ଡିଜିପିଙ୍କ ନିର୍ଦେଶକୁ ବେଖାତିର : ପୁଣି ପିଲାଚୋର ସନ୍ଦେହରେ ମାଡ, ବାଦପଡିଲେନି  ମହୁବିକାଳି, ଭିକାରୀ ଓ ପାଗେଳୀ

2

 

ଭୁବନେଶ୍ବର : ପୁଣି ପିଲାଚୋର ସନ୍ଦେହରେ ମାଡ ।ଏଥର  ଜଣେ ମାନସିକ ବିକୃତ ମହିଳା ଓ ଜଣେ ଭିକାରୀକୁ ଗଛରେ ବାନ୍ଧି ଲୋକେ ପିଟିଛନ୍ତି । ଉଭୟ ଘଟଣା ସୋର ଅଞ୍ଚଳରେ ଘଟିଛି । ସେହିଭଳି ସାଲେପୁରରେ ଜଣେ ବ୍ୟକ୍ତିଙ୍କୁ ଛେଚିଛନ୍ତି ଲୋକେ । ପୋଲିସ ଏମାନଙ୍କୁ ଉଦ୍ଧାର କରିଛି । ସୋସିଆଲ୍ ମିଡିଆରେ ପିଲାଚୋର ଗୁଜବ ପ୍ରଚାର ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଅଚିହ୍ନା ଲୋକଙ୍କୁ ଆକ୍ରମଣ କରୁଛନ୍ତି । ସୋସିଆଲ୍ ମିଡିଆର ଗୁଜବକୁ ଲୋକେ ବିଶ୍ବାସ ନକରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରିକରିଥିଲେ ।ହେଲେ ଏହାକୁ ଖାତିର କରୁନାହାନ୍ତି ଲୋକେ ।

ପୁଣି ପିଲା ଚୋରି ଗୁଜବ । ଅଚିହ୍ନା ଲୋକଙ୍କୁ ଆକ୍ରମଣ । ଏଥର ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ମାନସିକ ବିକୃତ ମହିଳା  ଓ ଜଣେ ଭିକାରୀ । ଏ ହେଉଛି ସୋର ଅନନ୍ତପୁର ବାଳଙ୍ଗଛକ । ଜଣେ ମାନସିକ ବିକୃତ ମହିଳାଙ୍କୁ ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ ମାରୁଛନ୍ତି ଲୋକେ । ସୋର ପୋଲିସ ଏହି ମହିଳାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଛି। ଆଉ ଏ ହେଉଛି ଖଇରା ଥାନା ତୁଡିଗଡିଆ ଜହ୍ନିଆପଦା ଗାଁର ଦୃଶ୍ୟ । ଗାଁରେ ଭିକ ମାଗୁଥିବା ଜଣେ ଅଚିହ୍ନା ଲୋକକୁ ପିଲା ଚୋର ସନ୍ଦେହରେ ଲୋକେ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଛନ୍ତି । ଖଇରା ପୋଲିସ ସେହି ବ୍ୟକ୍ତିଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଛି । ସେହିପରି ସାଲେପୁର କୁକୁଡଙ୍ଗରେ ମଧ୍ୟ ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ପାଲିଚୋର ଭାବି ଲୋକେ ମାଡ ମାରିଛନ୍ତି

ଗତକାଲି ବି ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ଅଚିହ୍ନା ଲୋକଙ୍କୁ ଧରି ମାଡି ମାରିଥିଲେ ।  ତେବେ କାହିଁକି ଏଭଲି ଘଟୁଛି । କାରଣ ଏହ ପଛରେ ରହିଛି ସୋସିଆଲ୍‌ ମିଡିଆ । ଦିନକୁ ଦିନ ଏହି ଗୁଜବ ଭୟଙ୍କର ହେଲାଣି । ଏଭଳି ଗୁଜବକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଯେଉଁ ଅଚିହ୍ନା ଲୋକଙ୍କୁ ଦେଖୁଛନ୍ତି ତାକୁ ପିଲା ଚୋର ଭାବି ନେଉଛନ୍ତି । ସୋସିଆଲ ମିଡିଆର ଅପପ୍ରଚାର ନକରିବାକୁ ପୋଲିସ ମହାନିର୍ଦ୍ଦେଶକ ଗତକାଲି ଅପିଲ କରିଥିଲେ । ଏହି ଗୁଜବରୁ ଦୂରେଇ ରହିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ହେଲେ ନା ଲୋକେ ଏହାକୁ ମାନୁଛନ୍ତି ନା ଏଥିପ୍ରତି ସଜାଗ ହେଉଛନ୍ତି ।ଲୋକେ ଆଇନକୁ ହାତକୁ ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନୟାଗଡ ଏସ୍‌ପି ସୋସିଆଲ୍ ମିଡିଆରେ ବାର୍ତ୍ତା ଛାଡିଛନ୍ତି  ।

ଏହି ଘଟଣାକୁ ନେଇ ମନସ୍ତତ୍ବବିତ୍‌ମାନେ ବି ଚିନ୍ତା ପ୍ରକଟ କରିଛନ୍ତି ।ଏଭଲି ଗୁଜବ ଠାରୁ ଦୂରେଇ ରହିବା ସହ ସମାଜରେ ପରିବର୍ତ୍ତନର ଆବଶ୍ୟକତା ଥିବା କହିଛନ୍ତି

ପିଲାରୋର ସନ୍ଦେହରେ ଯାହାକୁ ନେଇ ତାକୁ ଆକ୍ରମଣ ହେଉଛି । ପୋଲିସ ନିର୍ଦ୍ଦେଶନାମା ଜାରି କରିଥିଲେ ବି କେହି ଏହାକୁ ଖାତିର କରୁ ନାହାନ୍ତି । ସାମାଜିକ ସଚେତନତା ହିଁ ଏହା ଉପରେ ଅଙ୍କୁଶ ଲଗାଇପାରିବ ବୋଲି ଆଶା କରାଯାଉଛି ।

 

 

LEAVE A REPLY

Please enter your comment!
Please enter your name here