ରାଜ୍ୟସରକାରଙ୍କ ୧୮ ବର୍ଷରେ ୩୬ ମହାଦୁର୍ନୀତି ଚାର୍ଜସିଟ ଆଣିଲା ବିଜେପି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର : ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ବଖାଣିଛନ୍ତି ସଫଳତା, ଆଉ ଏହା ଭିତରେ ଖୁଣ ଖୋଜିଛନ୍ତି ବିରୋଧୀ । ୧୮ ବର୍ଷର ଶାସନରେ ୩୬ଟି ମହାଦୁର୍ନିତୀ ଅଭିଯୋଗକୁ ଏକାଠି କରି ବିଜେପି ଜାରି କରିଛି ପୁସ୍ତିକା । ଏସବୁ ମହାଦୁର୍ନୀତି ନେଇ ତୃଣମୂଳ ସ୍ତରକୁ ଯିବ ଦଳ । ସେପଟେ ବିଜେପିର ଅଭିଯୋଗକୁ କଟାକ୍ଷ କରିଛି ବିଜେଡି । ସେପଟେ କଂଗ୍ରେସ ଉଭୟଙ୍କୁ ଦୁର୍ନୀତିର ଛୁଞ୍ଚି ଓ ଚାଲୁଣି ବୋଲି କହିଛି ।

ରାଜ୍ୟସରକାରଙ୍କ ୧୮ ବର୍ଷରେ ୩୬ ମହାଦୁର୍ନୀତି ଖୋଜିଛି ବିଜେପି ।  ଦୁର୍ନୀତିର ହିସାବକୁ ଏକାଠି କରିଛି ପୁସ୍ତିକାରେ । ଚିଟଫଣ୍ଡ ଦୁର୍ନିତୀରେ ୨୨ ହଜାର ୯୦୧, ଖଣି ଦୁର୍ନୀତିରେ ୫୯ ହଜାର, ଡାଲି ଦୁର୍ନିତୀରେ ୭ କୋଟି , ମନରେଗାରେ ୨୦ ହଜାର କୋଟି, ବାଲିଘାଟ ଦୁର୍ନୀତିରେ ୧୮ ହଜାର କୋଟି, କୃଷିଋଣ ଦୁର୍ନୀତିରେ ୧୫ ହଜାର କୋଟି, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଦୁର୍ନୀତିରେ ୧୪ ଶହ କୋଟି ଦୁର୍ନୀତି ଏମିତି ଲମ୍ବା ତାଲିକା ଦେଇଛି ବିଜେପି । ମହାଦୁର୍ନୀତି ଅଭିଯୋଗର ଚାର୍ଜସିଟର ଏହି ବୁକଲେଟ ନେଇ ତୃଣମୂଳ ସ୍ତରକୁ ଯିବ ବୋଲି କହିଛି ଦଳ ।

ଶାସକ ବିଜେଡି କିନ୍ତୁ ବିଜେପି ମହାଦୁର୍ନିତୀର ଚାର୍ଜସିଟକୁ ହିଟଲରଙ୍କ ପ୍ରେପାଗାଣ୍ଡା ମନ୍ତ୍ରୀ ଗୋବେଲ୍ସଙ୍କ ଥିଓରି ବୋଲି କଟାକ୍ଷ କରିଛି । ରାଜ୍ୟ ସରକାରଙ୍କୁ ବଦନାମ କରି ବିଜେପି ସତ୍ତା ଦଖଲ କରିବାକୁ ଚାହୁଁଛି,   ଓଡିଶାବାସୀ ତାଙ୍କ କଥାରେ ଭଳିବେ ନାହିଁ, ବିଜେପିର ସ୍ପପ୍ନ ଆକାଶ କଇଁଆ ଚିଲିକା ମାଛ ହେବ ବୋଲି ବିଜେଡି କହିଛି । କଂଗ୍ରେସ କହିଛି ଉଭୟ ଦଳ ଦୁର୍ନୀତିରେ ଛୁ଼୍ଞ୍ଚି ଓ ଚାଲୁଣି ପରି ।

ପାଖେଇ ଆସୁଛି ନିର୍ବାଚନ । ଏହାକୁ ଆଖିରେ ରଖି ଗୋଟେ ପଟେ ସରକାରୀ ଦଳ ସଫଳତାର କାହାଣୀ କହୁଥିବା ବେଳେ ଅନ୍ୟପଟେ ବିଫଳତା ଅଭିଯୋଗକୁ ଅତ୍ସ କରୁଛନ୍ତି ବିରୋଧୀ ।

ମତାମତ ଦିଅନ୍ତୁ

Please enter your comment!
Please enter your name here