ପଲିଟିକାଲ ସ୍ଲୋଗାନ : କଂଗ୍ରେସ ମୁକ୍ତ ଭାରତକୁ ଏବେ କାଉଣ୍ଟର କରିବ ବିଜେପି ମୁକ୍ତ ଭାରତ

0
1

ଭୁବନେଶ୍ବର : କଂଗ୍ରେସ ମୁକ୍ତ ଭାରତକୁ ଏବେ କାଉଣ୍ଟର କରିବ ବିଜେପି ମୁକ୍ତ ଭାରତ । କର୍ଣ୍ଣାଟକ ନିର୍ବାଚନ ପରେ ବିଜେପି ବିରୋଧୀଙ୍କୁ ଏକାଠି କରିପାରିଥିବା କଂଗ୍ରେସ ଏବେ ଲୋକସଭା ଓ ବିଧାନସଭା ଉପ ନିର୍ବାଚନ ଫଳାଫଳକୁ ଦେଖି ଆହୁରି ଉତ୍ସାହିତ ହୋଇପଡ଼ିଛି । ମୋଦିଙ୍କୁ ସାମ୍ନ କରିବା ପାଇଁ କଂଗ୍ରେସ ମହାମେଣ୍ଟ ଫର୍ମୁଲା ଏବେ ଦମ୍‌ ଭରିଛି ବୋଲି ଭାବୁଛି ଦଳ । ତେଣୁ ୨୦୧୯​‌ରେ ଏହି ଫର୍ମୁଲାକୁ ଆପ୍ଲାଏ କରିବା ମୁଡ୍‌ରେ ଅଛି କଂଗ୍ରେସ । ତେଣୁ ବିଜେପିକୁ କାଉଣ୍ଟର କରିବାକୁ ବିଜେପି ମୁକ୍ତ ଭାରତର ସ୍ଲୋଗାନ୍‌କୁ ଜୋର୍‌ଦାର କରିବାକୁ ଅଣ୍ଟା ଭିଡ଼ିଛନ୍ତି ଦଳୀୟ ନେତା ।   ବିଜେପିର ନାରା ଥିଲା କଂଗ୍ରେସ ମୁକ୍ତ ଭାରତ । ପୂରା ଦେଶକୁ ଗେରୁଆ କରିବା ଯୋଜନାରେ ଥିବା ବିଜେପିକୁ ଜବାବ୍‌ ଦେବାକୁ ଏବେ ଅଣ୍ଟା ଭିଡ଼ିଛି କଂଗ୍ରେସ । ବିଜେପି ବିରୋଧୀ ମେଣ୍ଟ ସଫଳତାକୁ ଦେଖି ଉତ୍ସାହିତ ଅଛନ୍ତି କଂଗ୍ରେସ ନେତା । ପୂର୍ବରୁ କର୍ଣ୍ଣାଟକରେ ଜେଡିଏସ ସହ ମେଣ୍ଟ କରି ସରକାର ଗଢ଼ିଥିବାରୁ କଂଗ୍ରେସର ଉତ୍ସାହିତ ଥିଲା । ଆଉ ଏବେ ୪ ଲୋକସଭା ଏବଂ ୧୦ ବିଧାନସଭା ଉପନିର୍ବାଚନରେ ବିଜେପି ବିରୋଧୀ ମେଣ୍ଟର ପ୍ରାର୍ଥୀ ଜିତିବା, କଂଗ୍ରେସର ମନୋବଳକୁ ଆହୁରି ବଢ଼ାଇଛି । ତେଣୁ କଂଗ୍ରେସ ମୁକ୍ତ ଭାରତ ବିଜେପିର ଷ୍ଟ୍ରାଟେଜିକୁ କାଉଣ୍ଟର କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି କଂଗ୍ରେସ ନେତା । ଅଣବିଜେପି ବିରୋଧୀଙ୍କୁ ଏକାଠି କରିବାରେ ସଫଳ ହୋଇଥିବା କଂଗ୍ରେସ ଏବେ ବିଜେପିର ବିଜୟ ରଥରେ ବ୍ରେକ୍‌ ଲଗାଇପାରିବ ବୋଲି ଭାବୁଛି । ତେଣୁ ଆଗକୁ କଂଗ୍ରେସ ନୁହେଁ, ବରଂ ବିଜେପି ମୁକ୍ତ ଭାରତର ନାରାକୁ ଜୋର୍‌ଦାର୍‌ କରିବାକୁ ନୂଆ ଯୋଜନା କରିଛି ଦଳ ।

କଂଗ୍ରେସର ଏଭଳି ନାରା ଏବେ ବିଜେପିକୁ ଟିକେ ଅଡ଼ୁଆ ଲାଗୁଛି । ବିହାରରେ ନୀତିଶ ଓ ଲାଲୁଙ୍କ ଉଦାହାରଣ ପେଶ୍‌ କରିଛି ଦଳ । ବିହାରରେ ଯେମିତି ନୀତିଶ, ଲାଲୁଙ୍କ ହାତ ଛାଡିଲେ ଠିକ୍ ସେମିତି ଆଗକୁ ବିଜେପି ବିରୋଧୀ ମେଣ୍ଟରେ ଥିବା ଦଳ ଗୁଡ଼ିକ ପରସ୍ପରର ହାତ ଛାଡ଼ିବେ ବୋଲି ଦାବି କରିଛି ବିଜେପି । ସମସ୍ତଙ୍କୁ ଏକାଠି କରିବାରେ ସଫଳ ହୋଇଛି ବୋଲି କଂଗ୍ରେସ ଯେଉଁ ସ୍ବପ୍ନ ଦେଖୁଛି ତାହା ବେଶୀ ଦିନ ରହିବନି । ଏପଟେ ବିଜେପି ଆଉ କଂଗ୍ରେସ ନେତାଙ୍କ ହୋ-ହଲ୍ଲାକୁ ଦେଖି  ଚୁଟ୍‌କି ନେଇଛନ୍ତି ବିଜେଡି ନେତା । କହିଛନ୍ତି ଏସବୁ ଦୁଇ ଦଳଙ୍କ ପଲିଟିକାଲ ସ୍ଲୋଗାନ  । ହେଲେ  ବିଜେଡି କିନ୍ତୁ ଉଭୟ ଦଳ ଠାରୁ ସମ ଦୂରତା ମେଣ୍ଟନ୍‌ କରୁଛି ।

୨୦୧୯ ନିର୍ବାଚନରେ ମୋଦିଙ୍କୁ ଅଟକାଇବାକୁ ଯୋଜନା କରିଛି ପ୍ରସ୍ତୁତ କରିଛି କଂଗ୍ରେସ ।  ମୋଦି ବିରୋଧୀ ମେଣ୍ଟ ଫର୍ମୁଲାକୁ ଜୋର୍‌ଦାର୍‌ କରିବାକୁ ଏବେ ବିଜେପି ମୁକ୍ତ ଭାରତର ନୂଆ ନାରା ମାର୍କେଟ୍‌କୁ ଛାଡ଼ିଛି ।

LEAVE A REPLY

Please enter your comment!
Please enter your name here