ସମୁଦ୍ର ମଝିରେ ଗୁଳିମାଡ, ଜଣେ ମୃତ, ପଢନ୍ତୁ କଣ ପୂରା ଖବର…

https://www.facebook.com/nnsodia/videos/267154983995629/?t=5

ପାରାଦୀପ: ସମୁଦ୍ର ବିତରେ ଗୁଳି ମାଡ | ବୋଟ୍ ଡ୍ରାଇଭରଙଅକୁ ବାଜିଲା ଗୁଳି | ସମୁଦ୍ର ମଢିରୁ ମିଳିଲା ମୃତ ଦେହ | ଏପରି ଅଭାବନୀୟ ଘଟଣା ଘଟିଛି ପାରାଦୀପ ନିକଟ ଗଭୀର ସମୁଦ୍ର ଭିତରରେ | ତାଙ୍କ ଦେହରେ ଗୁଳି ବାଜିବା କାରଣରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁର ମାୟାଧର ମଲ୍ଲିକ । ସୁଚନାନୁଯାୟୀ, ମାୟାଧର ‘ମାଆ କାନନ୍’ ବୋଟ୍‌ରେ ବାଲେଶ୍ୱର ବଳରାମଗଡ଼ି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ କୋଷ୍ଟଗାର୍ଡଙ୍କୁ ମାୟାଧରଙ୍କ ମୃତଦେହ ମିଳିଥିବା କୁହାଯାଉଛି । ହେଲେ କୋଷ୍ଟଗାର୍ଡ କର୍ମଚାରୀଙ୍କ ଗୁଳିମାଡ଼ରେ ମାୟାଧରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଗଭୀର ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ବେଳେ ଗୁଳିମାଡ଼ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ କୋଷ୍ଟଗାର୍ଡ ଡିଆଇଜି ରାଜେଶ ମକୱାନା ଗୁଳି ମାଡ଼ ଘଟଣାକୁ ସ୍ୱୀକାର କରିଛନ୍ତି । ପାଟ୍ରୋଲିଂ କର୍ମଚାରୀ ଅଟକିବେକୁ କହିବାରୁ ମାୟାଧରଙ୍କ ସମେତ ଅନ୍ୟମାନେ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଗୁଳିମାଡ଼ ହୋଇଛି । ତେବେ ପ୍ରଶ୍ନ ଉଠୁଛି ସେମାନଙ୍କୁ ଗାର୍ଡ ଅଟକାଇବା ବେଳେ କାହିଁକି ଧରା ନଦେଇ ଫେରାର ଉଦ୍ୟମ କରୁଥିଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି |

ତହସିଲ କ୍ୟାର୍ଯ୍ୟାଳୟରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

 

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here