You are here
Home > ଲାଟେଷ୍ଟ > ଚମ୍ପିଆନ୍ସ ଟ୍ରଫି ହକି: ଅଲିମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ ହରାଇ,ଭାରତ ୨-୧ରେ ବିଜୟୀ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚମ୍ପିଆନ୍ସ ଟ୍ରଫି ହକି: ଅଲିମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ ହରାଇ,ଭାରତ ୨-୧ରେ ବିଜୟୀ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରେଡା : ଚମ୍ପିଆନ୍ସ ଟ୍ରଫି-୨୦୧୮ରେ ଭାରତୀୟ ହକି ଦଳ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ରବିବାର ଚାମ୍ପିଅନ୍ସ ଟ୍ରଫିର ୨ୟ ମୁକାବିଲାରେ ଅଲମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ଏଥି ସହିତ ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ବିଜୟ ହାସଲ କରିଛି।

ଭାରତୀୟ ଦଳ ପକ୍ଷରୁ  ହରମନପ୍ରୀତ ସିଂହ ଓ ମନ୍ଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବା ବେଳେ ଆର୍ଜେଣ୍ଟିନା ପକ୍ଷରୁ  ଗୋଞ୍ଚାଲି ପିଲାଟ ଏକ ମାତ୍ର ଗୋଲ ଦେଇଥିଲେ। ଭାରତୀୟ ଖେଳାଳି ସର୍ଦ୍ଦାର ସିଂହଙ୍କ ଏହା ଥିଲା ୩୦୦ତମ ମ୍ୟାଚ। ଏହା ସହିତ ଭାରତୀୟ ଦଳ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କୁ ତାଙ୍କର ୩୦୦ତମ ମ୍ୟାଚରେ ବିଜୟ ଉପହାର ଭେଟି ଦେଇଛନ୍ତି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ୪-୦ରେ ପରାସ୍ତ କରି ବିଜୟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା।

ଆରମ୍ଭରେ ଉଭୟ ଟିମ ମନ୍ଥର ଗତିରେ ଖେଳିଥିଲେ। ଖେଳାଳିମାନେ ସେତେ ସକ୍ରିୟ ଜଣା ପଡୁ ନଥିଲେ। ଭାରତକୁ ୪ର୍ଥ ମିନିଟରେ ପେନାଲଟି କର୍ଣ୍ଣର ମିଳିବାର ଥିଲା, ଯାହାକୁ ଆର୍ଜେଣ୍ଟିନାର ଖେଳାଳିମାନେ କରିବାକୁ ଦେଇ ନଥିଲେ।

ଆର୍ଜେଣ୍ଟିନାକୁ ୧୧ତମ ମିନିଟରେ ୨ଥର ପେନାଲଟି କର୍ଣ୍ଣର ଖେଳିବାକୁ ସୁଯୋଗ ମିଳିଥିଲା। ପ୍ରଥମ କ୍ୱାର୍ଟର ଶେଷ ହେବା ପୂର୍ବରୁ ଗୋଟିଏ ବି ଗୋଲ ହୋଇପାରି ନଥିଲା। ୨ୟ କ୍ୱାର୍ଟରରେ ୧୭ତମ ମିନିଟରେ ଭାରତକୁ ପ୍ରଥମ ପୋନଲଟି କର୍ଣ୍ଣର ମିଳିଥିଲା, ଯାହାକୁ ଭାରତର ହରମନପ୍ରୀତ ଗୋଲ ଦେଇ ଟିମ୍‌କୁ ୧-୦ରେ ଅଗ୍ରଣୀ କରିଥିଲେ। ୨୦ତମ ମିନିଟରେ ଆର୍ଜେଣ୍ଟିନା ଗୋଲ କରି ଭାରତର ସମକକ୍ଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ୨-୧ରେ ଥିଲା। ତୃତୀୟ କ୍ୱାର୍ଟରରେ ଗୋଲ ହୋଇ ନଥିଲା।

ଅଲମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ହରାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ନବୀନ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତୀୟ ହକି ଟିମ୍‌କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି। ଜୁନ ୨୭ ସନ୍ଧ୍ୟା ୬ଟା ୩୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ନବୀନ ଅଭିନନ୍ଦନ ଜଣାଇଛନ୍ତି।

 

Loading...
ONA

Leave a Reply

Top