ବୁଧବାରରେ ମାଂସ ସିଝା ତରକାର ଖାଆନ୍ତୁ ଏବଂ ଖୁଆନ୍ତୁ…

ଭୁବନେଶ୍ୱର: ଆଜି ହେଉଛି ନୂତନ ବର୍ଷ ଦ୍ୱିତୀୟ ଦିନ | ତେଣୁ ଆଜି ସମଗ୍ର ରାଜ୍ୟ ନୂଆ ବର୍ଷକୁ ଏକ ନୂଆ ପ୍ରଣାଲୀରେ ଆମିଷ କରି ଖାଆନ୍ତୁ ଏବଂ ଖୁଆନ୍ତୁ | ତେବେ ଆଜିର ରୋଷେଇଶାଳାରେ ଶିଖିବା ‘କୁକୁଡ଼ା ମାଂସ ସିଝା ମସଲା’|
ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, କଟା ଟମାଟୋ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ ତେଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ଧୋଇଦେଇ ଏକ ପାତ୍ରରେ ରଖନ୍ତୁ। ଏବେ ଚୁଲିରେ କଡ଼େଇ ବସାଇ କିଛି ପାଣି ଦିଅନ୍ତୁ । ପାଣି ଫୁଟିଗଲା ପରେ ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାନ୍ତୁ । ତା’ପରେ ସେଥିରେ ଚିକେନ୍‌ ପକାନ୍ତୁ । କିଛି ସମୟ ପରେ ସେଥିରେ ହଳଦୀ, ତେଲ, କଟା ପିଆଜ ଓ କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ ଏବଂ ଚିକେନ୍‌କୁ ସିଝିବା ପାଇଁ ସେଥିରେ ଏକ ଡାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ମଝିରେ ମଝିରେ ଡାଙ୍କୁଣୀ ଉଠାଇ ମାଂସକୁ ଅଳ୍ପ ଗୋଳାଇ ଦେଉଥିବେ । ମାଂସ ସିଝି ପାଣି ସବୁ ମରିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘କୁକୁଡ଼ା ମାଂସ ସିଝା ମସଲା’।

ଚାଉଳ ବଟା ଖାସି ମାଂସ ତରକାରୀ ଖାଆନ୍ତୁ ଓ ଶୀତର ମଜା ନିଅନ୍ତୁ