You are here
Home > ବଡ଼ଖବର > କଣ୍ଣାଟକରେ ବିଜେପି ଗଢିବ ସରକାର,କାଲି ଶପଥ ନେବେ ୟେଦୁରପ୍ପା !

କଣ୍ଣାଟକରେ ବିଜେପି ଗଢିବ ସରକାର,କାଲି ଶପଥ ନେବେ ୟେଦୁରପ୍ପା !

ବାଙ୍ଗାଲୋର : କର୍ଣ୍ଣାଟକ ରାଜନୀତିରେ କାଲିଠୁ ନାଟକ ଚାଲିଥିବା ବେଳେ , ଏହା ଭିତରେ ଏକ ବାଟ ବାହାରିଛି  । ସଂଖ୍ୟାଗରିଷ୍ଠ ଦଳ ବିଜେପି ନା କଂଗ୍ରେସ-ଡେଡିଏସ୍ ର ସଂଖ୍ୟାଗରିଷ୍ଠ ମେଣ୍ଟକୁ ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରଣ କରିବେ, ଏନେଇ  ରାଜନୈତିକ ଟଣାଓଟରା ଚାଲିଥିବା ବେଳେ, ସବୁଠୁ ବଡ ଦଳକୁ ଡାକିବା ପରମ୍ପରା କର୍ଣ୍ଣାଟକ ରାଜ୍ୟପାଳ ଅନୁସରଣ କରିବା ନିଶ୍ଚିତ ହୋଇଛି ।  ରାଜ୍ୟପାଳ ଭଜୁଭାଇ ବାଲା ନିର୍ଣ୍ଣୟ ନେଇଛନ୍ତି। ବିଶ୍ଵସ୍ତ ସୂତ୍ର ମୁତାବକ ରାଜ୍ୟପାଳ ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ଦେଇଛନ୍ତି।  ମାତ୍ର ଏ ପର୍ୟ୍ୟନ୍ତ ରାଜଭବନରୁ ସରକାରୀ ଭାବେ ଏହାର ଘୋଷଣା କରାଯାଇ ନାହିଁ। ଗୁରୁବାର  ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ।  ଅନ୍ୟ ପଟେ ଏହି ଖବର ପରେ କଂଗ୍ରେସ ମହଲରେ ସୃଷ୍ଟି ହୋଇଛି ହଇଚଇ। ଏହା ମଧ୍ୟ ଖବର ଆସୁଛି ଆସନ୍ତାକାଲି ୟେଦୁରପ୍ପା ସକାଳ ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇ ପାରନ୍ତି। ଖବର ମଧ୍ୟ ରହିଛି ଯେ ରାଜ୍ୟପାଳ  ବିଜେପିକୁ ମେ 21 ପର୍ଯ୍ୟନ୍ତ ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଔପଚାରିକ ଘୋଷଣା କରାଯାଇ ନାହିଁ। ବୁଧବାର ସନ୍ଧ୍ୟାରେ  ବିଜେପି କର୍ଣ୍ଣାଟକ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦର ମଦ୍ୟ ରାଜ୍ୟପାଳଙ୍କ ପକ୍ଷରୁ ସରକାର ଗଠନ କରିବାର ଆମନ୍ତ୍ରଣ ମିଳିଥିବା ସୂଚନା ଦେଇଛନ୍ତି।

କଂଗ୍ରେସର ନିସର୍ତ୍ତ ସମର୍ଥନରେ ଜେ.ଡି.ଏସ୍ ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଥିବା ବେଳେ , ବିଜେପିର ରଣନୀତି ଆଗରେ ଫେଲ୍ ମାରିବାକୁ ଯାଉଛିରିସର୍ଟ ପଲିଟିକ୍ସ । ସେପଟେ ମେଣ୍ଟକୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ଆମନ୍ତ୍ରଣ ନକଲେ ରାଜଭବନ ଆଗରେ କଂଗ୍ରେସ୍ ଓ ଜେଡିଏସ୍ ବିଧାୟକ ଧାରଣାରେ ବସିବେ ବୋଲି କହି ସାରିଛନ୍ତି । ସେପଟେ ବିଜେପି ନାଁରେ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି ଉଭୟ ଜେଡିଏସ୍ ଓ କଂଗ୍ରେସ ।  ପ୍ରତି ବିଧାୟକଙ୍କୁ ଶହେ କୋଟି ଟଙ୍କା ଏବଂ କ୍ୟାବିନେଟ୍ ବର୍ଥର ଲୋଭ ଦେଖାଇ ବିଜେପି ଏଭଳି ଚାଲ୍ କରିଥିବା କହିଛନ୍ତି ଜେଡିଏସ୍ ମୁଖ୍ୟ ଏଚ୍. ଡି. କୁମାରସ୍ବାମୀ । ଯାହାକୁ ବିଜେପି ଖଣ୍ଡନ କରି ସାରିଛି । ତେବେ ବିଜେପିକୁ ସରକାର ଗଢିବାକୁ ଆମନ୍ତ୍ରଣ କରିବା ପରେ ପ୍ରଶ୍ନ ଉଠୁଛି ବିଜେପି କିଭଳି ମ୍ୟାଜିକ୍ ନମ୍ବର ପାଇଁ ଆବଶ୍ୟକ ବିଧାୟକ ଯୋଗାଡ଼ କରିବ । ଏଥିରେ ଘୋଡା ବୋପାର ହେବାର ସମ୍ଭାବନା ରହିଛି କି ।  ଗୃହରେ ଶକ୍ତି ପରୀକ୍ଷା ବେଳେ କଂଗ୍ରେସ କି ଜେଡିଏସ୍ ର କିଛି ବିଧାୟକ ଭୋଟ୍ ରୁ ବିରତ ରହିଲେ ବିଜେପି ତାର ଲକ୍ଷ୍ୟ ହାସଲ କରିପାରବ ।

Loading...
ONA

Leave a Reply

Top