ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜକୁ କେନ୍ଦ୍ର ସରକାରଙ୍କ ଅନୁମତି : ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା

1

ଭୁବନେଶ୍ୱର :  ରାଜ୍ୟର ଦୁଇ ନୂତନ ମେଡିକାଲ କଲେଜ ବାଲେଶ୍ୱର ଓ ବଲାଙ୍ଗୀରକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହାସହିତ ପଣ୍ଡିତ ରଘୁନାଥ ମେଡ଼ିକାଲ କଲେଜ, ବାରିପଦାରେ ୨୦୧୮-୧୯ ଶିକ୍ଷା ବର୍ଷରେ ୨ୟ ବର୍ଷ ନାମ ଲେଖା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମବଣାଳୟ ଅନୁମତି ପ୍ରଦାନ କରିଛନ୍ତି । ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମବୀ ଜେ.ପି.ନଡ୍ଡା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଜରିଆରେ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟଯେ ବାଲେଶ୍ୱର ଓ ବଲାଙ୍ଗିରରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୨୦୧୮-୧୯ରେ ଦୁଇଟି ନୂତନ ମେଡ଼ିକାଲ କଲେଜ ସ୍ଥାପନକୁ କେନ୍ଦ୍ର ସରକାର ବିଦ୍ଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ତିନି ମେଡ଼ିକାଲ କଲେଜ୍କୁ ଅନୁମତି ପ୍ରଦାନ ନେଇ ରାଜ୍ୟର ଅନୁରୋଧକୁ ସ୧ାନ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଓଡିଶା ପାଇଁ   କରା ଯାଇଥିବା ଏହି ଅନୁରୋଧ ଗୁଡିକୁ ମାନି ନେଇ ତଦନୁଯାୟୀ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ୱର ଓ ବଲାଙ୍ଗୀର ସ୍ଥିତ ସରକାରୀ ମେଡିକାଲ କଲେଜରେ ୨୦୧୮- ୧୯ ପାଠ୍ୟବର୍ଷରେ ୧୦୦ଟି ଲେଖାଏଁ ସିଟ୍ରେ ନାମଲେଖା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରାଯାଇଛି । ସେହିପରି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ଦିଆ ଯାଇଥିବା ସର୍ତମୂଳକ ଅନୁମତିକୁ ବଜାୟ ରଖିବା ସହିତ ୨ୟ ବର୍ଷରେ ୧୦୦ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପାଇଁ ସ୍ୱୀକୃତି ଦିଆ ଯାଇଥିବା ଶ୍ରୀ ନଡ୍ଡା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ପାଇଁ କେନ୍ଦ୍ର ସରକାର ସର୍ବଦା ତତ୍ପର ବୋଲି ଏହି ପଦକ୍ଷେପ ପୁନ୧⁄୨ ପ୍ରମାଣିତ କରିଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

.ବାଲେଶ୍ୱର, ବଲାଙ୍ଗୀର ମେଡିକାଲ କଲେଜକୁ କେନ୍ଦ୍ରର ସବୁଜ ସଙ୍କେତ
.ବାରିପଦା ମେଡ଼ିକାଲ କଲେଜରେ ଦ୍ୱିତୀୟ ବର୍ଷ ନାମ ଲେଖା ପାଇଁ ଅନୁମତି
• ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା
• ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

LEAVE A REPLY

Please enter your comment!
Please enter your name here