ସ୍ତ୍ରୀକୁ ଫେରିପାଇବା ଲାଗି ସ୍ୱାମୀ ଛାତି ଓ ପେଟରେ କଲେ ଟାଟୁ, ସୋଶାଲ ମିଡିଆରେ ହେଲା ଭାଇରାଲ…

ଲଣ୍ଡନ: ଅବିଶ୍ୱାସର ଅଦ୍ଦୁତ ପରିଣତି | ସ୍ତ୍ରୀକୁ ବଝିଆବାକୁ ଯାଇ ପେଟ ଓ ଛାତିରେ ଟାଟୁ କରି ଚର୍ଚ୍ଚାରେ ସ୍ୱାମୀ | ଏପରି ଅବିଶ୍ୱାସନୀୟ କାଣ୍ଡ ଲଣ୍ଡନରେ ଘଟିଛି | ତାଙ୍କର ଏହି ଅଦ୍ଦୁତ କାଣ୍ଡ ଲାଗି ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସୋସାଲ ମିଡିଆରେ ମଧ୍ୟ ଜୋରସୋରରେ ଭାଇରାଲ ହେବାରେ ଲାଗିଛି | ସୁଚନାନୁଯାୟୀ, ଜୋସେ ଟେରେସ୍‌ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଧୋକା ଦେଇଥିଲେ, ଏହାପରେ ପତ୍ନୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ପତ୍ନୀଙ୍କୁ ପୁଣିଥରେ ପାଇବାକୁ ନିଜ ଦୋଷ ସ୍ୱୀକାର କରି ସ୍ୱାମୀ ଜୋସେ ଛାତିରେ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଟାଟୁ ଆର୍ଟିଷ୍ଟ ସୋସିଆଲ ମିଡିଆର ସେୟାର କରିଛନ୍ତି । ଜୋସେ ନିଜ ଛାତି ଓ ପେଟରେ ଟାଟୁ ଆଙ୍କି ଲେଖିଛନ୍ତି, ମୁଁ ଜାସ୍‌ ଟେରେସ୍‌ ୨୦୧୯ ଜାନୁଆରୀ ୨ରେ ଏହି ଟାଟୁ ନିଜ ଇଚ୍ଛାରେ ବନାଇଛି । ମୁଁ ମୋ ପତ୍ନୀଙ୍କୁ ପୁଣି ପାଇବାକୁ ଚାହେଁ । ମୋର ଦୋଷ ମୁଁ ସ୍ୱୀକାର କରୁଛି । ମୁଁ ମିଛୁଆ, ପ୍ରତାରକ, ଠକୁଆ, ଦେହଜୀବୀଙ୍କୁ ପସନ୍ଦ କରେ, ବେଇମାନ ଓ ମୋତେ କେହି ସମ୍ମାନ କର ନାହିଁ । ଏହି ଟାଟୁ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ କେହିକେହି ସମ୍ପର୍କ ଭାଙ୍ଗି ଦେବାକୁ କହିଛନ୍ତି ତ ଆଉ କେହି ଜୋସେଙ୍କୁ ତାଙ୍କ ପତ୍ନୀ କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି । ତେବେ ଘଟଣା ଯାହା ହେଉନା କାହିଁକି ଏପରି ଅଦ୍ଦୁତ କାଣ୍ଡ କରି ସେ ସମସ୍ତଙ୍କ ଠାରୁ ମିଶ୍ରଣ ପ୍ରତିକ୍ରିୟା ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି |

ଶାଶୂଘରକୁ ବୁଲେଟରେ ଗଲେ ବୋହୂ, ଭିଡଓ ହେଲା ଭାଇରାଲ