ଶାଶୂଘରକୁ ବୁଲେଟରେ ଗଲେ ବୋହୂ, ଭିଡଓ ହେଲା ଭାଇରାଲ

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ନିଜ ବିବାହକୁ ସମସ୍ତେ ନିଆରା କରିବାକୁ ଚାହାନ୍ତି | ଏଥିଲାଗି ଅନେକ ପ୍ରକାରର ଅଦ୍ଦୁତ କାମ ମଧ୍ୟ କରିଥାନ୍ତି | ତେବେ ଠିକ ସେହିପରି ଏକ ଯୁବତୀ ବିବାହ ତରିକା ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି | ଉକ୍ତ ଭିଡିଓରେ ଯୁବତୀ ଜଣଙ୍କ ନିଜେ ବୁଲେଟ ଚଳାଇ ଯାଉଥିବା ବେଳେ ତାଙ୍କ ବାବି ସ୍ୱାମୀ ବା ବର ପଛରେ କାର ଧରି ଆସୁୁଥିବାର ଦେଖିବାକୁ ମିଳୁଛି | ଯୁବତୀ ଜଣଙ୍କ ଦେହରେ ନାଲି ଶାଢୀ, ମୁଣ୍ଡରେ ଗଜରା ଓ ଦେହଯାକ ସୁନା ଗହଣା ପିନ୍ଦି ବୁଲେଟ ଚଳାଉଥିବାର ଦେଖିବାକୁ ମିଳୁଛନ୍ତି | ଅବଶ୍ୟ ଭିଡିଡ଼ଟି ଦେଖିରେ କ୍ଷଣି ଲାଗିବ ଯେମିତି କେଉଁ ଫିଲ୍ମର ସିନ୍‌ ଶୁଟିଂ ହେଉଛି । ହେଲେ ବାସ୍ତବରେ ଏହି ଦୃଶ୍ୟଟି କୌଣସି ଫିଲ୍ମ ସେଟ୍‌ର ନୁହେଁ ବରଂ ସତସତିକା ଘଟଣାଟିଏ । ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି ଏମିତି ନିଆରା ଦୃଶ୍ୟ । ସୁଚନାନୁଯାୟୀ, କନ୍ୟା ବେଶରେ ଥିବା ଝିଅ ଜଣଙ୍କ ହେଉଛନ୍ତି କୋମଲ ଦେଶମୁଖ । କୋମଲ ଜଣେ ଚାଷୀ ପରିବାରର ଝିଅ । ତାଙ୍କ ବାହାଘର ଜାନୁଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ବାହାଘର ସରିବା ପରେ ନିଜେ କୋମଲ ବୁଲେଟ୍‌ ନେଇ ଶାଶୂ ଘରକୁ ଯିବେ ବୋଲି ବାପାଙ୍କୁ ଅନୁମତି ମାଗିଲେ । ଝିଅର କଥାକୁ ସମ୍ମତି ଜଣାଇ ବାପା ମଧ୍ୟ ତାଙ୍କୁ ବୁଲେଟ୍‌ ନେଇ ଶାଶୂ ଘରକୁ ଯିବାକୁ ଅନୁମତି ଦେଇଦେଲେ । ତେବେ ସବୁଠାରୁ ଆର୍ଶ୍ଚଯ୍ୟା କଥା ଶାଶୂଘର ଲୋକେବି କୋମଲଙ୍କ ଏ ପ୍ରସ୍ତାବରେ ରାଜି ହୋଇଗଲେ ।ଆଉ ସତକୁ ସତ କୋମଲ ବିଦା ହେବା ବେଳେ ବୁଲେଟ୍‌ ନେଇ ଆଗେ ଆଗେ ଚାଲିଲେ ଆଉ ତାଙ୍କ ସ୍ୱାମୀ ପଛରେ ଏକ ସୁସଜ୍ଜିତ କାର୍‌ରେ ବସି ଯାଉଥିବାରୁ ଦୃଶ୍ୟ ଥିଲା ବେଶ୍‌ ନିଆରା । ୫ କିଲୋମିଟର ପର୍ଯ୍ୟନ୍ତ ବୁଲେଟ ଚଲାଇ କୋମଲ ଶାଶୂ ଘରକୁ ଆସିଥିଲେ । ତାଙ୍କୁ ଏହି ବେଶରେ ଯିଏ ଦେଖୁଥିଲା ସେ ସ୍ୱାଗତ କରୁଥିଲା । ଆଉ ଏହି ନିଆରା ବାହାଘରକୁ ସମସ୍ତେ ଉପଭୋଗ କରିଥିଲେ ।

ପରିବାରର କଠୋର ନିୟମ ଲାଗି ଦେଶ ଛାଡିଲେ ଯୁବତୀ, ଟ୍ବିଟ କରି ମାଗିଲେ ସାହାଯ୍ୟ,ପଢନ୍ତୁ ପୂରା ଖବର…

 

2 ମତାମତ ଦିଅନ୍ତୁ

  1. […] ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଲୁଛି | ୨୦୨୦ରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍… ତେବେ ଗାବାର୍ଡ଼ଙ୍କ ଏହି ଘୋଷଣା ପରେ […]

ମତାମତ ଦିଅନ୍ତୁ

Please enter your comment!
Please enter your name here