ଜାତୀୟ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା, ୨୦୧୯ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି କଂଗ୍ରେସ

0
1

ଭୁବନେଶ୍ବର : ୪ଲୋକସଭା ଏବଂ ୧୦ ବିଧାନସଭା ଉପନିର୍ବାଚନ ଫଳାଫଳ ପରେ ଜାତୀୟ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା । ବିଜେପି ବିରୋଧୀ ମହାମେଣ୍ଟ ପ୍ଲାନ ଗୋଟାକ ପରେ ଗୋଟେ କ୍ଲିକ କରୁଥିବା କାରଣରୁ ୨୦୧୯ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି କଂଗ୍ରେସ। ସମସ୍ତ ଆଞ୍ଚଳିକ ଦଳକୁ ଏକାଠି କରି ମୋଦିଙ୍କୁ  ବ୍ରେକ ଦେବାକୁ ଯୋଜନା ଚଳାଇଛି। ତେବେ ଉପନିର୍ବାଚନର ଫଳାଫଳ ୨୦୧୯ରେ ପଡିବ ନାହିଁ ବୋଲି ଯୁକ୍ତି ବାଢ଼ିଛି ବିଜେପି ।

ସଫଳ ହେଉଛି ବିଜେପି ବିରୋଧୀ ମହାମେଣ୍ଟ । କର୍ଣ୍ଣାଟକରେ  ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହେବା ପରେ ଉପନିର୍ବାଚନରେ ବିଜେପି ବିରୋଧୀ ମେଣ୍ଟର ସଫଳତା ଯେମିତି ବିରୋଧୀଙ୍କ ପାଇଁ ମହୌଷଧି ପାଲଟିଛି। ୨୦୧୯ରେ ମୋଦି ଭର୍ସେସ ଅଲ ପାଟି ପାଇଁ କଂଗ୍ରେସ ଯେଉଁ ପ୍ଲାଟଫର୍ମ ପ୍ରସ୍ତୁତ କରୁଛି ତାହା ଉପନିର୍ବାଚନ ଗୁଡିକରେ କ୍ଲିକ କରୁଛି। ବିଶେଷ କରି ଉତ୍ତର ପ୍ରଦେଶରେ ସପା-ବସପା-କଂଗ୍ରେସ ମେଣ୍ଟ ମୋଦି ଓ ଯୋଗୀଙ୍କ ଯୁଗଳ ବନ୍ଦୀଙ୍କୁ ଧୂଳି ଚଟାଇବାରେ ସକ୍ଷମ ହେବା ପରେ ଆଗକୁ ଏଭଳି ଯୋଜନାକୁ ତ୍ବରାନ୍ବିତ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏତିକିବେଳେ ମୋଦିଙ୍କ ସହ ଏନଡିଏ ଫୋଲ୍ଠରେ ଥିବା ସହଯୋଗୀ, ବିଜେପିର ହାତ ଛାଡିବାକୁ ଧମକ ଦେଇ ପରିସ୍ଥିତିକୁ ଅଧିକ ଗୋଳମାଳ କରିଦେଇଛନ୍ତି। ବିରୋଧୀଙ୍କୁ ଯୁକ୍ତି ମୋଦିଙ୍କ ପ୍ରତିଶ୍ରୁତି ପାଳନ ହେଉନଥିବାରୁ ଲୋକେ ବିଜେପି ଠାରୁ ମୁହଁ ଫେରାଉଛନ୍ତି।

୨୦୧୯ରେ ମୋଦିଙ୍କ ମୁକାବିଲା ପାଇଁ କଂଗ୍ରେସ ସମେତ ସବୁ ବିରୋଧୀ ଦଳ ଏକାଠି ହେବାର ସମ୍ଭାବନା ରହିଛି । ତେଣୁ ବିଜେପି ଅଣ୍ଟା ଭିଡିଛି ଏହି ବାର୍ତ୍ତା ଦେବାକୁ ଯେ, ଦେଶର ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ଅଟକାଇବା ଏବଂ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ କଂଗେସ ସହ ଆଣ୍ଟି ବିଜେପି ଦଳ ହାତ ମିଳାଇଛନ୍ତି । ତେଣୁ ଉପନିର୍ବାଚନ ହିସାବ ସହ ୨୦୧୯ ନିର୍ବାଚନ ଫଳାଫଳର ତୁଳନା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତି ବାଢିଛି । ନିର୍ବାଚନ ଯେତିକି ପାଖଉଛି ଦେଶର ରାଜନୈତିକ ଦଳଙ୍କ ଗତିବିଧି ସେତିକି ତ୍ୱରାନ୍ବିତ ହେଉଛି। ତେବେ ମୋଦି ମ୍ୟାଜିକ ଆଗରେ ବିରୋଧୀ ମହାମେଣ୍ଟ ତିଷ୍ଠୁଛି କି ନାହିଁ ତାହା ନିର୍ବାଚନ ଫଳାଫଳ କହିବ।

LEAVE A REPLY

Please enter your comment!
Please enter your name here