କମିଲା ବସ ଭଡା, ଉପକୃତ ହେଲେ ଯାତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମିଲିଲା ଆଉ ଏକ ଖୁସି ଖବର । ଲଗାତାର ଗଲା କିଛି ଦିନ ହେବ ତେଲ ହ୍ରାସ ପାଉଥିଲେ ମଧ୍ୟ ବସ ଭଡାରେ କୌଣସି ପରିବର୍ତ୍ତନ ଦେଖାଯାଉନଥିଲା । ହେଲେ ଆଜି ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି । ଜିଜେଲ ଦର କମିବାରୁ ବସ ଭଡା କମାଇଥିବାର ସୂଚନା ଦେଇଛନ୍ତି । ରାଜ୍ୟ ସରକାର କିଲୋମିଟର ପିଛା ୨ ଓ ୪ ପଇସା ହ୍ରାସ କରିଛନ୍ତି । ସେଥିଲାଗି ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡା କିମି ପିଛା ୨ ପଇସା କମିଲା । ଅର୍ଡିନାରୀ କିମି ପିଛା ଥିଲା ୨ ପଇସା ହେଲା ୭୦ ପଇସା । ଏକ୍ସପ୍ରେସ କିମି ପିଛା ୭୫ ପଇସା ଥିଲା କିନ୍ତୁ କମିବା ପରେ ୭୩ ପଇସା ହେଲା । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ କିମି ପିଛା ୪ ପଇସା କମିଲା । ଡିଜେଲ କିମି ପିଛା ଥିଲା ୧୦୫ ପଇସା, ହେଲା ୧୦୧ ପଇସା । ଏସି ଡିଲକ୍ସ କମି ଥିଲା ୧୨୭ ପଇସା ହେଲା ୧୨୩ ପଇସା ହେଲା । ଭଡା ହ୍ରାସ ନେଇ ପରିବହନ କମିଶନରଙ୍କ ପ କ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବସ ଭଡା ହ୍ରାସ ପାଇବା ପରେ ଯାତ୍ରୀଙ୍କ ଭିତରେ ଏକ ପ୍ରକାରର ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳୁଛି ।