ଶେଷରେ ବଲିଉଡରେ ଲିଭିଲା ଦ୍ୱୀପ, କାଦର ଖାନଙ୍କ ପରଲୋକ ନେଇ ବଲିଉଡରେ ଶୋକାକୂଳ ପରିବେଶ…

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଶେଷରେ ବଲିଉଡରେ ଲିଭିଲା ଦ୍ୱୀପ । ଜିଅନ୍ତା ଥାଇ ମଧ୍ୟ ମିଛରେ ପ୍ରଘଟ ହୋଇଥିବା କଥା ଶେଷରେ ସତ ହେଲା । ନୂଆ ବର୍ଷ ଦିନ ଅର୍ଥାତ୍ ଜାନୁଆରୀ ୧ରେ ବଲିଉଡର ଭେଟେରାନ ଆକ୍ଟର ତଥା ଡାଏଲଗ ଲେଖକ କାଦର ଖାନଙ୍କ ୭୧ ବର୍ଷରେ ପରୋଲୋକ ହୋଇଛନ୍ତି । ବିଗତ କିଛି ଦିନ ହେବ ସେ ମସ୍ତିଷ୍କ ରୋଗରେ ପୀଡିତ ଥିଲେ । ଏଥିପଇଁ ତାଙ୍କୁ ଭେଣ୍ଟିଲିଟରରେ ରଖାଯାଇଥିଲା । ତେବେ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୋଶାଲ ସାଇଡରେ ଭାଇରାଲ ହୋଇଥିଲା । ଯାହାର ସ୍ଫଷ୍ଟୀକରଣ କରିଥିିିଲେ ତାଙ୍କ ପୁଅ । ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ତାଙ୍କ ବାପାଙ୍କର ମୃତ୍ୟୁ ହୋଇନାହିଁ । ସେ ତାଙ୍କ ବାପାକୁ ନେଇ ବର୍ତ୍ତମାନ କାନ୍ନଡାର ଏକ ମେଡିକାଲରେ ଚିକିତ୍ସା କରୁଛନ୍ତି । ତେବେ ତାଙ୍କର ଏପରି ମୃତ୍ୟୁକୁ ନେଇ ସାରା ବଲିଉଡ ଜଗତରେ ଏକ ପ୍ରକାରର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଉଲ୍ଲେଖନୀୟ, ବଲିଉଡରେ ଦୀର୍ଘଧ ୪୩ ବର୍ଷର କ୍ୟାରିୟରରେ ସେ ୩୦୦ ଫିଲ୍ମରେ ଅବିନିୟ କରିଛନ୍ତି । ଏହା ସହ ୨୫୦ ଟି ଫିଲ୍ମରେ ଡାଏଲଗ ଲେଖିଛନ୍ତି ।

କାଦରଖାନଙ୍କ ମୃତ୍ୟୁକୁ ନେଇ ଗୁଜବ, ପଢନ୍ତୁ ପୂରା ଖବର…

ମତାମତ ଦିଅନ୍ତୁ

Please enter your comment!
Please enter your name here