ପ୍ରଚୁର ପରିମାଣର ଚକୋଲେଟ ଖାଆନ୍ତୁ କାଶରୁ ମୁକ୍ତି ପାଆନ୍ତୁ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ସୀତର ଲହରୀ କେଳିଥିବାର ଦେଖିବାକୁ ମିଳୁଛି | ଏହି ଦିନରେ ଅଧିକାଶଂ ଲୋକଙ୍କୁ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ । ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍‌ । କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥିବାର ଦେଖିବାକୁ ମିଳେ । କାଶ ଅଧିକ ହେବା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ ।
ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି କାଶ ପାଇଁ ଘରୋଇ ଉପଚାର-
କାଶ ପାଇଁ ଔଷଧ ହେଉଛି ଚକୋଲେଟ୍‌ : ‘ୟୁନିଭରସିଟି ଅଫ୍‌ ହଲ’ର କାର୍ଡିଓ ଭସ୍‌କୁଲାର ଏବଂ ରେସ୍ପିରେଟୋରୀ ବିଭାଗର ଅଧ୍ୟାପକ ଏଲିନ୍‌ ମୋରିସ୍‌ଙ୍କ କହିବା ଅନୁଯାୟୀ “ଡାର୍କ ଚକୋଲେଟ୍‌” ଖାଇବା ଦ୍ୱାରା କାଶ ବନ୍ଦ ହୋଇଯାଏ । ଏଥିରେ ଥିବା ‘କୋକୋଆ କାଶକୁ ଦୁଇ ଦିନ ମଧ୍ୟରେ ମୁକ୍ତି ଦେଇଥାଏ । ଆଉ ଏକ ଗବେଷଣା କୁହେ ଚକୋଲେଟ୍‌ରେ ଥିବା କୋକୋଆରେ ଏକ ପ୍ରକାର ଏଲ୍କଲାଇଡ ରହିଥାଏ । ଯାହା କାଶ ସମସ୍ୟା ପାଇଁ ବ୍ୟବହୃତ୍‌ କୋଡିନ୍‌ଠାରୁ ଅଧିକ ଉପକାରୀ । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ କାଶ ହେଉଥିଲେ କିଛି ମାତ୍ରାରାରେ ଚକୋଲେଟ ଖାଆନ୍ତୁ କାଶରୁ ମୁକ୍ତି ପାଆନ୍ତୁ |

କାଙ୍କଡ ଖାଆନ୍ତୁ କ୍ୟାନ୍ସରରୁ ବଞ୍ଚନ୍ତୁ

 

ମତାମତ ଦିଅନ୍ତୁ

Please enter your comment!
Please enter your name here