You are here
Home > ଟୁରିଜିମ୍ > ‘ବ୍ଲୁ ଫ୍ଲାଗ୍ ବିଚ’ ମାନ୍ୟତା ପାଇବ ଚନ୍ଦ୍ରଭାଗା

‘ବ୍ଲୁ ଫ୍ଲାଗ୍ ବିଚ’ ମାନ୍ୟତା ପାଇବ ଚନ୍ଦ୍ରଭାଗା

ଭୁବନେଶ୍ୱର: ବିଶ୍ୱ ଐତିହ୍ୟମାନ୍ୟତା ଲାଭ କରିଥିବା କୋଣାର୍କ ପୁଣି ଏକ କୀର୍ତୀମାନ ପାଇଁ ସ୍ଥାନ ସୁଦୃଢ଼ କରିଛି । ଚନ୍ଦ୍ରଭାଗା ନିକିଟରେ ରହିଥିବା ବେଳାଭୂମିକୁ ବିଶ୍ୱସ୍ତରୀୟ ବ୍ଲୁ ଫ୍ଲାଗ ବିଚ ଭାବେ ଗଢ଼ି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସମଗ୍ର ଭାରତବର୍ଷରେ ବ୍ଲୁ ଫ୍ଲାଗ ବିଚ ପାଇଁ ୧୩ଟି ବେଳାଭୂମି ଚୟନ କରାଯାଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାରୁ ଏକମାତ୍ର ବେଳାଭୂମି ଭାବେ ଚନ୍ଦ୍ରଭାଗା ସ୍ଥାନ ପାଇଛି । ଚନ୍ଦ୍ରଭାଗା ବଜାରଠାରୁ କୋଣାର୍କ-ପୁରୀ ବେଳାମାର୍ଗର ମାତ୍ର ୫୦୦ ମିଟର ଦୂରତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସ୍ଥାନ ନିରୂପିତ ହୋଇଛି । ସମୁଦ୍ରପତନ, ସମୁଦ୍ର ଜଳର ସ୍ୱଚ୍ଛତା, ଜୀବାଣୁ ପରୀକ୍ଷା, ଜଳ ନୁମନା ଆଦି ପରୀକ୍ଷା ନିରୀକ୍ଷା ମଧ୍ୟ ଆରମ୍ଭ ହୋଇଛି । ନିରୂୁପିତ ସ୍ଥାନରେ ଥିବା ସମୁଦ୍ରର ୮୦୦ ମିଟର ଲମ୍ବ ପରିମିତ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ତତ୍ୱାବଧାନରେ ଏଥିପାଇଁ ପୁନେର ଭାରତ ବିଶାଳ ଗ୍ରୁପ ନାମକ ଏକ ଘରୋଇ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ବେଳାମାର୍ଗରେ ଏକ ପ୍ରସ୍ତୁତି ଓ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପର ବରିଷ୍ଠ ଅଧିକାରୀ ସଂଜୟ ଜାଲା ପ୍ରକଳ୍ପ ସମ୍ପର୍କିତ ସମସ୍ତ ଦିଗ ସମ୍ପର୍କରେ ଟିକିନିଖି ଭାବେ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇଥିଲେ । ଏହି ଶିବିରରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡା. ସାର୍ଥକ ଷଡ଼ଙ୍ଗୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝି, ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା ପ୍ରମୁଖ ଉପସ୍ଥିତ ଥିଲେ ।

Loading...
ONA

Leave a Reply

Top