେବେ । ସେହିପରି ରାଜସ୍ଥାନରେ ବରିଷ୍ଠ ନେତା ଅଶୋକ ଗେହେଲଟ ମୁଖ୍ୟମନ୍ତ୍ରୀ ଏବଂ ସଚିନ ପାଇଲଟ ହେବେ ଉପମୁଖ୍ୟମନ୍ତ୍ରୀ । ଏଣୁ ବିବାଦର ସମାଧାନ ହୋଇଥିବା କୁହାଯାଉଛି । ଉଭୟ ପକ୍ଷଙ୍କ ସମର୍ଥକମାନେ ଏଥିରେ ସନ୍ତୁଷ୍ଟ ହେବେବୋଲି ଆଶା ରଖାଯାଇଛି ।

କିଏ ହେବେ ମୁଖିଆ ତାକୁ ନେଇ ଅଡୁଆରେ କଂଗ୍ରେସ