You are here
Home > ବଡ଼ଖବର > ବିଜେପି ବିବାଦ: ବିଶ୍ୱଭୁଷଣଙ୍କ ମତକୁ ମନମୋହନଙ୍କ ବିରୋଧ

ବିଜେପି ବିବାଦ: ବିଶ୍ୱଭୁଷଣଙ୍କ ମତକୁ ମନମୋହନଙ୍କ ବିରୋଧ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନଙ୍କ ମତକୁ ନେଇ ତାଙ୍କ ଦଳ ଭିତରେ ବିବାଦ ଦେଖା ଦେଇଛି । ଶ୍ରୀ ହରିଚନ୍ଦନଙ୍କୁ ଅନ୍ୟ ନେତା ବିରୋଧ କରିବା ପାଇଁ ଆଗେଇ ଆସିଛନ୍ତି । ବିଜେଡି-ବିଜେପି ମେଂଟ ସରକାରରେ ବିଜେପି ହାତରେ ବିଭାଗରେ ଯେଉଁ ତୃଟି ହୋଇଥିବ ସେଥିପାଇଁ ସେମାନେ ଦାୟି ରହିବେ ବୋଲି ଶ୍ରୀ ହରିଚନ୍ଦନ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଥିଲେ । କିନ୍ତୁ ମେଂଟ ସରକାର ସମୟରେ ମନ୍ତ୍ରୀ ଥିବା ଅନ୍ୟତମ ବରିଷ୍ଠ ନେତା ମନମୋହନ ସାମଲ ବିରୋଧ କରିଛନ୍ତି । ମେଂଟ ସରକାରରେ ଥିବା ବେଳେ ବିଜେପି ମନ୍ତ୍ରୀ ମାନେ କୌଣସି ଭୁଲ କରିନାହାନ୍ତି । କିଛି ଭୁଲ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାଡ଼ି ନ ଥାନ୍ତେ । ଏପରିକି ଶ୍ରୀ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି କିଛି ତୃଟି ବାହାର କରିଦେଲେ ସେ ସାମାଜିକ ଜୀବନରୁ ଅବ୍ୟାହତ ନେବେ ।
ଶ୍ରୀ ହରିଚନ୍ଦନ ସାକ୍ଷାତକାର ଦେବା ବେଳେ କହିଥିଲେ ମେଂଟ ସରକାରରେ ଥିବା ବେଳେ ବିଜେଡି ମନ୍ତ୍ରୀ ଯଦି ତାଙ୍କ ବିଭାଗରେ ଭୁଲ କରିଥିବେ ସେଥିପାଇଁ ସେ ଦାୟି ରହିବେ । ବିଜେପି ମନ୍ତ୍ରୀଙ୍କ ହାତରେ ଯେଉଁ ବିଭାଗ ଥିବ ସେଥିରେ ସେ ଫେଲ୍ ମାରିଥିବେ କିମ୍ବା କିଛି ବ୍ୟତିକ୍ରମ କରିଥିବେ । ସେଥିପାଇଁ ସେ ଦାୟୀ ରହିବେ । ଶାସନରେ ରହିବେ ଦାୟି ରହିବେନି କେମିତି ?
କିନ୍ତୁ ଶ୍ରୀ ହରିଚନ୍ଦନଙ୍କ ଏହି ମତ ସହ ଶ୍ରୀ ସାମଲ ସହମତ ହୋଇନାହାନ୍ତି । ସେ କହିଛନ୍ତି “ବିଜେପିର କୌଣସି ମନ୍ତ୍ରୀ ଭୁଲ କରିନାହାନ୍ତି । ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ । ମୁଁ ଯେତିକି ବୁଝିଛି ବିଜେପି ମନ୍ତ୍ରୀ ମାନଙ୍କ କ୍ରେଡିଟ ସେମାନେ ଯେଉଁ କାମ କରିଛନ୍ତି ସବୁ ଠିକ କରିଛନ୍ତି । ଭୁଲ କିଛି କରି ନାହାନ୍ତି । ଯଦି ଟିକିଏ ବି ଭୁଲ କାମ କରିଥାଆନ୍ତେ ତେବେ ଆଜି ଯେଉଁମାନେ ୯ ବର୍ଷଧରି ସରକାରରେ ଅଛନ୍ତି ସେ ତାକୁ ଖୋଳିତାଡ଼ି ଲୋକଙ୍କ ସାମନାକୁ ଆଣି ଆମକୁ ନିନ୍ଦିତ, ଅପମାନିତ ବା ଲଜ୍ଜିତ କରିଥାଆନ୍ତେ । କିନ୍ତୁ କରିପାରି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଖୋଲା ଆହ୍ୱାନ ଦେଉଛି ଗୋଟି ଗୋଟି କରି ମନ୍ତ୍ରୀଙ୍କର ଭୁଲ ତୃଟିକୁ ଖୋଜନ୍ତୁ । ଯଦି ଗୋଟିଏ ସାମାନ୍ୟତମ ଭୁଲ ତୃଟି ବାହାର କରିଦେବେ ଆମେ ସାମାଜିକ ଜୀବନରେ ରହିବୁ ନାହିଁ ।”

Loading...
ONA

Leave a Reply

Top