ମେକ୍ ଇନ୍ ବିଜେଡି,ବ୍ରେକ୍ ଇନ୍ ଓଡିଶା: ବିଜେପି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ରାଜ୍ୟସରକାର ଶିଳ୍ପ ସମୃଦ୍ଧିର ଆଶା ଦେଖାଇ ରାଜ୍ୟବାସୀଙ୍କୁ ନିରାଶ ଭିତରକୁ ଠେଲିବାକୁ ପ୍ରସ୍ତୁତ
ହୋଇ ସାରିଲେଣି । ରାଜ୍ୟସରକାର ମେକ୍ ଇନ୍ ଓଡିଶା କନକ୍ଲେଭକୁ ମେକ୍ ଇନ୍ ବିଜେଡି ଓ ବ୍ରେକ୍ ଇନ୍ ଓଡିଶାରେ ପରିଣତ କରିଛନ୍ତି ।
ରାଜ୍ୟରେ ଶିଳ୍ପ ସମୃଦ୍ଧି କରିବା ପାଇଁ ବିଜୁଳି, ପାଣି, ଭିତିଭୂମି ଓ କଂଚାମାଳ ଦରକାର । ଏହାର ଅଭାବରେ ଶିଳ୍ପର ସମୃଦ୍ଧି ହେବା ଅସମ୍ଭବ ।
ସେହିପରି ଓଡିଶାରେ ଶିଳ୍ପ ବିକାଶ ଦିଗରେ କମ୍ ମୂଲ୍ୟ ଓ ଉତମ ମାନର ନରି ନ୍ତର ବିଜୁଳି ବଡ ପ୍ରତିବନ୍ଧକ ବୋଲି ଓଡଶି । ସରକାରଙ୍କ ମେକ୍
ଇନ୍ ଓଡିଶା କଲକ୍ଲେଭ ପୂର୍ବରୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓଡିଶାର ଶିଳ୍ପାୟନ ଓ ମେକ୍ ଇନ୍ ଓଡିଶାର
ସଫଳତା ପାଇଁ ଉପଯୁକ୍ତ ବିଜୁଳି ବ୍ୟବସ୍ଥା ନକରି ଶିଳ୍ପାୟନର ନାରା ସଫଳ ହୋଇ ପାରିବ ନାହିଁ । ଏଥିପାଇଁ ସରକାର ଶିଳ୍ପ ପାଇଁ ବିଜୁଳିର ମୂଲ୍ୟ
ଓ ବିଜୁଳି ସଂକ୍ରାନ୍ତୀୟ ଅନ୍ୟାନ୍ୟ ଦିଗ ପ୍ରତି ପ୍ରଥମେ ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡିଶାରେ ବିଜୁଳି ମହଙ୍ଗା । ନଜି ସ୍ୱ ଅମାପ କୋଇଲା ଓ ପ୍ରଚୁର ଜଳସମ୍ପଦ ଥିବା ସତ୍ୱେ ବି ଓଡିଶାରେ ବିଜୁଳିର ଦର ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ଅଛି । ଓଡଶି ।ରେ ଶିଳ୍ପ ସଂସ୍ଥା ମାନଙ୍କୁ ୟୁନିଟ ପିଛା ଟଙ୍କା ୫.୭୦ ପଇସା ଦେବାକୁ ପଡିୁଥିବା ବେଳେ ଗୁଜୁରାଟ ଯେଉଁଠି ଆଦୌ କୋଇଲା ନାହିଁ ସେଠାରେ ୟୁନିଟ ପିଛା ମୂଲ୍ୟ ହେଉଛି ଟ୪.୫୦ ପଇସା ।
ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ଯେଉଁଠି ଆଦୌ କୋଇଲା ନାହିଁ ସେଠାରେ, ଅଣୁ ଓ କ୍ଷୁଦ୍ର ଶିଳ୍ପ ପାଇଁ ସରକାର ବିଶେଷ
ରିହାତି ଦେଇ ଶସ୍ତାରେ ବିଜୁଳି ଦେଉଛନ୍ତି । ୟୁନିଟ ପିଛା ମାତ୍ର ୨ ଟଙ୍କା ୬୦ ପଇସାରେ ସେଠାର ଶିଳ୍ପସଂସ୍ଥା ମାନଙ୍କୁ ବିଜୁଳି ମିଳୁଥିବାବେଳେ
ଓଡିଶାରେ ସେପରି କିଛି ବ୍ୟବସ୍ଥା ନାହିଁ । ଯେଉଁ ଶିଳ୍ପ ମାନଙ୍କର ବେଶି ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ଅଛି ବା ଯେଉଁ ଗୁଡିକ ପରିବେଶ ଅନୁକୁଳ
ଶିଳ୍ପ ବସାଇବେ ସେମାନଙ୍କ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ରିହାତି ବିଜୁଳି ଯୋଗାଣର ନୀତିଗତ ବ୍ୟବସ୍ଥା ଥିବାବେଳେ ଓଡିଶା ସରକାରଙ୍କର
କୌଣସି ବ୍ୟବସ୍ଥା ନଥିବା ବେଳେ ଶିଳ୍ପଦ୍ୟୋଗୀ ମାନେ କାହିଁକି ଓଡିଶା ପ୍ରତି ଆଗ୍ରହୀ ହେବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ବିଗତ ୧୯ ବର୍ଷର ସ୍ଥିର ସରକାର ପରେବି ରାଜ୍ୟରେ ନିଜସ୍ୱ ବିଦ୍ୟୁତ ଉତ୍ପାଦନ ବଢିପାରିନାହିଁ । ସେହି ସମୟରେ ଗୁଜୁରାଟରେ
ନିଜସ୍ୱ ୩୬୦୦ ମେଗାୱାଟ ତାପଜ ବିଜୁଳି ଉତ୍ପାଦନ ବଢି ମୋଟ ୮୦୦୦ ମେଗାୱାଟରେ ପହଂଚିଥିବାବେଳେ ଓଡିଶାରେ ଏହା ମାତ୍ର ଯେଉଁ
୪୨୦ ମେଗାୱାଟରେ ଥିଲା ସେତିକିରେ ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଓଡିଶାରେ ବନ୍ଦହୋଇଯାଇଥିବା ଶିଳ୍ପ ସଂସ୍ଥା ମାନଙ୍କର ରେକର୍ଡକୁ ଦେଖିଲେ ସେମାନଙ୍କ ଉପରେ ପ୍ରଚୁର ମାତ୍ରାରେ ବକେୟା ବିଜୁଳି
ବିଲ୍ ପଡିଛି । ଏହି ବାକିଥିବା ବିଜୁଳି ବିଲକୁ ଦେଖିଲେ ଲାଗୁଛି ବିଜୁଳିର ଅଧିକ ଦର ସେମାନଙ୍କର କାରଖାନା ବନ୍ଦ କରିବା ପଛରେ ଏକ ପ୍ରମୁଖ
କାରଣ । ଅମାପ କୋଇଲା ସମ୍ପଦ ଥିବା ସତ୍ୱେ ଇଛାଶକ୍ତିର ଅଭାବ କାରଣରୁ ବଜି ୁଳି ଉତ୍ପାଦନ ବ୍ୟାହତ ହୋଇଛି । ଏହାସହ ଦୁର୍ନୀତି ଖୋର
ମନୋଭାବ ପାଇଁ ଓଡିଶା ଆଜି ଶିଳ୍ପାୟନରେ ପଛରେ ପଡିଛି । ଆମ କୋଇଲାରେ ଆଜି ଆନ୍ଧ୍ର ପ୍ରଦେଶ ଆଉ ଗୁଜୁରାଟ ଭଳି ରାଜ୍ୟରେ ବିଜୁଳି
ଉପ୍ତାଦନ ହେଉଛି ହେଲେ ସେଠାରେ ମିଳୁଛି ଶସ୍ତା ବିଜୁଳି ଅଥଚ ଓଡିଶାରେ ବଜି ଳୁ ି ଦର ଅଧିକ । ଏପରି ସ୍ଥିତିରେ କାରଖାନା ମାନେ କିପରି
ଓଡିଶାକୁ ଆସିବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଓଡିଶାର ଦ୍ରୁତ ବିକାଶ ପାଇଁ ତଥା ଚାଷୀର ଅର୍ଥନୀତିକୁ ମଜଭୂତ କରିବା ପାଇଁ କୃଷିଭିତି ଶିଳ୍ପର ବିକାଶ ଅତ୍ୟନ୍ତ ଜରୁରୀ । ଓଡିଶାରେ
ଶିତଳ ଭଣ୍ଡାର ଭଳି କୃଷିଭିତିକ ଓ କୃଷି ପ୍ରକିୟା କରଣ ଶିଳ୍ପ ପାଇଁ ମଧ୍ୟ ବିଜୁଳ ମୂଲ୍ୟରେ ରିହାତି ନାହିଁ । ରାଜ୍ୟ ସରକାର ଜାଣିଶୁଣି ବିତରକ
କମ୍ପାନୀମାନଙ୍କର ରିର୍ଫମ କାଗଜପତ୍ରରେ ରଖି ମାଲିକାନାରେ ସରକାରୀ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହାର ମୁଖ୍ୟ କାରଣ ହେଉଛି
ପିସି କାରବାର କରିବା ପାଇଁ ବିଜୁଳି କ୍ଷେତ୍ରରେ ଅରାଜକତାକୁ ରାଜ୍ କରିଦେଇଛନ୍ତି । ଓଡିଶାରେ ବିଦ୍ୟୁତ ଭିତିଭୂମିର ବିକାଶ କାମ ପାଇଁ ଯେଉଁ
ଟ୍ରାନସମିଶନ ଏବଂ ଗ୍ରୀଡ୍ କାମ କରାଯାଇଥିଲେ ଟିଏନଡି ଏବଂ କମର୍ସିଆଲ ଲସ କମ୍ ହୋଇଥାନ୍ତା , ବିତରକ କମ୍ପାନୀ ମାନଙ୍କ ଠାରୁ ଆର୍ଥିକ
ଲାଭନେବା କାରଣରୁ ଟିଏନଡି ଏବଂ କମର୍ସିଆଲ ଲସ୍ ରେ ଓଡିଶା ଦେଶର ୧ ନମ୍ବର ସ୍ଥାନରେ ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଓଡିଶାରେ ବିଦ୍ୟୁତ ଉତ୍ପାଦନ ବଢିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ରାଜ୍ୟ ସରକାର ଭଣ୍ଡରୁ କରୁଛନ୍ତି । ତାଳଚେରରେ ଟିଟିପିଏସ
ତାପଜ ବିଦ୍ୟୁତ କେନ୍ଦ୍ରକୁ ୧୦ ହଜାର କୋଟିରେ ହେବାକୁ ଥିବା ପ୍ରକଳ୍ପ ନିର୍ମାଣକୁ ରାଜ୍ୟ ସରକାରଙ୍କ ସିଙ୍ଗୋଲ ଉଣ୍ଡୋ ବ୍ୟବସ୍ଥା ଅନୁମତି ନଦେଇ
ଏ ପ୍ରକଳ୍ପକୁ ପକାଇ ରଖିଛି । ଏଥିପାଇଁ ରାଜ୍ୟ ସରକାର ରାଜ୍ୟର ଅସଲ ଶିଳ୍ପାୟନରେ ବାଧକ ସାଜିଥିବା ସ୍ପଷ୍ଟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତାର ମାତ୍ରା ଏତେ ଅଧିକ ଯେ, ଖୋଦ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲାରେ
ଦଶମ ଅର୍ଥ କମିଶନରେ ଆସିଥିବା ବିଜୁଳି ଭିତିଭୂମି ନିର୍ମାଣ ପ୍ରକଳ୍ପ କାମ ଆଜି ବି ଶେଷ ହୋଇନାହିଁ । ଆଇପିଡଏି ସ ସହରୀ ଯୋଜନାରେ
୧୦୮୩ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଇଥିବା ବେଳେ ସେଥିରୁ ମାତ୍ର ୧୭ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି । ଠିକାଦାର ମାନଙ୍କ
ସହ ପିସି ଛିଣ୍ଡିବା ବିଳମ୍ବ ପାଇଁ ରାଜ୍ୟର ଖାଉଟି ଓ ଶିଳ୍ପାୟନକୁ ଅଣଦେଖା କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଶିଳ୍ପାୟନ ପାଇଁ ଜରୁରୀ ୪୦୦ କେଭି ବିଜୁଳଷ୍ଟେସନ ଗୁଜୁରାଟ ଓ ଆନ୍ଧ୍ରରେ ଅନେକ ମାତ୍ରାରେ ଥିବାବେଳେ ଓଡିଶାରେ ଏହି ସଂଖ୍ୟା
ମାତ୍ର ୩ ରେ କାହିଁକି ରହିଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
(

ମତାମତ ଦିଅନ୍ତୁ

Please enter your comment!
Please enter your name here