ସମ୍ପର୍କରେ ଲାଗିଲା ନିଆଁ, ଚାଷ ଜମି ଲାଗି ଭାଇକୁ ହତ୍ୟା କଲା ଭାଇ

ଉମରକୋଟ: ସମ୍ପର୍କରେ ଲାଗିଲା ନିଆଁ | ଭାଇକୁ ମାରିଲା ଭାଇ | ଚାଷ ଜମିକୁ ନେଇ ଜଣେ ଭାଇ ତାର ଭାଇକୁ ମାରିଥିବା ଅବିଯୋଗ ହୋଇଛି | ଏପରି ଲୋମହଂସକାରୀ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଢେପଗୁଡ଼ା ଗାଁରେ | ମୃତ ଯୁବକ ଜଣଙ୍କ ହେଉଛନ୍ତି ସମ୍ପୃକ୍ତ ଗାଁର ଚନ୍ଦନ ଜାନୀ | ହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛି ସମ୍ପର୍କୀୟ ଭାଇ ଭୁବନ ଜାନୀ | ସୂଚନାନୁଯାୟୀ, ଚାଷ ଜମିକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ବଢିଚାଲୁିଥିବା ବେଳେ ଅନେକ ସମୟରେ ଗଣ୍ଡଗୋଳ ବି ଲାଗି ରହୁଥିଲା । ଗତ ୨୨ ତାରିଖରେ ଚନ୍ଦନକୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ଭୁବନ ଜାନୀ ଓ ତାଙ୍କର ତିନି ଜଣ ଶଳା ମିଶି ହତ୍ୟା କରିବା ପରେ ମୃତଦେହକୁ ପୋତି ଦେଇଥିଲେ । ଏହି ଘଟଣାରେ ପୁଲିସ୍‌ ଭୁବନ ଜାନୀଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।

ବଣେଇରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା