ସୁଟକେସରୁ ମିଳିଲା ୨୫ ବର୍ଷୀୟ ଝିଅର ଶବ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନୃଶଂସୀୟ କାଣ୍ଡ ଘଟିଥିବାର ଦଖେବାକୁ ମିଳିଥାଏ | ତେବେ ଆଜି ମଧ୍ୟ ସେହିପରି ଏକ ଲଜ୍ଜ୍ୟଜନକ କାଣ୍ଡ ସାମନାକୁ ଆସିଛି | ପୂର୍ବ ଦିଲ୍ଲୀର ଅଶୋକ ନଗର ଅଞ୍ଚଳରେ ଏକ ସୁଟ୍‌କେସ୍‌ ମଧ୍ୟରେ ପଶିଥିବା ଗୋଟିଏ ୨୫ ବର୍ଷୀୟ ଝିଅର ଶବ ବୁଧବାର ଦିନ ଉଦ୍ଧାର କରାଯାଇଛି । ପ୍ରଥମେ ସୁଟ୍‌କେସ୍‌ଟିକୁ ଜଣେ ଅଟୋଚାଳକ ଦେଖି ପୁଲିସକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଲରେ ପୁଲିସ ପହଁଞ୍ଚି ସୁଟକେସକୁ ଜବତ କରିଥିଲା | ସୁଟକେସ ଖୋଲିବା ପରେ ଏକ ଢିଅର ଶବ ଥିବା ଦେଖିବାକୁ ପାଇଥିଲା | ଝିଅର ମୁହଁରେ ପୁଲିସ କେତେଗୁଡ଼ିଏ କ୍ଷତ ଚିହ୍ନ ଦେଖିବାକୁ ମଳୁଛି । ଏବଂ ଢିଅଟିର ବାହୁରେ ଥିବା ଟାଟୁରେ ମୋହିତ ବୋଲି ଲେଖାଯାଇଛି । ଘଟଣା ସଂକ୍ରାନ୍ତରେ ପୁଲିସ ତଦନ୍ତ ଆରମ୍ଭ କରିଛି | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଝିଅଟି କିଏ ଏବଂ କିଏ ଏପରି ନୃଶଂସ ଭାବେ ହତ୍ୟା କରି ସୁଟକେସରେ ରଖିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

ନାବାଳକକୁ ଅପହରଣ କଲେ ଯୁବକ, ଥାନାରେ ଓଗାଳିଲେ ଅପହରଣ ପ୍ରକୃତ କାରଣ, ପଢନ୍ତୁ ପୂରା ଖବର…

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here