ଖଜୁରୀ ଗଛରୁ ପଡ଼ି ଛାତିରେ ପଶିଲା ଗଛ ଡାଳ

https://www.facebook.com/nnsodia/videos/267154983995629/?t=5

ଇନ୍ଦୋର: ଯାହାକୁ ରଖିବେ ଅନନ୍ତ କି କରିପାରିବେ ବଳବନ୍ତ କଥାରେ ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ ଯାହା ଏହି ବାର୍ତ୍ତାଟିକୁ ସତ୍ୟ ବୋଲି ପ୍ରମାଣିତ କରି କରିଦେଇଛି । ସୂଚନା ଅନୁଯାଇ ଜଣେ ନା ବାଳକ ତା ଭଉଣୀ ପାଇଁ ଖଜୁରୀ କୋଳି ତୋଳିବାକୁ ଖଛରେ ଚଢ଼ିଥିଲେ । ଅସାବଧାନତା ଯୋଗୁ ନା ବାଳକଟି ଗଛରୁ ତଳକୁ ଖସିଯାଇଥିଲା ଫଳରେ ତଳେ ପଡିଥିବା ଏକ ଶୁଖିଲା ଗଛ ଡାଳଟି ପିଲାଟିର ଛାତି ଭିତରେ ପଶି ଆରପଟେ ବାହାରି ଯାଇଥିଲା । ଏହି ଘଟଣଟି ବୁଧବାର ଦିନ ଘଟିଥିଲା । ଗୁରୁତର ଅବସ୍ଥାରେ ନାବାଳକକୁ ତାଙ୍କ ଭଉଣୀ ଘରକୁ ନେଇଯାଇଥିଲେ । ଏହା ଦେଖି ଘର ଲୋକ ଆତଙ୍କିତ ହୋଇପଡ଼ିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ଗୁରୁତର ଅବସ୍ଥାରେ ନାବାଳକକୁ ସେଠିକାର ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସେଠିକାର ଡାକ୍ତର ତାଙ୍କୁ ଇନ୍ଦୋର ସ୍ଥାନାନ୍ତର କରିଦେଇଥିଲେ । ଇନ୍ଦୋରସ୍ଥିତ ଏମୱାଇ ହସ୍ପିଟାଲ୍ରେ ଅପରେଶନ ପ୍ରାୟ ୯ ଘଣ୍ଟା ପରେ ଉକ୍ତ ଡାଳଟି ଛାତିରୁ ବାହାର କରିବାରେ ସକ୍ଷମ ହୋଇଥିଲେ ଡାକ୍ତରୀ ଦଳ । ଏବେ ନାବାଳକ ସୁସ୍ଥ ଥିବାର ଜଣାପଡିଛି ।

ଟ୍ରେନ ଚଢିଯିବାରୁ ଦଶମ ଛାତ୍ର ମୃତ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here