ବଦଳିଲା ଜେଇର ମୁଖ୍ୟ ପରୀକ୍ଷା ସୂଚି

ଭୁବନେଶ୍ୱର(ଓଏନଏ) : ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି ଏନଟିଏ ଜେଇର ପରୀକ୍ଷା ସୂଚିକୁ ବଦଳାଇଦେଇଛି । ସୂଚନା ଅନୁଯାୟୀ ଏହି ପରୀକ୍ଷା ଆସନ୍ତା ଏପ୍ରିଲ ମାସ ୭ତାରିଖରୁ ୨୦ ତାରିଖ ମଧ୍ୟରେ ହେବ । ପରୀକ୍ଷାର ସବୁ ସୂଚନା ତାହାର େଓବସାଇଟ ରେ ପ୍ରକାଶ କରାଯିବ ।
କୁହାଯାଉଛି ଆସନ୍ତା ନିର୍ବାଚନକୁ ଦୁଷ୍ଟିରେ ରଖି ଏପରି ଘୋଷଣା କରାଯାଇଛି । ଯେହେତୁ ନିର୍ବାଚନ ପାଇଁ ତରିଖ ଘୋଷଣା କରାଯାଇଛି ୧୧,୧୮,୨୩,୨୯ ଠାରୁ ମେ ମାସ ୬ରୁ ୧୨ଯାଏ । ସେଥିପାଇଁ ଜେଇର ପରୀକ୍ଷା ତାରିଖ ଏହି ପରି ଭାବରେ ରହିଛି । ଯେପରିକି ପେପର-୨(ବି-ଆରକ/ ବି.ପ୍ଲାନିଙ୍ଗ)ର ପରୀକ୍ଷା ୭ ଏପ୍ରିଲରେ ରହିଛି ସେହିଭଳି ପେପର-୧(ବି.ଇ/ବି.ଟେକ୍କ)ର ପରୀକ୍ଷା ୮,୯,୧୦,ଓ ୧୨ରେ ରହିଛି । ପରୀକ୍ଷାର୍ଥୀଙ୍କ ସମସ୍ତ ଆର୍ଡମିଟ କାର୍ଡ ୱେବସାଇଟରୁ ମାର୍ଚ୍ଚ ୨୦ ତାରିଖରେ ଦାଖଲ କରାଯିବା ବୋଲି ସୂଚନା ଦେଇଛିି (ଏନଟିଏ)ା ଯଦି କୌଣସି ପରୀକ୍ଷାର୍ଥୀଙ୍କ କିଛି ଜାଣିବାରେ ଅସୁବିଧା ରହିବ ତେବେ ସେମାନେ ଏନଟିଏର ୱବସାଇଡ କୁ ଯାଇ ସବୁର ସୂଚନା ପାଇପାରିବେ ।

ସ୍କୁଲ ଶିକ୍ଷକଙ୍କ ବୁଲିବା ଉପରେ ଲାଗିଲା ଲଗାମ, ସ୍କୁଲରେ ଲାଗିବ ବାୟୋମେଟ୍ରିକ