You are here
Home > ପଲିଟିକ୍ସ > ଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପିଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପି

ଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପିଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପି

ଭୁବନେଶ୍ୱର  : କେନ୍ଦ୍ର କ୍ୟାବିନେଟ୍ରେ ଧାନ ସମେତ ଆଉ ୧୪ଟି ଖାଦ୍ୟ ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତି ଐତିହାସିକ ଅଟେ । ସହାୟକ ମୂଲ୍ୟକୁ ଉତ୍ପାଦନ ମୂଲ୍ୟର ଦେଢ ଗୁଣ କରିବାର ପ୍ରତିଶ୍ରୁତି ପାଳନ କରିଥିବାରୁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୦ ଟଙ୍କା ପର୍ଯ୍ୟନ୍ତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଭାରତ ଇତିହାସରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣାର ସର୍ବକାଳୀନ ରେକର୍ଡ ।

 ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

 ସହାୟକ ମୂଲ୍ୟକୁ ଉତ୍ପାଦନ ମୂଲ୍ୟର ଦେଢ ଗୁଣ କରିବା ପାଇଁ ମୋଦି ସରକାର ତାଙ୍କର ପ୍ରତିଶ୍ରୁତି ପାଳନ କରିଛନ୍ତି

 ଧାନ ସହାୟକ ମୂଲ୍ୟରେ ୨୦୦ ଟଙ୍କା ପର୍ଯ୍ୟନ୍ତ ଏମଏସପିରେ ବୃଦ୍ଧି ସର୍ବକାଳୀନ ରେକର୍ଡ 

 ରାଜ୍ୟର ଶାସକ ବିଜେଡି ଚାଷୀ ମାନଙ୍କୁ ସହାୟତା ପ୍ରଦାନ ବଦଳରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି

ମୋଦି ସରକାରଙ୍କର ଚାଷୀଙ୍କୁ ସହଯୋଗର ହାତ ବଢାଇବା ପାଇଁ ଧାନ ସମେତ ଡାଲି ଓ ତୈଳ ବୀଜ ଉପରେ ସହାୟକ ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରି ଉତ୍ପାଦନ ମୂଲ୍ୟ ଉପରେ ୧.୫ଗୁଣ ବୃଦ୍ଧି କେନ୍ଦ୍ର ସରକାରଙ୍କର ଏକ ବିରାଟ ପଦକ୍ଷେପ ଓ ଏହା ଚାଷୀ ମାନଙ୍କୁ ବିଶେଷ ଭାବେ ସହାୟକ ହେବ । ଧାନର ଉତ୍ପାଦନ ମୂଲ୍ୟ ୧୧୬୬ ଟଙ୍କା ନିର୍ଦ୍ଧାରଣ ହୋଇଥିବା ବେଳେ ବିକ୍ରୀର ସହାୟକ ମୂଲ୍ୟ ୧୭୫୦ ଟଙ୍କା ଏବଂ ୧୭୯୦ଟଙ୍କା ହେବା ଫଳରେ ଓଡ଼ିଆ ଚାଷୀଙ୍କୁ ବଂଚିବାର ରାହା ମିଳିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅପରପକ୍ଷରେ ରାଜ୍ୟର ଶାସକ ବିଜେଡି ଚାଷୀ ମାନଙ୍କୁ ସହାୟତା ପ୍ରଦାନ ବଦଳରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ନିର୍ଦ୍ଧାରିତ ନୂତନ ସହାୟକ ମୂଲ୍ୟ ଅନୁଯାୟୀ ଆଗାମୀ ଖରିଫ ସିଜିନରେ ଓଡ଼ିଶାର ପ୍ରତିଟି ମଣ୍ଡିରେ ଠିକ୍ ଢ଼ଙ୍ଗରେ କେମିତି ଚାଷୀ ଧାନ ବିକ୍ରୀ ରକିବାର ସୁଯୋଗ ପାଇ ପାରିବେ ଓ ଅଭାବୀ ବିକ୍ରୀ ନହେବ, ସେକଥା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଜେପି ଚେତାବନୀ ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାହ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।କେନ୍ଦ୍ର ସରକାରଙ୍କ ଏଭଳି ଐତିହାସିକ ନିଷ୍ପତିକୁ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଖୁସିରେ ବାଜା ବଜାଇ ନାଚ ଗୀତ କରି ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କୃଷି ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Loading...
ONA

Leave a Reply

Top