ମହାନଦୀ ଜଳ ବିବାଦ : ଛତିଶଗଡ ମୁଖ୍ୟମନ୍ତ୍ରୀ ରମ ସିଂହଙ୍କ ବିବାଦୀୟ ବୟାନକୁ ନେଇ ଓଡିଶାରେ ପ୍ରତିକ୍ରିୟା

1

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୀତି ତେଜିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ଉପରେ ଓଡିଶାରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକାର ରହିଛି, ମହାନଦୀ ପାଣି ନେବାରେ ଛତିଶଗଡ଼କୁ କେହି ରୋକି ପାରିବେନି କହି ମହାନଦୀ ଜଳ ବିବାଦକୁ ପୁଣି ଉଖାରିଛନ୍ତି ରମଣ । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଡା ଜବାବ ରଖି ବିଜେଡି କହିଛି ଏହା ରମଣଙ୍କ ଦାଦାଗିରି  ।

ମହାନଦୀ ଜଳ ବିବାଦକୁ ପୁଣି ଉଖାରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକାର ରହିଛି, ମହାନଦୀ ପାଣିରୁ ଛତିଶଗଡ଼କୁ କେହି ବଞ୍ଚିତ କରିପାରିବେ ନାହିଁ  କହି  ଓଡିଶାର କଟା ଘାରେ ଚୁନ ମାରିଛନ୍ତି ରମଣ  । ଆଉ ପାଦେ ଆଗକୁ ଯାଇ କଟାକ୍ଷ କରି ରମ ସିଂହ କହିଛନ୍ତି ନିର୍ବାଚନ ଆସିଲେ କିଛି ଲୋକ ମହାନଦୀ ପ୍ରସଙ୍ଗ ଉଠାନ୍ତି। ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ଓଡିଶାରେ ପ୍ରକାଶ ପାଇଛି ତୀବ୍ର ପତିକ୍ରିୟା । ବିଜେଡି କହିଛି ରମଣ ସିଂଙ୍କ  ଏପରି ଦାଦାଗିରି  ଚଳିବନି । ନିଜ ରାଜ୍ୟର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ  ରମଣ ସିଂହ ଏଭଳି କହୁଛନ୍ତି । କଂଗ୍ରେସ ବି, ରମଣ ସିଂହଙ୍କ  ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ ଏହା ଛତିଶଗଡ ସରକାରଙ୍କ ଔଧ୍ୟତ୍ୟ ବୋଲି କହିଛି । ଏପଟେ ବିଜେଡି ଓ କଂଗ୍ରେସ ସହ ସ୍ବର ମିଳାଇଛନ୍ତି ବିଜୟ ମହାପାତ୍ର ।

ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ଛତିଶଗଡ ବିଜେପିକୁ ବିଜେଡି ଟାର୍ଗେଟ କରୁଥିବାବେଳେ ରମଣ ସିଂହଙ୍କ ମନ୍ତବ୍ୟ ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି ।  ବିଜେପି ଯୁକ୍ତି ବାଢିଛି ରାଜ୍ୟ ସରକାର ସଠିକ ତଥ୍ୟ ଯୋଗାଡ କରି କୋର୍ଟରେ ରଖନ୍ତୁ ।

ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ଏପରେ ରାଜ୍ୟରେ ଶାସକ ଦଳ ଆନ୍ଦୋଳନ ଯୋରଦାର କରିଛି । ଏପରି ସମୟରେ ରମଣଙ୍କ ମନ୍ତବ୍ୟ ରାଜ୍ୟ ରାଜନିତୀ ନିଆଁରେ ଘିଅ ଢାଳିଛି ।

 

 

LEAVE A REPLY

Please enter your comment!
Please enter your name here