ଦିଲ୍ଲୀ ମହିଳା କମିଶନରଙ୍କ ଚିଠି ମୁଖ୍ୟମନ୍ତ୍ରୀ ଓ ପୋଲିସର ପାରିବାପଣିଆର ପ୍ରମାଣପତ୍ର : ବିଜେପି

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଗୃହ ବିଭାଗର ପୋଲିସ ନାବାଳିକା ଧର୍ଷଣକାରୀ ଆଉ ଅପହରଣକାରୀଙ୍କୁ ସାହାଯ୍ୟ କରେ ଆଉ ସୁରକ୍ଷା ଦିଏ । ଏକଥା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ଆଗରୁ ଅନେକ ଥର କହି ଆସିଛି । ଏବେ ଏକଥାରେ ମୋହର ମାରିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତୀ ମାଲିଓାଲ । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କର ସେହି ଗୋଟିଏ ଚିଠି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏକ ଭୟଙ୍କର ଦୃର୍ବଳତାକୁ ପଦାରେ ପକାଇଛି ।

 ମହିଳା କମିଶନ ଅଧ୍ୟକ୍ଷାଙ୍କର ସେହି ଗୋଟିଏ ଚିଠି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏକ
ଭୟଙ୍କର ଦୃର୍ବଳତାକୁ ପଦାରେ ପକାଇଛି
 ଜଣେ ନାବାଳିକା ଅପହର୍ତାଙ୍କୁ ପୋଲିସ୍ କାହିଁକି ଜାଣିଶୁଣି ନିଜ ହାତପାହାନ୍ତାରୁ ଛାଡିଲା?
 ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ଚିଠିର ୨ ଦିନ ପରେ ବି ମୁହଁ ଖୋଲୁନି ମୁଖ୍ୟମନ୍ତ୍ରୀଙ୍କର

ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସେହି ଚିଠିଟି ହେଉଛି ମୁଖ୍ୟମନ୍ତ୍ରୀ ଓ ଓଡିଶା ପୋଲିସର ଅପାରଗତାର ପ୍ରମାଣପତ ବୋଲି ଏକ ସାମ୍ବାଦିକ
ସମ୍ମିଳନିରେ କହିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା । ଯେତେବେଳେ ୨୦୧୭ ମସିହାରେ ସୁନ୍ଦରଗଡର ସେହି ୧୬ ବର୍ଷୀୟା ନାବାଳିକା ଝିଅଟିକୁ ଜଣେ ୪୦ ବର୍ଷିଆ ଲୋକଟି ଅପହରଣ କରିଲା ସେତେବେଳେ ଝିଅଟିର ବାପା ପୋଲିସରେ ଅଭିଯୋଗ ଦେଇଥିଲେ । ହେଲେ ଲାଠିପଡା ପୋଲିସ ନିଷ୍କ୍ରିୟତା ପ୍ରକାଶ କରି ସେହି ଘଟଣାରେ କୌଣସି ପଦକ୍ଷେପ ନେଲା ନାହିଁ । ପୋଲିସ ସେହି ଅପହର୍ତାକୁ ନିଜ ହାତପାହାନ୍ତାରୁ ଛାଡିଦେଲା । ଜଣେ ନାବାଳିକା ଅପହର୍ତାଙ୍କୁ ପୋଲିସ୍ କାହିଁକି ଜାଣିଶୁଣି ଛାଡିଲା? କାହାର ଚାପ୍ରେ ପୋଲିସ ଏପରି କରିଲା ବୋଲି ଶ୍ରୀମତି ପରିଡା ପ୍ରଶ୍ନ କରିଛନ୍ତି ।
ପରେ ଅପହର୍ତାମାନେ ସେହି ଝିଅଟିକୁ ରାଜସ୍ଥାନରେ ବିକ୍ରି କରି ଦେଇଥିଲା । ସବୁ ଜାଣିଶୁଣି ବି ଓଡିଶା ପୋଲିସ କିଛି କଲା
ନାହିଁ ବୋଲି ଶ୍ରୀମତି ପରିଡା କହିଛନ୍ତି । ଓଡିଶା ପୋଲିସ ନ୍ୟାୟ ଦେବାରେ ବିଫଳ ହେବା କାରଣରୁ ସବୁ କ୍ଷେତ୍ରରୁ ନିରାଶ ହେଲା ପରେ ଝିଅଟିର ବାପା ଦିଲ୍ଲୀ ମହିଳା କମିଶନଙ୍କ ପାଖରେ ଅଭିଯୋଗ କଲେ । ଦିଲ୍ଲୀ ମହିଳା କମିଶନ ଗୋଟିଏ ଦିନରେ ଝିଅଟିକୁ ଉଦ୍ଧାର କରିପାରିଲେ । ଯାହା ଓଡିଶା ପୋଲିସ ୨ ବର୍ଷରେ କରିପାରିଲେ ନାହିଁ ତାହା ଦିଲ୍ଲୀ ପୋଲିସ ଗୋଟିଏ ଦିନରେ କରିପାରିଲା । ସେହି ଅପହରଣ ମାମଲାରେ ଓଡିଶା ପୋଲିସର ସିଧାସଳଖ ସମ୍ପୃକ୍ତି ଅଛି ଏକଥା ଆଜି ପ୍ରମାଣିତ ବୋଲି ଶ୍ରୀମତି ପରିଡା କହିଛନ୍ତି ।
ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଚିଠି ଦେବାର ଆଜକୁ ୨ ଦିନ ହୋଇଗଲାଣି ହେଲେ ନବିନ ବାବୁ ଆଜି ଯାଏଁ କାହିଁକି ମନ୍ତ୍ୟବ ଦେଉନାହାନ୍ତି । କାହିଁକି ସମ୍ପୃକ୍ତ ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏହା ଗୋଟିଏ ଘଟଣା ବୋଲି ଶ୍ରୀମତି ପରିଡା କହିଛନ୍ତି ।