You are here
Home > ଲାଟେଷ୍ଟ > ଅନୁଗୁଳ-ଢେଙ୍କାନାଳ ସହର ପାଇଁ ପାଇପ ଯୋଗେ ରୋଷାଇ ଗ୍ୟାସ ପୂଜା ଭେଟି-ଧର୍ମେନ୍ଦ୍ର

ଅନୁଗୁଳ-ଢେଙ୍କାନାଳ ସହର ପାଇଁ ପାଇପ ଯୋଗେ ରୋଷାଇ ଗ୍ୟାସ ପୂଜା ଭେଟି-ଧର୍ମେନ୍ଦ୍ର

 ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଦୁଇଟି  ବିକାଶ ସମାବେଶ  ଜନସଭା ହେବ
ଭୁବନେଶ୍ୱର/ଢେଙ୍କାନାଳ:ଆସନ୍ତା ଅକ୍ଟୋବର-ନଭେମ୍ବର ମାସସୁଦ୍ଧା ଅଭିଭକ୍ତ ଢେଙ୍କାନାଳ ଜିଲାରେ ସିଟି ଗ୍ୟାସ ନେଟଓାର୍କ ବ୍ୟବସ୍ଥା କାର୍ଯ୍ୟ ଆରମ୍ଭ ହେବ । ଢେଙ୍କାନାଳ ଓ ଅନୁଗୁଳ ସହରରେ ପାଇପ ଯୋଗେ ଲୋକମାନଙ୍କ ଘରେ ଗ୍ୟାସ ପହଁଚିବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଭିଭକ୍ତ ଢେଙ୍କାନାଳ ଜିଲା ପାଇଁ ଲକ୍ଷମୀପୂଜା ଭେଟି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ତୀର୍ଥକ୍ଷେତ୍ର ମହିମା ଗାଦି ସମେତ ୧୯ଟି ଗାଁକୁ ପାନୀୟ ଜଳ ଯୋଗାଇବା ପାଇଁ ଓଏନଜିସି ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ ରାଜ୍ୟ ସରକାର ଅନୁମତି ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
ଢେଙ୍କାନାଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାରେ ଗ୍ୟାସ ପାଇପଲାଇନ ଧାମରାରୁ ଆରମ୍ଭ ହୋଇ ୧୩ଟି ଜିଲାକୁ ଯାଇଛି । ସେହି ଅନୁସାରେ କଟକ- ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ପାଇପଲାଇନ ଗ୍ୟାସ ସେବା (ପିଏନଜି) ସେବା ଅଭିଭକ୍ତ ଢେଙ୍କାନାଳ ଜିଲାରେ ଆରମ୍ଭ ହେବ । ଏହାଦ୍ୱାରା ଢେଙ୍କାନାଳ ଓ ଅନୁଗଳ ବାସୀ ଉପକୃତ ହେବେ । ଏନେଇ ସମସ୍ତ ପକ୍ରିୟା ଶେଷ ହୋଇଛି । ଘରେଘରେ ପାଇପ ଯୋଗେ ପିଇବା ପାଣି ଆସିବା ପରି ରନ୍ଧନ ଗ୍ୟାସ ଆସିବ । ଲୋକମାନଙ୍କୁ ଏଥିପାଇଁ କମ୍ ଖର୍ଚ କରିବାକୁ ପଡିବ । ସେହିପରି ମଧ୍ୟବର୍ତୀ ପରିବାରର ମାନଙ୍କର ଗାଡିରେ ବ୍ୟବହାର ପାଇଁ ମଧ୍ୟ ସିଏନଜି ବ୍ୟବସ୍ଥା ଆରମ୍ଭ ହେବ । ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଆଗାମୀ ଲକ୍ଷମୀ ପୂଜା ଭେଟି ।
ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଢେଙ୍କାନାଳରେ ତୀର୍ଥକ୍ଷେତ୍ର ଯୋରନ୍ଦାରେ ସବୁବେଳେ ପିଇବାପାଣିର ସମସ୍ୟା ରହିଥିଲା । ଏହାକୁ ନେଇ ବାରମ୍ବାର ସ୍ଥାନୀୟ ବିଜେପି କାଯ୍ୟକର୍ତା ମାନେ ମଧ୍ୟ ମୋତେ ମଧ୍ୟ ଜଣାଇଥିଲେ ।
ଏହି ଅଂଚଳରେ ୧୮ କୋଟି ଟଙ୍କା ପ୍ରକଳ୍ପର ଦାୟିତ୍ୱ ଓଏନଜିସି ନେଇଛି । ଜୋରନ୍ଦା ପଂଚାୟତର ୯ଟି ଗାଁ ଓ କାଲୁରି  ପଂଚାୟତର ୪ଟି ଗାଁ ଏହାଦ୍ୱାରା ଉପକୃତ ହେବେ । ୫୫ କିଲୋମିଟର ପାଇପଲାଇନ ବିଛାଯାଇ ପାଣି ଯୋଗାଇବା ପାଇଁ ପକ୍ରିୟା ସରିଛି । ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି । ଜିଲାପାଳ କହୁଛନ୍ତି ସଚିବାଳୟରେ ଫାଇଲ ପଡିଛି । ଏନେଇ ସେ ବ୍ୟକ୍ତିଗତ ଭାବେ ସଚିବ ମଧୁସୂଦନ ପାଢୀ, ବିଷ୍ୁପଦ ସେଠୀ, ଓ ଡି.କେ.ସିଂହଙ୍କ ସହ କଥା ହୋଇଛନ୍ତି ହେଲେ ଫାଇଲ ଉପରେ ଅଟକିଛି । ମହିମା ଗାଦି ଏ ଅଂଚଳର ଆସ୍ଥାର କେନ୍ଦ୍ର ହୋଇଥିବା ବେଳେ ଏଠି ଅନୁମତି କଣ ପାଇଁ ନାହିଁ
ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ୧୧୫ ଆଙ୍କାକ୍ଷୀ ଜିଲାରେ ନୀତିଆୟୋଗ ଢେଙ୍କାନାଳ ଜିଲାକୁ ସାମିଲ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଫିସ ଏହାକୁ ମନଟରିଂ କରିଥିଲା । ତେବେ ରାଜ୍ୟ ସରକାର ଢେଙ୍କାନାଳ ଜିଲାକୁ ବାଦ୍ ଦେଇ ଅନ୍ୟ ଦୁଇ ଜିଲାକୁ ସାମିଲ ପାଇଁ କହିଥିଲେ । ସେହିପରି ପ୍ରଗତୀ ସମୀକ୍ଷା ସମୟରେ ମେଡିକାଲ କଲେଜ ଖୋଲିବା ପାଇଁ ଢେଙ୍କାନାଳ ଜିଲା ସମେତ ୩ ଜିଲାର ନାଁ ଯାଇଥିବା ବେଳେ ରାଜ୍ୟ ସରକାର ନିଷ୍ପତି ତାଙ୍କ ପାଖରେ ଅଟକିଛି । ପ୍ରଧାନମନ୍ତ୍ରୀଙ୍କ ତାଳଚେର ଗସ୍ତ ଉପରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ସବୁବେଳେ
ପୂର୍ବଭାରତର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ପୂର୍ବୋଦୟ ହେଲେ ଦେଶରେ ବିକାଶ ସନ୍ତୁଳିତ ହେବ । ସେଥିପାଇଁ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ତାଳଚେର ଓ ଝାରସୁଗୁଡା ଆସୁଛନ୍ତି । ଏଠାରେ ଦୁଇଟି ଜନସଭା ହେବ । ଏହାର ନାଁ ବିକାଶ ସମାବେଶ ରଖାଯାଇଛି । ଏଥିପାଇଁ ସମସ୍ତ କାର୍ଯ୍ୟକର୍ତା ଲାଗିପଡିଛନ୍ତି । ତେବେ ପ୍ରକଳ୍ପ ଅନୁମତି ନେଇ ରାଜ୍ୟ ସରକାର ଯେଉଁ ଅସହଯୋଗ କରୁଛନ୍ତି ତାହା ଉପରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ରହିଥିଲେ ମଧ୍ୟ ରାଜ୍ୟ ସରକାର ଏଥିନେଇ ଦୃଷ୍ଟି ଦେଉନାହାନ୍ତି ।
ସାମ୍ବାଦିକ ବିଭିନ୍ନ ପ୍ରଶ୍ନର ଉତର ଦେଇ ଢେଙ୍କାନାଳ ଜିଲା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ ଶ୍ରୀ ପ୍ରଧାନ । ଏପରିକି ବିଭିନ୍ନ ଟ୍ରେନ ରହଣୀ ସମ୍ପର୍କରେ ସେ ଦୃଷ୍ଟିଦେବା ସହ ନାଗରିକ କମିଟି ସହ ସମସ୍ତ ବୁଦ୍ଦିଜୀବିଙ୍କୁ ଡାକି ଏ ସମସ୍ୟାର ସମାଧାନ ହେବାପାଇଁ ପ୍ରତିଶୃତି ଦେଇଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ, ନରେନ୍ଦ୍ର ମୋଦି ସରକାର ଦେଶରେ ଆସିବା ପରେ ଓଡିଶାରେ ଏଲପିଜି ଗ୍ରାହକଙ୍କ ସଂଖ୍ୟା ଥିଲା ୨୧ ଲକ୍ଷ । ଏହା ଏବେ ୬୩ ଲକ୍ଷରେ ପହଁଚିଛି । ୪୨ ଲକ୍ଷ ନୂଆ ସଂଯୋଗ ଦିଆଯାଇଥିବା ବେଳେ ସେଥିରୁ ୩୨ ଲକ୍ଷ ଉଜ୍ଜଳାରେ ସଂଯୋଗରେ ଦିଆଯାଇଛି । ୨୦୧୮-୧୯ ସୁଦ୍ଧା ଓଡିଶାର ୮୦ରୁ ୮୫ ପ୍ରତିଶତ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ପହଁଚାଇବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା କିପରି ହିତାଧିକାରୀଙ୍କ ପାଖରେ ପହଁଚୁ ଏନେଇ ଅହରହ କେନ୍ଦ୍ର ସରକାର ଓ ସ୍ଥାନୀୟ କାର୍ଯ୍ୟକର୍ତା କାମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Loading...
ONA

Leave a Reply

Top