ପେଟ ଫୁଲିବାକୁ ନେଇ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ଉପାୟ ଏବଂ ପେଟ କମାନ୍ତୁ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବର୍ତ୍ତମାନ ଯୁବପିଢି ନିଜ ଫିଟନେସକୁ ନେଇ ଖୁବ ଚିନ୍ତାଶୀଳ । କାରଣ ବର୍ତ୍ତମାନ ସମସ୍ତେ ସୁସ୍ଥ ଓ ସୁନ୍ଦର ରହିବାକୁ ଚାହୁଁଚନ୍ତି । ତେବେ ନିଜର ଚଳଚଂଚଳ ଜୀବନରେ ଖାଇବା ପାଇବା ଠିକ ରହୁନଥିବାରୁ ଅନେକ ପ୍ରକାରର ନୂଆନୂଆ ରୋଗ ହେଉଥିବାର ଦେଖିବାକୁ ମିଳୁଛି । ତେବେ ସମସ୍ତେ ଫିଟ ରହିବାକୁ ବିଭିନ୍ନ ପ୍ରକାରର ବ୍ୟାୟମ କରିବା ସହ ଜିମ ମଧ୍ୟ ଯାଉଛନ୍ତି । ତେବେ ଏ ସମସ୍ତ ସ୍ଥାନକୁ ଯାଇ ମଧ୍ୟ କେତେକଙ୍କ ପେଟ କମ ହୋଇନଥାଏ । ତେବେ ଏପରି ରୋଗକୁ ବ୍ଲୋଟିଂ ବୋଲି କୁହାଯାଏ । ଯେତେ ବ୍ୟାୟମ କଲେ ମଧ୍ୟ ଏହା କମି ନଥାଏ ।
ତେବେ ଏହି ପେଟ କାହିଁକି ଫୁଲିଥାଏ ଏବଂ କିପରି ଏହାର ସାଇଜ କମିବ ଚାଲନ୍ତୁ ଜାଣିବା ।
ପ୍ରତମତଃ ଚାଲନ୍ତୁ ଜାଣିବା ଏହି ପେଟ କାହିଁକି ବଢିଥାଏ ।
୧.ପାଉଁରୁଟି, ଦୁଗ୍ଧ ଜାତୀୟ ଖାଦ୍ୟ ଓ ମାଂସ ଭଳି ଖାଦ୍ୟ ପେଟ ଫିଲାର କାରଣ ହୋଇଥାଏ ।
୨.ପ୍ରୋଟିନକୁ ହଜମ କରିବାରେ ଶରୀରରେ ହେଉଥିବା ସମସ୍ୟା ଲାଗି ମଧ୍ୟ ପେଟ ଫୁଲିଥାଏ ।
୩. ଡିହାଇଡ୍ରେସନ ଲାଗି ମଧ୍ୟ ପେଟ ଫୁଲିଥାଏ ।
ଶରୀରରେ ଫ୍ଲୁଇଡ ରିଟେନ୍ସନ-
୧. ମାସିକ ଧର୍ମ ସମୟରେ କିମ୍ବା କୌଣସି ହାଜ୍ନୋନ ପରିବର୍ତ୍ତନ ଯୋଗୁଁ ଏହା ହୋଇଥାଏ ।
୨. ଲେମ୍ବୁ ପାଣି ପିଅନ୍ତୁ – ହଜମକ୍ରିୟା ଲାଗି ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଅନ୍ତୁ । ଏହା ବ୍ୟତୀତ ଆପଣ ଗ୍ରିନ ଟି ରେ ମଧ୍ୟ ଲେମ୍ବୁ ମିଳାଇ ଜଳଖିଆ ଖାଇବା ସମୟରେ ମଧ୍ୟ ସେବନ କରିପାରିବେ ।
୩. କ୍ଷାର ଜାତୀୟ ଖାଦ୍ୟ କାଆନ୍ତୁ ନାହିଁ- ଯଦି କ୍ଷୀର ବା କ୍ଷୀର ତିଆରି ଦ୍ରବ୍ୟ ଖାଇବା ପରେ ପେଟ ଫୁଲୁଛି ତାହେଲେ ଏହି ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ ।
୩. ଖାଦ୍ୟରେ ଫାଇବର ମାତ୍ରା କମ କରନ୍ତୁ- ତନ୍ତୁଜାତୀୟ ଖାଦ୍ୟରେ ଏମିତି ତତ୍ତ୍ୱ ରହିଛି, ଯାହା ଆପଣଙ୍କୁ ଓଡନ କମ କରିବା ପାଇଁ ସାହାଯ୍ୟ କରିଥାଏ । ଯଦି ଆପଣ ଫାଇବର ଖାଇବାରେ ଅଭ୍ୟସ୍ତ ନୁହଁନ୍ତି ତାହାହେଲେ ପେଟ ଫୁଲିବା ସମସ୍ୟାରେ ରହିଥାଏ ।
୪ ପ୍ରଚୁର ପାଣି ପିଅନ୍ତୁ- ଅନେକ ମନରେ ଭ୍ରାନ୍ତ ଧାରଣା ଥାଏ ଯେ ଅଧିକ ପାଣି ପିଇଲେ ପେଟ ଫୁଲିଥାଏ । ମାତ୍ର ଏହା ସମ୍ପୂଣ୍ଣ ଭୁଲ । ଆମ ଶରୀରକୁ ବହୁତ ପରିମାଣରେ ପାଣି ଓ ଫ୍ଲୁଇଡ୍ସର ଆବଶ୍ୟକତା ରହିଥାଏ । ଖାଦ୍ୟ ଖାଇ ଯଦି ଘରୁ ବାହାରଛନ୍ତି ତେବେ ପ୍ରଚୁର ପରିମାଣରେ ପାଣି ପିଇ ଘରୁ ବାହରନ୍ତୁ । ଯାହାଦ୍ୱାରା ଖାଦ୍ୟ ପଚିବାରେ ସହଜ ହୋଇଥାଏ ।

ଦାନ୍ତର ଯତ୍ନ କିପରି ନେବେ, ପଢନ୍ତୁ ଏହି ଖବରରେ….

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here