ବିଜେପିର ମିଶ୍ରଣ ପର୍ବ , ରାଜ୍ୟରେ କେବଳ ବିଜେପି ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବ୍ରହ୍ମଗିରୀ ଓ ପରଜଙ୍ଗ ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ ମିଶ୍ର, ଦଶପଲ୍ଲା ଅଂଚଳର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ତଥା ପୁରୀ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସଲିଳା ସେଠୀ ବିଜେପିରେ ସାମିଲ ହୋଇଛନ୍ତି । ବ୍ରହ୍ମଗିରୀ ନିର୍ବାଚନମଣ୍ଡଳୀ କୃଷ୍ଣ ପ୍ରସାଦ ବ୍ଲକ ମାଲୁଦ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟରାମ ଦାସ, ଅବସରପ୍ରାପ୍ତ ଶିକ୍ଷକ ଦାମଦର ଜେନା ବିଜେପିରେ ସାମିଲ ହୋଇଛନ୍ତି । ମାଲୁଦ ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ତ୍ରିନାଥ ପାହାଣ , ବିଜୁଯୁବ ସଭାପତି ଟୁନା ପାହାଣ, ବିଜେଡିର ସକ୍ରିୟ କର୍ମୀ ଭ୍ରମରବର ସାହୁ , ସିଲୁ ଦାସ, ସୁକେଶ ରଂଜନ ଦାସ, ମୁକ୍ତି ରଂଜନ ପ୍ରଧାନ, ଗାଭାସ୍କର ପ୍ରଧାନ, ଉତମ ଜେନା, ଦେବେନ୍ଦ୍ର ନାଥ ଦାସ, ଶ୍ରୀହରି ଜେନାଙ୍କ ସମେତ ଶତାଧିକ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ ପଂଚାୟତର ନାଗେତା ପ୍ରଧାନ, ଭରଦ୍ୱାଜ ପ୍ରଧାନ,
ରତ୍ନାକର ପ୍ରଧାନ, ଜନାର୍ଦ୍ଦନ ସିଂ, ସଂଜୟ ବେହେରା, ସର୍ବେଶ୍ୱର ସେଠୀ, ଯଦୁମଣି ପାତ୍ର , ନିର୍ମଳ ପାତ୍ର, ବିରେନ୍ଦ୍ର ପାତ୍ରଙ୍କ ସମେତ ଶତାଧିକ ଶତାଧିକ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟପଟେ ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିବା ସହ ବିଜେଡି ଦଳର ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ଲିପ୍ତ ବୋଲି
ଅଭିଯୋଗ କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଫିସର ଅଶୋକ ତ୍ରିପାଠୀ, ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର. ଅନୁଗୁଳ ଜିଲ୍ଲା ସଭାପତି ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରକ୍ଷକ ଆଜି ଭକ୍ଷକ ହୋଇଛନ୍ତି , ପ୍ରଜାତନ୍ତ୍ରରେ ଏପରି କଥା ବହୁତ ନିନ୍ଦନୀୟ-ଧର୍ମେନ୍ଦ୍ର ପ୍ରଧାନ