You are here
Home > ଅଧିକ ଖବର > ନାବାଳିକା ଦୁଷ୍କର୍ମକାରୀଙ୍କୁ ହେବ ଫାଶୀ: ପରିବର୍ତ୍ତନ ହେବ ଆଇନ

ନାବାଳିକା ଦୁଷ୍କର୍ମକାରୀଙ୍କୁ ହେବ ଫାଶୀ: ପରିବର୍ତ୍ତନ ହେବ ଆଇନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା ସମେତ ଏବେ ସାରା ଦେଶରେ ଲଜ୍ଜାଜନକ ଭାବେ କୁନିକୁନି ନାବାଳିକାଙ୍କ ଉପରେ ହେଉଛି ଯୌନ ଅତ୍ୟାଚାର । କାମାନ୍ଧ ବ୍ୟକ୍ତିମାନେ ପୈଶାଚିକ ବାସନାକୁ ଚରିତାର୍ଥ କରିବାକୁ ନାବାଳିକା, କୋମଳମତି ଛାତ୍ରୀ ତଥା ନିଜ ପରିବାରରେ ଥିବା ଶିଶୁମାନଙ୍କୁ କରୁଛନ୍ତି ଦୁଷ୍କର୍ମ । ଏହି ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାର ଦଣ୍ଡ ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର ।

ସାରା ଦେଶରେ କାଠୁଆ ଓ ଉନ୍ନାଓ ଏବଂ ଓଡ଼ିଶାରେ କୁନ୍ଦୁଲି ଗଣଦୁଷ୍କର୍ମ ପରି ସାଂଘାତିକ ଅପରାଧର ଚର୍ଚ୍ଚା ଦେଶକୁ ଏକ ଲଜ୍ଜାଜନକ ପରିସ୍ଥିତି ଭିତରକୁ ଠେଲି ଦେଇଛି । ଏନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେବା ସହିତ ଦେଶରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର କିନ୍ତୁ ଏହି ନାବାଳିକା ଦୁଷ୍କର୍ମକାରୀଙ୍କ ଲାଗି ଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରି ସୁପ୍ରିମ କୋର୍ଟଙ୍କୁ ଏକ ପତ୍ର ଲେଖିଛନ୍ତି ।

ଆଜି କେନ୍ଦ୍ର ସରକାରଙ୍କ ଉପ-ସଚିବ ଆନନ୍ଦ ପ୍ରକାଶ ଆଜି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠଙ୍କ ନିକଟରେ ପତ୍ର ଦାଖଲ କରିଛନ୍ତି । ଏହି ଦଣ୍ଡାଦେଶର ପରିବର୍ତ୍ତନ ହେଲେ ପୀଡ଼ିତାଙ୍କ ବିଚାର ୬ମାସ ଭିତରେ ହେବା ସହିତ ଦୋଷୀକୁ କଠୋର ଫାଶୀ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି ଏହି ଚିଠିରେ ।

Loading...
ONA

Leave a Reply

Top