You are here
Home > ବଡ଼ଖବର > ଇନସଲଭେନ୍ସି ପାଠ୍ୟକ୍ରମ ଶୁଭାରମ୍ଭ କଲେ କନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇନସଲଭେନ୍ସି ପାଠ୍ୟକ୍ରମ ଶୁଭାରମ୍ଭ କଲେ କନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଠାରେ ଇନସଲଭେନ୍ସି ଓ ବ୍ୟାଙ୍କରପ୍ସି ବୋର୍ଡ ଅଫ ଇଣ୍ଡିଆ ସହ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଆଜି ଇନସଲଭେନ୍ସି ଆସୋସିଏଟଙ୍କ ନାମରେ ନୂଆ ପାଠ୍ୟକ୍ରମ ଆରମ୍ଭ କରିଛି । ଏହି ପାଠ୍ୟକ୍ରମ ଦେଶର ଯୁବପିଢିଙ୍କୁ ଇନ୍ସଲଭେନ୍ସି ମ୍ୟାନେଜେମେଣ୍ଟ କ୍ଷେତ୍ରରେ ରୋଜଗାରକ୍ଷମ କରିବ ବୋଲି କହିଛନ୍ତି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଇନ୍ସଲଭେନ୍ସି ଓ ବ୍ୟାଙ୍କରପ୍ସି ବୋର୍ଡ ଅଫ ଇଣ୍ଡିଆକୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି, ସେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ସହ ସହଭାଗିତା କରି ଇନସଲଭାନ୍ସି ଆସୋସିଏଟ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ।
ଠକେଇ ମାମଲା ଗୁଡିକରେ ଟଙ୍କା କାରବାର କଥା ଉଠିଲେ ସମସ୍ତେ ଚିନ୍ତିତ ହୋଇଯାଆନ୍ତି, କିନ୍ତୁ ଭାରତ ସରକାର ଇନସଲଭେନ୍ସି ତଥା ବ୍ୟାଙ୍କରପ୍ସି କୋଡ ୨୦୧୬ ମାଧ୍ୟମରେ ସମସ୍ତ ଦେବାଳିଆ ମାମଲା ଗୁଡିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ କରିବା ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି । ୫ ବର୍ଷ ପୂର୍ବରୁ ଆମେ ଜାଣିନଥିଲୁ କି ଇନସଲଭେନ୍ସି ଆସୋସିଏଟ୍ ମାଧ୍ୟମରେ ଯୁବପିଢି ରୋଜଗାର ପାଇବେ ତଥା ସ୍ୱୟଂ ରୋଜଗାର ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆର୍ଟିଫିସିଆଲ ଇଂଟେଲିଜେନ୍ସ, ବ୍ଲକ ଚେନ୍ ଟେକ୍ନୋଲୋଜି କ୍ଷେତ୍ରରେ ଆବଶ୍ୟକତାକୁ ନେଇ ଦକ୍ଷତା ବିକାଶ କରାଯାଉଛି । ଯୁବପିଢିଙ୍କ ଦକ୍ଷତା ବିକାଶ କରିବା ପାଇଁ ଜାପାନ, ୟୁଏଇ ପରି ଦେଶ ସହ ସହଭାଗିତା କରି ଆମେ ଅନ୍ତରଷ୍ଟ୍ରୀୟ ସ୍ତରରେ ରୋଜଗାରର ସୁଯୋଗ ସୃଷ୍ଟି କରୁଛି । ଦେଶରେ ଯୁବପିଢିଙ୍କ ଆକାଂକ୍ଷା ବୃଦ୍ଧି କରିବା ଭଳି ଅନେକ ପାଠ୍ୟକ୍ରମ ଆଗାମୀ ଦିନରେ ଆରମ୍ଭ କରିବ ।
ଯୁବପିଢିଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଏ ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି । ଏହି ପାଠ୍ୟକ୍ରମ ଯୁବବର୍ଗଙ୍କୁ ନୂଆ ବୃତି ସୁଯୋଗ ସୃଷ୍ଟି କରିବ । ଇନସନଭେନ୍ସି ଆସୋସିଏଟ ମାନେ ଚାଟାର୍ଡ ଆକାଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ତଥା ଆଇବିବିଆଇ ଦ୍ୱାରା ମାନ୍ୟତା ପ୍ରାପ୍ତ ଇନସଲଭେନ୍ସି ପ୍ରଫେସନାଲମାନଙ୍କୁ ଇନସଲଭେନ୍ସି ତଥା ବ୍ୟାଙ୍କରପ୍ସି କୋଡ ୨୦୧୬କୁ ସୂଚାରୁ ରୂପେ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିବେ । ଏହି ପାଠ୍ୟକ୍ରମ ଜୁଲାଇ ୧୫ରୁ ଆରମ୍ଭ ହେବ । ଏହି ପାଠ୍ୟକ୍ରମ ପାଇଁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଯୋଗାଇ ଦେବ । ଆଇବିବିଆଇ ଇନସଲଭେନ୍ସି ପ୍ରଫେସିନାଲ ନିଯୁକ୍ତି ସୁଯୋଗ ଦେବ ।

Loading...
ONA

Leave a Reply

Top