ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା: କାର ଉପରେ ପଡ଼ିଛି ମାଲମୋଝେଇ ଟ୍ରକ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ କାର ଉପରେ ଗୋଟିଏ ମାଲବୋଝେଇ ଟ୍ରକ ଓଲଟି ପଡ଼ିଛି । କାରଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଛି । କିନ୍ତୁ କାର ଭିତରେ କେହି ଲୋକ ଅଛନ୍ତି କି ନାହିଁ ତାହା ଜଣାପଡୁନାହିଁ । ପୁଲିସ ଘଟଣାସ୍ଥଳରେ ପହଂଚି ଏକ କ୍ରେନ ପାଇଁ ଯୋଗାଯୋଗ କରୁଛନ୍ତି । ପ୍ରଥମେ ଟ୍ରକକୁ ଉଠାଇଲେ ଜଣାପଡିବ କାରରେ କିଏ ଅଛନ୍ତି କି କାରଟି ଖାଲି ସେଠାରେ ଥିଲା । କାରର ମାଲିକ ବି କିଏ ତାହା ଜଣାପଡ଼ିନାହିଁ । ଏପଟେ ଟ୍ରକର ହେଲପର ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

ବସ-ଟ୍ରକ ମୁହାଁମୁହିଁ ଧକ୍କା, ୧୫ ଯାତ୍ରୀ ଆହତ