ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଭିତ୍ତିକରି ରାଜ୍ୟ ସରକାର ଆଜି ଆଇପିଏ ଅଫିରସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇପିଏସ ଓ ଏସପି ପାହ୍ୟାରେ ଏହି ବଦଳି ହୋଇଛି । ଏ ନେଇ ଘରୋଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ସୁନିଲ ରାଏ-ଗୁଇନ୍ଦା ବିଭାଗର ସ୍ୱତନ୍ତ ଡିଜି, ସଂଜୀବ ପଣ୍ଡା-ଏଡିଜି ଆଇନଶୃଙ୍ଖଳା, ଆଶିଷ କୁମାର ସିଂହ-ଗୁଇନ୍ଦା ବିଭାଗର ଡିଆଇଜ ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ, ବିନୟା ନନ୍ଦ ଝା- ଓଏଚଆରସି ନିର୍ଦ୍ଦେଶକ, ଅମିତାଭ ଠାକୁର- ଏସଏପି ଆଇଜି, ସିର୍ଦ୍ଧାର୍ଥ ନରୱାଣେ- ଡିଜି, ଏଚଆରପିସି, ମହେନ୍ଦ୍ର ପ୍ରତାପ – ଜେଲ ବିଭାଗ ଏଡିଜି, ଏସ୍.ସାଇନି- ଆଇଜି ବିଜୁ ପଟ୍ଟନାୟକ ଏକାଡେମୀ, ହିମାଂଶୁ ଲାଲ- ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ଯତୀନ୍ଦ୍ର କୋଏଲ- ବ୍ରହ୍ମପୁର ରେଂଜ ଆଇଜି, ସାର୍ଥକ ଷଡ଼ଙ୍ଗୀ -ରାଉରକେଲା ଏସପି, ଉମାଶଙ୍କର ଦାଶ-ପୁରୀ ଏସପି, ସାରା ଶର୍ମା- ଗଜପତି ଏସପି, ଅନୁପମା ଜେମସ-ଢ଼େଙ୍କାନାଳ ଏସପି, ରାହୁଲ ପି.ଆର- କ୍ରାଇବ୍ରାଞ୍ଚ ଏସପି, ରାହୁଲ ଜୈନ- ଦେବଗଡ଼ ଏସପି, ଅମୂଲ୍ୟ କୁମାର ଦାସ-ଖୋର୍ଦ୍ଧା ଏସପି, କେକେ ଡଙ୍ଗାୟତ- କଟକ ରେଲ୍ୱେ ଏସପି, ବିବେକାନନ୍ଦ ଶର୍ମା-ଏଆଇଜି ପୁଲିସ ମୁଖ୍ୟାଳୟ ।

ଆଇସଆଇସ ଲିଙ୍କ୍‌ ଅଭିଯୋଗ: ୯ ଗିରଫ