ବସ୍ତିରେ ବିସ୍ଫୋରଣ, ୮ ଆହତ

ରାଉରକେଲା, ଆଜି ରାଉରକେଲାର ମଧୁସୂଦନପାଲି ତେଲୁଗୁ ବସ୍ତିରେ ବଡଧରଣର ବିସ୍ଫୋରଣ ହୋଇିଛି । ଏହି ବିସ୍ଫୋରଣରେ ୬ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣରେ ଅନେକ ଘର ଭାଙ୍ଗି ଯାଇଛି । ତେବେ ଭଙ୍ଗା ଘର ତଳେ ମଧ୍ୟ କିଛି ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣରେ ପ୍ରାୟ ୧୦ ରୁ ଅଧିକ ଘର ଛିନଛତ୍ର ହେବା ସହ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଛି । ଏଥିସହ କିଛି ଘରର ଛାତ ମଧ୍ୟ ଉଡି ଯାଇଛି । ଏହି ବିସ୍ଫୋରଣ ପରେ କିଛି ଘରେ ନିଆଁ ଲାଗି ରହିଛି । ନିଆଁକୁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଲାଗିରହିଛି । ତେବେ ଗ୍ୟାସ ସିଲିଣ୍ଡର ସହ ଗଚ୍ଛିତ ବାଣ ରହିଥିବା ହେତୁ ଏହିପରି ବଡ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here