You are here
Home > ପଲିଟିକ୍ସ

ନବୀନ ଓ ମୋଦିଙ୍କ ପରସ୍ପରକୁ ଆକ୍ଷେପ ଲୋକଦେଖାଣିଆ: ନିରଞ୍ଜନ

ଭୁବନେଶ୍ୱର  : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଝାରସୁଗୁଡା ବିମାନ ବନ୍ଦର ଉଦ୍ଘାଟନ ସହିତ ତାଳଚେର ସାର କାରଖାନା ପୁନରୁଦ୍ଧାର ନିମନ୍ତେ ଶୁଭଦେଲେ । ଗୋଟିଏ ମଂଚରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଉଦ୍ବୋଧନ ଦେଲେ । ଟଙ୍କିକିଆ ଚାଉଳ, ଆୟୁଷ୍ମାନ ଯୋଜନା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦୁର୍ନୀତି, ପିସି କାରବାର ଆଦିକୁ ନେଇ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସଭାରେ କିଛି ବକ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ଏହା ନୂଆ କଥା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ସେ କାହିଁକି ତାଙ୍କ ଉପରେ ରାଗ ସୁଝାଉଛନ୍ତି

ମୋଦିଙ୍କ ବକ୍ତବ୍ୟ କେବଳ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ: ନବୀନ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ୍‍ ଦର ଏବେ ରେକର୍ଡ ସ୍ତର ଅତିକ୍ରମ କରିଛି । କେନ୍ଦ୍ର ସରକାର ତୈଳର ବର୍ଦ୍ଧିତ ଦରକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‍ଘାଟନ ଉତ୍ସବରେ ଯୋଗ ଦେଇସାରି ଭୁବନେଶ୍ୱର ଫେରିବା ପରେ ଏହା ଗଣମାଧ୍ୟମକୁ କହିଛନ୍ତି । ଏହାସହିତ ପ୍ରକାଶ

ନବୀନଙ୍କୁ ମିତ୍ର କହି ମୋଦି ବର୍ଷିଲେ

‘ଓଡ଼ିଶାରେ ପରିବର୍ତ୍ତନ ଆଭାସ ମିଳୁଛି’ ଭୁନନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଜନସଭାରେ ମଧ୍ୟ ଉଦବୋଧନ ଦେଇଛନ୍ତି । ମୋଦି ଓଡ଼ିଶା ଗସ୍ତରେ ଆସୁଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବେ କି ନାହିଁ ତାକୁ ନେଇ ରାଜ୍ୟ ରାଜନୀତିରେ ଓ ସାଧାରଣରେ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ପରିସମାପ୍ତି ଘଟିଛି । ନବୀନଙ୍କୁ ମିତ୍ର

ଫଳକ ପୋତି, ବିଜ୍ଞାପନ ଦେଲେ ବିକାଶ ହୁଏନାହିଁ: ନିରଞ୍ଜନ

ଭୁବନେଶ୍ୱର : କେବଳ ପ୍ରକଳ୍ପ ଶୁଭାରମ୍ଭ ନାମରେ ଫଳକ ପୋତି ଗଣମାଧ୍ୟମରେ ବିଜ୍ଞାପନ ଦେଲେ ଦେଶର ବିକାଶ ହୁଏନାହିଁ, ସେଥିପାଇଁ ଉପଯୋଗୀ ଯୋଜନା ପ୍ରସ୍ତୁତି ଏବଂ ତାହାର ରୂପାୟନ ଲୋଡା ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ବିମାନ ବନ୍ଦର ଉଦ୍ଘାଟନ କରିବା ସହିତ ତାଳଚେରଠାରେ ସାରକାରଖାନାର ପୁନଃନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିବା ଅବସରରେ

ବିଯୋଗ ଅମୂଳକ, ଅବାସ୍ତବ ଏବଂ ନିଜର ସ୍ଥିତିକୁ କେବଳ ଗଣମାଧ୍ୟମରେ ବଞ୍ଚାଇ ରଖିବା ପାଇଁ ଉଦ୍ଦିଷ୍ଟ: ବିଜେଡି

ଭୁବନେଶ୍ୱର : ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ବିଜେପି ସପକ୍ଷରେ ଯେଭଳି ଓକିଲାତି କରୁଛନ୍ତି, ତାହା ଅନେକ ସମୟରେ ହାସ୍ୟାସ୍ପଦ ସ୍ତରକୁ ଆସିଯାଉଛି । ସେ ଜାଣିସିଆଣିଆ ଭଳି ବ୍ୟବହାର କରୁଛନ୍ତି । ସେ ମନେ ରଖିବା ଉଚିତ୍‍ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସାଢ଼େ ଚାରିକୋଟି ଓଡ଼ିଆଙ୍କର ଆସ୍ଥା, ବିଶ୍ୱାସ ଓ ସମ୍ମାନ ରହିଛି । ଗଣତନ୍ତ୍ରରେ ଏହା ହିଁ ସବୁଠୁ ବଡ଼ ସଂପତ୍ତି

ସିଏଜି ରିପୋର୍ଟ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା,ଦୁର୍ନୀତି ବିରୋଧରେ ଅଦାଲତର ଦ୍ୱାରସ୍ଥ ହେବ : ବିଜେପି

ଭୁବନେଶ୍ୱର : ମହାଲେଖାକାରଙ୍କ ସଦ୍ୟତମ ରିପୋର୍ଟ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଚ ଓ ଦୁର୍ନୀତିମୁକ୍ତ ସରକାର ତଥା କଠିନ ପରିଶ୍ରମ ନାରାର ଅସଲ ଗୁମର ଖୋଲି ଦେଇଛି ବୋଲି ଏକ ସାମ୍ବାଦିକ ସମ୍ମଳି ନୀରେ ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ରାଜ୍ୟ ସରକାରଙ୍କ ଏହି ଦୁର୍ନୀତି ବିରୋଧରେ ବିଜେପି ଓଡିଶାବାସୀଙ୍କ ପକ୍ଷରୁ ଅଦାଲତରେ ଲଢିବାକୁ ଚେତାବନୀ ଦେଇଛି । ଶ୍ରୀ ଆଚାର୍ଯ୍ୟ ଏକ ସଙ୍ଗୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ନାନରେ ଆଜି ସ୍ୱଚ୍ଛତା ଏକ ଜନ ଆନ୍ଦୋଳନ ରୁପ ନେଇଛି -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ବିଜେପି ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡ ଠାରେ ଆୟୋଜିତ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି କି, ୨୦୧୪ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରିୟ ବିଷୟ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନ କରିବା ଦେଶର ପ୍ରଧାନମବୀ ନରେନ୍ଦ୍ର ମୋଦି ପାଇଁ ଆହ୍ୱାନ ଦେଇଥିଲେ । ସେହି ମହାନ ଉଦ୍ଦେଶ୍ୟରେ ଅନେକ ସ୍ୱେଛାସେବି ମାନେ ସ୍ୱଛତାକୁ

କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଏକ ଜରୁରୀକାଳୀନ ପରିସ୍ଥିତିସୃଷ୍ଟି ହୋଇଛି ବୋଲି ଯେଉଁ ଉକ୍ତି ରଖିଛନ୍ତି, ତାହା ହାସ୍ୟାସ୍ପଦ :ପ୍ରତାପ ଦେବ

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଗଣମାଧ୍ୟମରେ ଯେଉଁ ଆଲୋଚନା ଚାଲିଛିଏବଂ ପୋଲିସ ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ସେ ସଂପର୍କରେ ବିଧାନସଭା ଠାରୁ ଆରମ୍ଭ କରିଗଣମାଧ୍ୟମରେ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଏକ ଜରୁରୀକାଳୀନ ପରିସ୍ଥିତିସୃଷ୍ଟି ହୋଇଛି ବୋଲି ଯେଉଁ ଉକ୍ତି ରଖିଛନ୍ତି, ତାହା ହାସ୍ୟାସ୍ପଦ ଏବଂ ଅତ୍ୟନ୍ତ ଶସ୍ତା ମନ୍ତବ୍ୟ ବୋଲି ଆଜି ସାଂସଦ

ଚାରିଆଡ଼େ ବିରୋଧ ପରେ ବନ୍ଧୁଙ୍କ ହାତଛାଡ଼ିଲେ ବୈଜୟନ୍ତ

ଭୁନନେଶ୍ୱର: ବିଧାନସଭାଠୁ ଆରମ୍ଭ କରି ରାଜ୍ୟବ୍ୟାପୀ ଚାରିଆଡ଼େ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବନ୍ଧୁ ଅଭିଜିତ ଆୟାରଙ୍କ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି । ସମସ୍ତେ ସମାଲୋଚନା କରିବାରେ ଲାଗିଛନ୍ତି । ସେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ଯାହାକୁ ନେଇ କେବଳ ବିଜେଡି ନୁହେଁ ବିଜେପି ଓ କଂଗ୍ରେସ ମଧ୍ୟ ସମାଲୋଚନା କରିବାକୁ ପଛାଇନାହିଁ । ଏପରି କି ପରିସ୍ଥିତି ଅଡୁଆ ଦେଖି ବୈଜୟନ୍ତ ମଧ୍ୟ ଶେଷରେ

ପାରାଦୀପରୁ ପ୍ରାର୍ଥୀ ହେବାକୁ ବିଷ୍ଣୁଙ୍କ ଇଚ୍ଛା, ଲକ୍ଷ୍ୟ ଦାମଙ୍କୁ ଟକର

ଭୁନନେଶ୍ୱର: ବିଜେଡିରୁ ଡାକ୍ତର ଦାମୋଦର ରାଉତ ବିଦା ହେବା ପରେ ଏବେ ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ଯୋଜନାବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସ ଆଖି ପକାଇଛନ୍ତି । ସେ ତାଙ୍କର ନିର୍ବାଚମଣ୍ଡଳୀ ଜଗତସିଂହପୁର ଛାଡ଼ି ପାରାଦୀପରେ ଲଢ଼ିବାକୁ ଚାହୁଁଛନ୍ତି । ଏଥିରେ ସେ ଡାକ୍ତର ରାଉତଙ୍କୁ ଟକ୍କର ଦେବା ପାଇଁ ଚାହୁଁଥିବା କଥା କୁହାଯାଉଛି । ଆସନ୍ତା ନିର୍ବାଚନରେ ଡାକ୍ତର ରାଉତ ଛିଡ଼ା ହେବେ

କଂଗ୍ରେସ ମିଶିଲେ ଜଜ ଓ ସୁଦର୍ଶନ

ନିରଂଜନ କହିଲେ ଓଡ଼ିଶାରେ କଂଗ୍ରେସରେ ଶକ୍ତି ବୃଦ୍ଧିହେଲା ଭୁନନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ସ୍ୱାଧୀନ ବିଧାୟକ ଜର୍ଜ ତିର୍କୀ ଓ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଆଜି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଉଭୟଙ୍କୁ ଦଳ ସ୍ୱାଗତ କରିଛି । ଏହାଦ୍ୱାରା ଦଳର ଶକ୍ତି ବୃଦ୍ଧି ହେବ ବୋଲି ଦର୍ଶାଯାଇଛି । ପିସିସି ସଭାପତି ଦାୟିତ୍ୱ ନେବା ପରେ ନିରଂଜନ ପଟ୍ଟନାୟକଙ୍କ ପାଇଁ

ବିଜୟ-ବୈଜୟନ୍ତଙ୍କ ଆଭିମୁଖ୍ୟ ଭିନ୍ନ

ଭୁନନେଶ୍ୱର: ବିଜେଡିରୁ ଡାକ୍ତର ଦାମୋଦର ରାଉତ ବହିଷ୍କୃତ ହେବା ପରେ ରାଜ୍ୟ ରାଜନୀତିରେ ସମୀକରଣ ବଦଳିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଭଟା ପଡ଼ିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜୁ ଅନୁଗତଙ୍କ ମେଳି ସମ୍ଭବ ହେଉନାହିଁ । ଅନୁଗତଙ୍କ ମଧ୍ୟରେ ଢ଼େର ମତ ପାର୍ଥକ୍ୟ ରହିଛି । ଯାହାକୁ ଦୂର କରିବା କଷ୍ଟକର । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିନ୍ଧାଣୀ ଭାବେ ଗ୍ରହଣ କରାଯାଉଥିବା

ଦାମକୁ ଘେରିଲେ ବିଜେଡି ନେତା

ପାଲଟା ଆକ୍ରମଣ କଲେ ଦାମ ଭୁନନେଶ୍ୱର: ମନ୍ତ୍ରିମଣ୍ଡଳରୁ ବାହାରି ପରେ ଡାକ୍ତର ଦାମୋଦର ରାଉତ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିସ୍ଫୋରଣ କରି ଚାଲିଛନ୍ତି । ଦୁର୍ନୀତିଗ୍ରସ୍ତ ବୋଲି କହି ବିଭିନ୍ନ କଥା ଉଠାଉଛନ୍ତି । ଏବେ ତାଙ୍କୁ କଡ଼ା ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି । ବିଧାନସଭା ଭିତରେ ଓ ବାହାରେ ତାଙ୍କୁ ଘେରିବା ପାଇଁ ବିଜେଡି ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି ।

ବିରୋଧୀଙ୍କ ଦାବି ଚାରା ଘୋଟାଲାର ସିବିଆଇ ତଦନ୍ତ ହେଉ

ବିଧାନସଭା ଅଚଳାବସ୍ଥା ଭୁବନେଶ୍ୱର: ଚାରା ଘୋଟାଲାକୁ ନେଇ ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ସରକାରଙ୍କ ବିରୋଧରେ ଛାଡ଼ିଥିବା ବାଣକୁ ନେଇ ବିରୋଧୀ ଆଜି ବିଧାନସଭା ଅଚଳ କରିଛନ୍ତି । ବିଧାନସଭା କାର୍ଯ୍ୟ ଆରମ୍ଭ ପରେ ଶୋକପ୍ରସ୍ତାବ ଆରମ୍ଭ ହୋଇଥିଲା । ଶୋକ ପ୍ରସ୍ତାବ ସରିବାକ୍ଷଣି ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନୋତର କାର୍ଯ୍ୟ ବାତିଲ ହୋଇଥିଲା । ଗୃହକୁ ସାଢ଼େ ୧୧ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ

Top