ଆସନ୍ତାକାଲି ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇବ ରାଜ୍ୟ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର : ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାର ସମସ୍ୟା ରାଜ୍ୟରେ ବଢି ବଢି ଚାଲିଛି । ଓଡିଶାର ଯୁବକ ଏବଂ ଯୁବତୀମାନେ ନିଯୁକ୍ତି ଦେବା ପରିବର୍ତେ ରାଜ୍ୟ ସରକାର ସେମାନଙ୍କୁ ପ୍ରତାରିତ କରିଚାଲିଛନ୍ତି । ରାଜ୍ୟସରକାର ନିଯୁକ୍ତି ନଦେଇ ସବୁ ସମୟରେ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲି ରାଜ୍ୟର ସମସ୍ତଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକା ଅଭିଯାନ କରାଯିବ । ରାଜ୍ୟସରକାରଙ୍କ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଥିବା ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ଗୁଡିକ ସରକାରୀ ବା ବେସରକାରୀ କୌଣସି ସ୍ଥାନରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରକିୟାରେ ସହାୟତା ଦେବା ପାଇଁ କୌଣସି ଭୂମିକା ନଥିବାବେଳେ ଏହି ଅଫିସଗୁଡିକ କାହିଁକି ଖୋଲା ରହିବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

୨୦୦୮ ମସିହାରେ ଶିଳ୍ପ ମାନଙ୍କରେ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ ଅର୍ଦ୍ଧ କୁଶଳୀ ଏବଂ ୩୦ ପ୍ରତିଶତ କୁଶଳୀ ପଦବୀରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ ବୋଲି ସରକାରୀ ସ୍ତରରେ ନିଷ୍ପତି ହୋଇଥଲି । । ରାଜ୍ୟ ସରକାର ଏହାକୁ ଲାଗୁ କରିବାରେ ବିଫଳ ହୋଇଛନ୍ତି । ସେହିପରି ବଡ ବଡ କଂପାନୀମାନଙ୍କ ସହ ରାଜ୍ୟସରକାର କରିଥିବା ଏମଓୟୁ ମଧ୍ୟରେ କେଉଁ କେଉଁ ଶିଳ୍ପରେ କେତେଜଣ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । କଂପାନୀମାନଙ୍କ ସହ ଏମଓୟୁର ମନିଟରିଂଗ କରିବା ପାଇଁ ଆରପ ିଡ ିଏସି ରହିଛି । ତାହାକୁ ଆରଡିସି ପରିଚାଳନା କରନ୍ତି । ଆରଡିସି ମାନେ କେତେଥର ଆରପିଡିଏସି ମିଟିଂ ଡାକିଛନ୍ତି ତାହା ବି ସ୍ପଷ୍ଟ ହେବା ଦରକାର । ପ୍ରାଇଭେଟ କଂପାନୀ ମାନଙ୍କ ଠାରୁ
ଚାନ୍ଦା ନେଇ କେବଳ ଦଳୀୟ ପାଣ୍ଠି ବୃଦ୍ଧି କରିବା ଛଡା ବିଜେଡି ସରକାର ଆଉ କିଛି ଜାଣି ନାହିଁ । ତେବେ ଆରଡିସି ରାଜ୍ୟସରକାର କି କେନ୍ଦ୍ରସରକାରଙ୍କ ଅଧିନରେ ଯାଉଛି ତାହା ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଶାସକ ଦଳର ବିଧାୟକ ସଂଜୟ ଦାସବର୍ମା ମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ମେଳା ନାଁରେ ୪୦ ହଜାର ପିଲାଙ୍କ ଠାରୁ ୧ଶହ ଟଙ୍କା ଠକି ନେଇଥିଲେ । ସେହି ଟଙ୍କାକୁ ହଡପ କରି ଗୋଟିଏ ବି ନିଯୁକ୍ତି କୌଣସି ପିଲାକୁ ଦେଇନାହାଁନ୍ତି । କେନ୍ଦ୍ରୀୟ ପିଏସୟୁରେ ଯେଉଁଠି ନିଯୁକ୍ତି ସୁଯୋଗ ରହିଛି ତାକୁ ଭଣ୍ଡୁର କରିବାର ବାଟ କରୁଛନ୍ତି ରାଜ୍ୟସରକାର । ଯଦି କୈାଣସି ପିଏସୟୁ ଏମଓୟୁର ଖିଲାଫ କରିଛି ତେବେ ତାହା ବିରୁଦ୍ଧରେ ରାଜ୍ୟସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟର ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପ।।ଇଁ ଚାହୁଁଥିବା ସମୟରେ ରାଜ୍ୟସରକାର ସବୁ ସମୟରେ ବାଧକ ସାଜୁଛନ୍ତି । ରାଜ୍ୟରେ ତୈଳ ରିଜର୍ଭର ପାଇଁ ରାଜ୍ୟ ସରକାର ସ୍ଥାନ ଦେଉନାହାଁନ୍ତି । ଏନଟିପିସି ଏବଂ ଡିଟିପିଏସ ୧୦ ହଜାର କୋଟି ଟଙ୍କା ଅନୁମୋଦନ ହେବା ପରେ ରାଜ୍ୟସରକାର ଏହାକୁ ଅନୁମୋଦନ କରୁନାହାଁନ୍ତି । ଏମ୍ପେ୍ଲୟମେଂଟ ଏକ୍ସଚେଞ୍ଜରେ କେତେ ଜଣ ପିଲା ନିଜ ନାଁ ରେଜିଷ୍ଟ୍ରେସନ କରିଛନ୍ତି ଆଉ କେତେ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ଆର୍ଥିକ ଗତିବିଧି ନ ଥବି । କାରଣରୁ ରାଜ୍ୟର ଯୁବକ ଯୁବତୀମାନେ ରୋଜଗାରରୁ ଦୂରରେ ଅଛନ୍ତି । ରାଜ୍ୟରେ ଶିଳ୍ପଗୁଡିକରେ ବିକାଶ ହେଉନାହିଁ । ୧୯ ବର୍ଷର ଶାସନରେ ସ୍ଥାଣୁତା ଓ ଅପାରଗତା କାରଣରୁ ସାଧାରଣ ଓଡିଆ ଯୁବକ ଯୁବତୀ ସେମାନଙ୍କର ହକରୁ ବଂଚିତ ହେଉଛନ୍ତି । ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗରୁ ବଂଚିତ ହୋଇ ଓଡିଶାର ଯୁବ ଶକ୍ତି ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛି । ଆଗାମୀ ଦିନରେ ଯଦି ରାଜ୍ୟସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରନ୍ତି ତେବେ ବେକାର ଯୁବକ ଯୁବତୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜେପି ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ନାୟକ, ସଂଯୋଜକ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।