କାଳିଆ ଯୋଜନା ବିଜେଡିର ପିସି ଯୋଜନାରେ ପରିଣତ ହୋଇଯାଇଛି :ବିଜେପି

ଭୁବନେଶ୍ୱର, ତା ୧୧/୦୧: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବିଜେଡିର ପିସି ଯୋଜନାରେ ପରିଣତ ହୋଇଯାଇଛି ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କାଳିଆ ଯୋଜନା କୃଷକ ମାନଙ୍କ ପାଇଁ ସରକାର କହୁଥିବା ବେଳେ ଏହାକୁ ଦଳୀୟ ପାଣ୍ଠି ଭାବରେ ଖର୍ଚ୍ଚ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ନବୀନ ସରକାର କରିଛନ୍ତି । ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରିବା ବଦଳରେ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି । ରାଜ୍ୟରେ ଭାଗଚାଷୀ ମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି । ଯାହାଫଳରେ ଲକ୍ଷ ଲକ୍ଷ ଭାଗଚାଷୀ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, କାଳିଆ ଯୋଜନାକୁ ନେଇ ଗାଁ ଗାଁରେ ବାଡାବାଡି ଆରମ୍ଭ ହୋଇଯାଇଛି ।

 କାଳିଆ ଯୋଜନା କୃଷକ ମାନଙ୍କ ପାଇଁ ସରକାର କହୁଥିବା ବେଳେ ଏହାକୁ ଦଳୀୟ ପାଣ୍ଠି ଭାବରେ ଖର୍ଚ୍ଚ
କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ନବୀନ ସରକାର
 ପ୍ରକୃତ ଚାଷୀ ମାନଙ୍କୁ ଚିହ୍ନଟ କରିବା ବଦଳରେ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି
 ରାଜ୍ୟରେ ଭାଗଚାଷୀ ମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି
 ଲକ୍ଷ ଲକ୍ଷ ଭାଗଚାଷୀ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି
 କାଳିଆ ଯୋଜନାକୁ ନେଇ ଗାଁ ଗାଁରେ ବାଡାବାଡି ଆରମ୍ଭ ହୋଇଯାଇଛି
 ଯୋଗ୍ୟ ହିତାଧିକାରୀଙ୍କ ମୁହଁକୁ ଚୁପ୍ କରିବା ପାଇଁ ବିଜେଡିର ଗୁମାସ୍ତା ମାନେ ତାଙ୍କର ଗୁଣ୍ଡାବାହିନୀକୁ ଏ
କାମରେ ଲଗାଇଛନ୍ତି
 ନିର୍ବାଚନ ବୈତରଣୀ ପାର୍ ହେବାପାଇଁ ଦଳୀୟ ଆଧାରରେ ଟଙ୍କା ବାଂଟିବା ପାଇଁ ଏହା ନବୀନ ସରକାରଙ୍କ
ଆଉ ଏକ ଚକ୍ରାନ୍ତ
 କାଳିଆ ନାଁରେ ନବୀନ ସରକାର ଓଡିଶାବାସୀଙ୍କ ଆଗରେ ସୁଆଙ୍ଗ କରୁଛନ୍ତି

ପ୍ରକୃତ ଚାଷୀ ମାନେ ତାଙ୍କର ହକ୍ ଦାବି କରୁଥିବା ବେଳେ ବିଜେଡିର ରହିଥିବା ଗୁଣ୍ଡାବାହିନୀ ଏବେ ସେମାନଙ୍କୁ ବାଡାବାଡି କରୁଛନ୍ତି । ଯୋଜନାର ସୁଫଳ ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ମୁହଁକୁ ଚୁପ୍ କରିବା ପାଇଁ ବିଜେଡିର ଗୁମାସ୍ତା ମାନେ ତାଙ୍କର ଗୁଣ୍ଡାବାହିନୀକୁ ଏ କାମରେ ଲଗାଇଛନ୍ତି । ଯାହାଫଳରେ ପ୍ରକୃତ ଚାଷୀ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ନିର୍ବାଚନ ବୈତରଣୀ ପାର୍ ହେବାପାଇଁ ଦଳୀୟ ଆଧାରରେ ଟଙ୍କା ବାଂଟିବା ପାଇଁ ଏହା ନବୀନ ସରକାରଙ୍କ ଆଉ ଏକ ଚକ୍ରାନ୍ତ ବୋଲି କହିଛନ୍ତି ଶ୍ରୀ ମହାନ୍ତି । ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଚାଷୀମାନେ ଏହାର ସୁଫଳ ପାଇବା ପାଇଁ ସ୍ୱର ଉଠାଉଥିବା ବେଳେ ସରକାର ଘଂଟାକୁ ଘଂଟା ନୂଆ ନିୟମ କରି ଚାଷୀମାନଙ୍କୁ ଠକିବା ପାଇଁ ଅପଚେଷ୍ଟା କରୁଛନ୍ତି । ସରକାରଙ୍କ ଅସଲମୁଖା ପଦାରେ ପଡିଛି । ରାଜ୍ୟରେ ଚାଷୀ ହନ୍ତସନ୍ତ ଅବସ୍ଥାରେ ଥିବା ବେଳେ କେବଳ କାଳିଆ ଯୋଜନା ନାଁରେ ନବୀନ ସରକାର ଓଡିଶାବାସୀଙ୍କ ଆଗରେ ସୁଆଙ୍ଗ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।