ସର୍ଭେ ରିପୋର୍ଟ : ବିଦା ହେବେ ୪୩ବିଧାୟକ, ୧୧ ସାଂସଦଙ୍କ ସ୍ଥିତି ଟଳମଳ !

0
2

୨ଥର ସର୍ଭେ ସରିଲାଣି । ଆହୁରି ୨ଥର ହେବ ସର୍ଭେ । ଏବେ ବି ବିଜେଡି ସ୍ରୁିମୋ ନମ୍ବର ୱାନ୍ । କିନ୍ତୁ ପ୍ରଥମ ଦଫାର ପ୍ରାଥମିକ ରିପୋର୍ଟ ଦେଖି ୧୧ସାଂସଦ ନାଁରେ ଛକି ମାରିଲେଣି ନବୀନ । ସେହିରି ଅଧିକାଂଶ ସ୍ଥାନରେ ବିଧାୟକଙ୍କ ଉପରେ ଭୋଟର ବିଗିଡି ଯାଇଛନ୍ତି । ଜୁଲାଇ ସୁଦ୍ଧା ଦ୍ୱିତୀୟ ଧାଡ଼ିର ନେତାଙ୍କୁ ପ୍ରମୋଟ୍ କରି ଡ୍ୟାମେଜ୍ କଣ୍ଟ୍ରୋଲ କରାଯିବ ।
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପରେ ଡରି ଯାଇଥିଲେ ବିଜେଡି ସ୍ରୁିମୋ ନବୀନ ପଟ୍ଟନାୟକ । ବିଜେପିର ଅଗ୍ରଗତିକୁ ନେଇ ଚିନ୍ତିତ ଥିଲେ ବିଜେଡି ନେତୃତ୍ୱ । କଂଗ୍ରେସର ବଡ ନେତା ଓ ବିଜେଡିର ଅସନ୍ତୁଷ୍ଟ ଲିଡର ବିଜେପିରେ ମିଶିବା ଲାଗି ଲାଇନ୍ ଲଗାଇଲେ । କିନ୍ତୁ ବିଜେପୁର ଉପନିର୍ବାଚନ ଫଳାଫଳ ଶାସକ ଦଳର ମନୋବଳକୁ ସୁଦୃଢ କଲା । ବିଜେପୁରରେ ରୀତା ସାହୁଙ୍କ ଏକପାଖିଆ ବିଜୟ, ପଶ୍ଚିମ ଓଡି଼ଶାରେ ବିଜେଡିର ସ୍ଥିତିକୁ ମଜଭୁତ କଲା ଭଲି ଲାଗିଲା । ତେବେ ନିର୍ବାଚନ ଜିତିବାର କଳା ଜାଣିଥିବା ୧୧୭ ବିଧାୟକ ଓ ୨୦ ଲୋକସଭା ସାଂସଦଙ୍କ ଟୋଲି ବିଜେଡି, ୨୦୧୯ ନିର୍ବାଚନ ପାଇଁ ମାର୍ଚ୍ଚରୁ କାମରେ ଲାଗି ପଡିଲାଣି । ପଞ୍ଚମ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ, ଭୋଟରଙ୍କ ମନ ଜାଣିବାକୁ ଏକ ଘରୋଇ ଏଜେନ୍ସି ମାଧ୍ୟମରେ ରାଜ୍ୟବ୍ୟାପୀ ବିଜେଡି ସର୍ଭେ କରିଛି । ଦିଲ୍ଲୀର ଏକ ପ୍ରଫେସନାଲ ଏଜେନ୍ସି ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଆସନର ସର୍ଭେ ଆରମ୍ଭ କଲା । ଏହାରି ଭିତରେ ଲୋକସଭା ଆସନ ଗୁଡ଼ିକର ସର୍ଭେ କାର୍ଯ୍ୟ ସାରିଛି । କିନ୍ତୁ ବିଧାନସଭା ମଣ୍ଡଳିୱାରି ସର୍ଭେ ଚଳାଇଛି । ସେହି ସର୍ଭେ ସଂସ୍ଥାରୁ ଯେଉଁ ପ୍ରାରମ୍ଭିକ ରିପୋର୍ଟ ଆସିଛି ତାହା କୁଆଡ଼େ ବିଜେଡି ଶିବିରରେ କମ୍ପନ ସୃଷ୍ଟି କଲାଣି । ରାଜ୍ୟରେ ସରକାର ବିରୋଧୀ ହାୱାର ଅତି ମାତ୍ରାରେ ବଢ଼ିବାରେ ଲାଗିଛି ବୋଲି ସଙ୍କେତ ଦେଇଛି । ଏପରିକି ଅନେକ ସ୍ଥାନରେ ବିଜେଡି ସାଂସଦ ଓ ବିଧାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ନଥିବାର ପ୍ରମାଣ ଦେଇଛି । ସର୍ଭେର ସତ୍ୟାସତ୍ୟକୁ ବିଜେଡି ସ୍ରୁିମୋଙ୍କୁ ଜଣାଇବା ଲାଗି ଦିଲ୍ଲୀର ସେହି ପ୍ରଫେସନାଲ ସଂସ୍ଥା ଅଧିକାଂଶ ସ୍ଥାନରେ ଲୋକଙ୍କ କଥାବାର୍ତ୍ତାର ଭିଡିଓ ରେକର୍ଡିଂ କରିଥିଲା । ସେହି ଭିଡିଓ ରେକର୍ଡିଂର ସର୍ଭେ ରିପୋର୍ଟ ଦେଖିଲା ପରେ ବିଜେଡି ଶିବିରରେ ଛନକା ପଶିଛି । ତଥାପି ସେହି ରିପୋର୍ଟର ସତ୍ୟାସତ୍ୟ ପରିଖିବା ଲାଗି ନବୀନଙ୍କ ଦିଲ୍ଲୀର ଜଣେ ସାମ୍ବାଦିକ ବନ୍ଧୁ ହସ୍ତକ୍ଷେପ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଦିଲ୍ଲୀର ସେହି ସାମ୍ବାଦିକ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ, ଆଉ ଏକ ପ୍ରଫେସନାଲ ସଂସ୍ଥାକୁ ଦ୍ୱିତୀୟ ଥର ଲୋକଙ୍କ ମତାମତ ଗ୍ରହଣ କରିବାକୁ କୁହାଯାଇଛି । ତେବେ ୮ଟି ଜିଲ୍ଲାର ସର୍ଭେ କରୁଥିବା ଦ୍ୱିତୀୟ ପ୍ରଫେସନାଲ୍ ଏଜେନ୍ସିର ମଧ୍ୟ ସମାନ ରିପୋର୍ଟ ଦେଇଛି । ଯଦିଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ଟପ୍ରେ,ତେବେ ବିଜେଡି ବିଧାୟକ-ସାଂସଦଙ୍କ ଉପରେ ଭୋଟର ଭୀଷଣ କ୍ଷୁବଧ୍ । ସର୍ଭେ ରିପୋର୍ଟ ଆଧାରରରେ ୪୩ ବିଧାୟକଙ୍କ ଉପରେ ସ୍ଥାନୀୟ ଭୋଟର ଖୁସି ନଥିବା ରିପୋର୍ଟ କହୁଛି । ଉପକୂଳ ଓଡ଼ିଶାର ଅନେକ ବିଧାୟକ ମଧ୍ୟ ଭୋଟରଙ୍କ ସ୍କାନରକୁ ଆସି ଯାଇଛନ୍ତି । ସେମାନଙ୍କ ପରଫରମାନ୍ସ ଭଲ ନାହିଁ ବୋଲି ଲୋକେ ସିଧାସିଧା ବତେଇଛନ୍ତି । ସେ ସବୁ ଜାଗାରେ ଯଦି ନୂଆ ମୁହଁ ନ ଦିଆଯାଏ ତେବେ ସ୍ଥିତି ବିଗିଡିବ ବୋଲି ରିପୋର୍ଟ ଚେତେଇ ଦେଇଛି । ବିଶେଷକରି ଉତ୍ତର ଓଡ଼ିଶାରେ ବିଜେଡିର ଜଡ ମଜଭୁତ ଥିଲାବେଳେ ମୟୂରଭଞ୍ଜର ସ୍ଥିତି ଏକଦମ ଖରାପ ବୋଲି ରିପୋର୍ଟ ଆସିଛି । ବିଜେପି – ଜେଏମଏମ ଛାଡି ବିଜେଡିରେ ମିଶି ବିଧାୟକ ହୋଇଥିବା ନେତାଏ, ଶାସକ ଦଳ ପାଇଁ ମୟୂରଭଞ୍ଜରେ କଣ୍ଟା ହେଲେଣି । ଏହି ଜିଲ୍ଲାର ସବୁ ଆସନରେ ବିଜେପିର ସ୍ଥିତି ସୁଦୃଢ ଥିବାବେଳେ ବିଜେଡି ବିଧାୟକଙ୍କୁ ରିିଟ୍ କଲେ ନବୀନଙ୍କ ଇମେଜ୍ରେ ଦାଗ ଲାଗିବା ନିଶ୍ଚିତ ବୋଲି ଚେତାଇ ଦେଇଛି ସର୍ଭେ ସଂସ୍ଥା । ସେହି ରି ଗତଥର ଦଳୀୟ ଟିକେଟରେ ନିର୍ବାଚନ ଲଢି ହାରିଥିବା ନେତାଙ୍କ ଭିତରୁ ୨୪ ପ୍ରାର୍ଥୀଙ୍କର ଲୋକସଂପର୍କ ନାହିଁ ବୋଲି ସର୍ଭେ ରିପୋର୍ଟ କହୁଛି । ତେଣୁ ସମ୍ଭବତଃ ୨୪ ପ୍ରାର୍ଥୀଙ୍କୁ ରି ିଟ୍ କରି ରିସ୍କ ନେବାକୁ ନବୀନ ନିବାସର ବ୍ୟାକରୁମ୍ ମ୍ୟାନେଜରମାନେ ଚାହୁଁନାହାନ୍ତି । ସେଥିଲାଗି ଜିଲ୍ଲା ସର୍ଭେ ଆଳରେ ସେଠାରେ ଫରଫରମାନ୍ସ ଭଲ ନାହିଁ କହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ୍ କାଟିବେ ନବୀନ । ଆଉ ନୂଆ ମୁହଁକୁ ପ୍ରମୋଟ କରିବାକୁ ଗ୍ରିନ୍ ସିଗନାଲ୍ ଦେବେ । ତେବେ ସବୁଠୁ ବଡ ଝଟକା ଆସିଛି ପଶ୍ଚିମ ଓଡ଼ିଶାରୁ । ବିଜେପୁର ଉପନିର୍ବାଚନରେ ଏତେବଡ ସଫଳତା ମିଳିଥିଲେ ମଧ୍ୟ ଏଠାକାର ରିପୋର୍ଟ କିନ୍ତୁ ଦଳ ସପକ୍ଷରେ ଯାଉନାହିଁ । ସେହି ବିରାଟ ବିଜୟ ବରଗଡ,ଭଟଲି ଏବଂ ବିଜେପୁର ବିଧାନସଭା କ୍ଷେତ୍ରରେ ସୀମିତ ରହିବ ବୋଲି ରିପୋର୍ଟ ସଙ୍କେତ ଦେଇଛି । ବଲାଙ୍ଗିର, ସୁବର୍ଣ୍ଣୁର, ସମ୍ବଲପୁର, ଦେବଗଡ, ଝାରସୁଗୁଡା, କଳାହାଣ୍ଡି ଏବଂ ସୁନ୍ଦରଗଡରେ ବିଜେପିକୁ ବ୍ୟାକଫୁଟକୁ ଆଣିାରୁ ନାହାନ୍ତି ସ୍ଥାନୀୟ ବିଜେଡି ନେତୃତ୍ୱ । ତେବେ ଗୁରୁତ୍ୱୂର୍ଣ୍ଣ କଥା ହେଲା ପ୍ରଫେସନାଲ ସର୍ଭେ ସଂସ୍ଥା ସହ ଘରେ ଘରେ ପରିଚିତ ସଂୟସହାୟକ ଗୋଷ୍ଠୀର ଫିଡ୍ବ୍ୟାକ ମଧ୍ୟ ନେଇଛି ବିଜେଡି । ହାଣ୍ଡିଶାଳା ଯାଏଁ ପ୍ରବେଶ ଥିବା ସଂୟସହାୟକ ଗୋଷ୍ଠୀର ମଧ୍ୟ ଏକା ରିପୋର୍ଟ । ୨୦୦୯ ଓ ୨୦୧୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ବିଜୟର ମୁଖ୍ୟ କାର୍ପଟାଦାର ସାଜିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ କାମରେ ଲଗାଇ ଦେଇଛନ୍ତି ସରକାରୀ ବାବୁମାନେ । ଲଗାତର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇ ଭାରତ ବର୍ଷରେ ରେକର୍ଡ ସୃଷ୍ଟି କରିବା ପାଇଁ ନବୀନ ପଟ୍ଟନାୟକଙ୍କ ପୁଲାରିଟ୍ ଯଥେଷ୍ଟ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ଆଶ୍ୱାସନା ଦେଇଛି । ହେଲେ ପଶ୍ଚିମ କଳାହାଣ୍ଡି-ବଲାଙ୍ଗିରି ଏବଂ ମୟୂରଭଞ୍ଜରେ ବିଜେଡି ଲାଗି କାଳ ହେଉଛି ଛତିଶଗଡ ଓ ଝାଡଖଣ୍ଡ ବିଜେପି । ପଡୋଶୀ ଝାଡଖଣ୍ଡ ବିଜେପିର ପ୍ରଭାବକୁ ପ୍ରତିହିତ କରିବାକୁ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ବିଜେଡି ବିଧାୟକ ସକ୍ଷମ ନୁହଁନ୍ତି । ସାମ୍ବିଧାନିକ ପଦରେ ଥିବା ଉପବାଚସ୍ପତି ସାନନ୍ଦା ମାରାଣ୍ଡି ଓ ପୂର୍ବତନ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ସୁଦାମ ମାର୍ଣ୍ଣି ଫଳପ୍ରଦ ହେଉ ନାହାଁନ୍ତି । ଏପରିକି ମୟୂରଭଞ୍ଜ ମହାରାଜା ନିଜ ଗଡ ମୋରଡାକୁ ମଧ୍ୟ ସୁରକ୍ଷିତ ରଖିବାରେ ବିଫଳ ହେଉଛନ୍ତି । ଏଥିାଇଁ ସରୋଜିନୀ ହେମ୍ବ୍ରମଙ୍କ ପରି ନେତ୍ରୀ ରାଜ୍ୟସଭାରୁ ଫେରି ଆସିଲେ ଭଲ
ହେବା ଲୋକମତରୁ ରିପୋର୍ଟରେ ସ୍ଥାନ ପାଇଥିବା କଥା ଖବର ରହିଛି । ସେହି ରି କଳାହାଣ୍ଡି, ନୂଆପଡା, ବଲାଙ୍ଗିରି ଓ ସୁବର୍ଣ୍ଣୁର ଜିଲ୍ଲାରେ ବିଜେଡି ସହ ଭୋଟର ଅଛନ୍ତି, କିନ୍ତୁ ବିଜେପିକୁ କାଉଣ୍ଟର କରିବା ଷ୍ଟାଟେଜୀ ନେବାକୁ ସର୍ଭେ ରିପୋର୍ଟ ସତର୍କ କରି ଦେଇଛି । ତେବେ କଳାହାଣ୍ଡି ଜିଲ୍ଲା ମନ୍ତ୍ରୀ ଶୂନ୍ୟହେବା ପ୍ରଭାବିତ କରିଛି ବିଜେଡିକୁ । କଳାହାଣ୍ଡି ରାଜପରିବାର ବିଜେପି ସହ ଯୋଡି ହେବା ବିଜେଡି ଲାଗି କଣ୍ଟା ହେଉଛି । ଏହାସହ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କ ଅନୁ ସ୍ଥିତ
ବିଜେଡି କର୍ମୀଙ୍କୁ ହତୋତ୍ସାହିତ କରିଛି । ଆଉ ସର୍ଭେ ଚାଲିଥିବା ବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଭବାନୀ ପାଟଣା ଓ ବଲାଙ୍ଗିରି ଗସ୍ତ ଜନମତକୁ ପ୍ରଭାବିତ କଲା ପରି ଲାଗିଲା । ବିଶେଷ କରି ବଲାଙ୍ଗିରିରେ ବିଜେପିର ଯୁବ ସମାବେଶକୁ ନେଇ ବିଜେଡି ବ୍ୟାକଫୁଟ୍କୁ ଚାଲି ଗଲା ପରି ଲାଗୁଛି । ଅନ୍ୟପଟେ ଲୋକସଭା ସାଂସଦମାନଙ୍କର ପ୍ରଦର୍ଶନ ମଧ୍ୟ ଖାସ ନାହିଁ । ପୁରୀ,ଭୁବନେଶ୍ୱର, ବ୍ରହ୍ମୁର, ଆସିକା, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ,
ବରଗଡ ଏବଂ ବଲାଙ୍ଗିରି ପରି ୧୨ଟି ଲୋକସଭା କ୍ଷେତ୍ରରେ ବିଜେଡି ସ୍ଥିତି ଦୋହଲି ଗଲାଣି । ଏଥି ।ଇଁ ସେହି ୧୨ଟି ଲୋକସଭା ଆସନରେ ବିଜେଡି ସ୍ରୁିମୋ ବିକଳ୍ପ ନେତୃତ୍ୱ ଖୋଜି ସାରିଲାଣି । ପୁରୀରୁ ପିନାକୀ ମିଶ୍ରଙ୍କୁ ହଟାଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂ ପଟ୍ଟନାୟକଙ୍କୁ ଲଢାଇବାକୁ ଯୋଜନା
କରିଛନ୍ତି । ସେହି ରି ଭୁବନେଶ୍ୱରରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ସ୍ଥାନରେ ପିନାକୀ ମିଶ୍ରଙ୍କୁ ଡ୍ୟାମେଜ୍ କଣ୍ଟ୍ରୋଲର ଭାବେ ଉପସ୍ଥାପିତ କରିବାକୁ ଚାହୁଁଛି ଶାସକ ଦଳ । ଢେଙ୍କାନାଳରେ ତଥାଗତ ସତପଥୀଙ୍କୁ ରିିଟ୍ ନକରି ନିଧି ସାମଲଙ୍କୁ ଟେଷ୍ଟ କରି ।ରେ ବିଜେଡି । କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କ ସ୍ଥାନରେ କଂଗ୍ରେସର ରାଜ୍ୟସଭା ସାଂସଦ ରଞ୍ଜିବୀ ବିଶ୍ୱାଳଙ୍କ ନାଁ ଫାଇନାଲ ସରିଥିଲା । ଅବଶ୍ୟ ଚିରଞ୍ଜିବୀ ବିଶ୍ୱାଳ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହେବା ପରେ ଭାଇ ରଞ୍ଜିବୀ ଆଉ ଏବେ କଂଗ୍ରେସ ଛାଡି ନପାରନ୍ତି । ସେହି ରି ଯାଜପୁର ସାଂସଦ ରୀତା ତରାଇ ଏବଂ କେନ୍ଦୁଝର ସାଂସଦ ଯଶୋବନ୍ତ ଲାଗୁରୀଙ୍କ ପ୍ରଦର୍ଶନକୁ ନେଇ ଭୋଟର ପୂରା ନିରାଶ । ସେପଟେ ଜେଲେରେ ଷଢୁଥିବା ସାଂସଦ ରାମଚନ୍ଦ୍ର ହାସଁଦାଙ୍କ ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ସଫା ହୋଇଗଲା ।ସେହିରି ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ଶୁଣିଲେ ବ୍ରହ୍ମୁରରେ ଲୋକେ ନାକ ଟେକୁଛନ୍ତି ବୋଲି ସର୍ଭେ ରିପୋର୍ଟ କରିଥିବା ଶୁଣିବାକୁ ମିଳିଛି । ତେଣୁ ତାଙ୍କ ସ୍ଥାନରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଚନ୍ଦ୍ରଶେଖର ସାହୁଙ୍କୁ ୨୦୧୯ରେ ପ୍ରାର୍ଥୀ ହେଉଥିବାର ଇଙ୍ଗିତ ମିଳି ସାରିଲାଣି । ସେହି ରି ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁ ବିଜେଡି ଲାଗି ବୋଝ ହେଲେଣି । ତାଙ୍କୁ ରିପ୍ଲେସ ନକଲେ ଆସିକା ଲୋକସଭା ଆସନ ହରାଇବାକୁ ପଡି ।ରେ ବୋଲି ସର୍ଭେ ରିପୋର୍ଟ ଅନୁମାନ କରିଛି । ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନର ଫଳାଫଳ ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତିକୁ ଦୋହଲାଇ ପାରିନି ବୋଲି ସର୍ଭେ ରିପୋର୍ଟ ଇଙ୍ଗିତ କରିଥିବା ଖବର ରହିଛି । ବିଶେଷ କରି ବଲାଙ୍ଗିରି ଓ ବରଗଡରେ ବିଜେଡି ଲୋକସଭା ସାଂସଦ ବ୍ୟାକଫୁଟ୍ରେ ଥିବା ଜଣା ପଡିଛି । ଏପରିକି ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଆଡରୁଷା, ସୁନ୍ଦରଗଡରେ ବିଜେଡିକୁ ସହାୟକ ହେଉନି । ଏମିତ ସର୍ଭେ ରିପୋର୍ଟ ବିଧାନସଭା କ୍ଷେତ୍ରରୁ ମଧ୍ୟ ଅଧାଅଧି ଆସିଛି । ଯେଉଁ ସ୍ଥାନରେ ସ୍ଥାନୀୟ ବିଧାୟକଙ୍କ ସ୍ଥିତି ଭଲ ନାହିଁ ସେଠାରେ ଦ୍ୱିତୀୟ ଧାଡ଼ିର ନେତାଙ୍କ ତାଲିକା ପ୍ରସ୍ତୁତ କରିବାରେ ଲାଗିଲେଣି ନବୀନ ନିବାସର ମ୍ୟାନେଜରମାନେ । ଦ୍ୱିତୀୟ ଧାଡ଼ିର ନେତାଙ୍କୁ ଖୁବଶୀଘ୍ର ଦଳ ପକ୍ଷରୁ ପ୍ରମୋଟ୍ କରିବା କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ସମ୍ଭବତଃ ଜୁଲାଇ ମାସ ସୁଦ୍ଧା ଦ୍ୱିତୀୟ ଧାଡ଼ିର ନେତାଙ୍କୁ ନିର୍ବାଚନ ମଣ୍ଡଳୀରେ ସାଂଗଠନିକ କାର୍ଯ୍ୟକୁ ବ୍ୟାପକ କରାଇବା ପାଇଁ ବିଜେଡି ନେତୃତ୍ୱ ଗ୍ରୀନ୍ ସିଗ୍ନାଲ ଦେବେ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏମିତ ସର୍ଭେ ପ୍ରତି ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ କରିଥାଏ । କେବଳ ପ୍ରଫେସନାଲ୍ ସଂସ୍ଥା ନୁହେଁ ଗୁଇନ୍ଦା ବିଭାଗ ଠାରୁ ରିପୋର୍ଟ ନିଅନ୍ତି ନବୀନ ନିବାସର ବିଶ୍ୱସ୍ଥ ଅଧିକାରୀ । ଡିଆଇବିର ଅଧିକାରୀମାନେ, ଏସପିଙ୍କୁ ଭୋଟରଙ୍କ ମତାମତର ଆଭାସ ଦେଇଥାନ୍ତି । ସେହି ରିପୋର୍ଟକୁ ଆଧାର କରି ଜିଲ୍ଲା ଏସପିମାନେ ରାଜ୍ୟ ଗୁଇନ୍ଦା ମୁଖ୍ୟଙ୍କୁ ତଥ୍ୟ ଦେଇଥାନ୍ତି । ୩୨ଏସପିଙ୍କ ରିପୋର୍ଟକୁ କମ୍ପଙ୍କଇଲଗ୍ଧ କରି ଗୁଇନ୍ଦା ମୁଖ୍ୟ ନବୀନଙ୍କ ଆଗରେ ସାରା ରାଜ୍ୟର ଚିତ୍ର ଉପସ୍ଥାପନ କରନ୍ତି ବୋଲି କୁହାଯାଏ । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ମଧ୍ୟ ଶାସକ ଦଳ ଲୋକମତ ସଂଗ୍ରହ କରିଥାଏ । ଜିଲ୍ଲାପାଳ, ଏସପି ଏବଂ ପ୍ରଫେସନାଲ୍ ସଂସ୍ଥାର ରିପୋର୍ଟକୁ ଆଧାର କରି ବିଜେଡି କିଏ କେଉଁଠୁ ଲଢିବ ତାହା ସ୍ଥିର କରିଥାଏ । ତେବେ ଏବେକାର ସର୍ଭେ ରିପୋର୍ଟ ଆଧାରରେ ୧୨ ସାଂସଦଙ୍କ ଟିକେଟ୍ କଟିବା ପ୍ରାୟ ନିଶ୍ଚିତ ବୋଲି ଶୁଣିବାକୁ ମିଳିଛି
ସର୍ଭେ ରିପୋର୍ଟ ବିଦା ହେବେ ୪୩ବିଧାୟକ ୧୧ ସାଂସଦଙ୍କ ସ୍ଥିତି ଟଳମଳ

୪ ମନ୍ତ୍ରୀ ଅଡୁଆରେ

ବିଜୟଶ୍ରୀ ରାଉତରାୟ
ନିରଞ୍ଜନ ପୂଜାରୀ
ଅଶୋକ ଚନ୍ଦ୍ର ପଣ୍ଡା
ନୃସିଂହ ଚରଣ ସାହୁ

ଡେଞ୍ଜର ଜୋନ୍ରେ ୪୩ ବିଧାୟକ
୨୪ ହାରୁ ନେତାଙ୍କୁ ମିଳିବନି ଟିକେଟ୍
ଜୁଲାଇରୁ ଏଣ୍ଟ୍ରି ମାରିବେ ନୂଆ ନେତା
ଇମେଜ୍ ହେବ ନୂଆ ନେତାଙ୍କ ଆଧାର
ସ୍ୱଂୟସହାୟକ ଗୋଷ୍ଠୀ ହେବେ ଭରସା
ହାଇଜାକ୍ ହେବେ ୧୦ ନେତା

୧୧ ସାଂସଦଙ୍କ ସ୍ଥିତି ଟଳମଳ
ସାଂସଦ ଆସନ ବିକଳ୍ପ
ପିନାକୀ ମିଶ୍ର ପୁରୀ ଅରୂ ପଟ୍ଟନାୟକ
ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ୱର ପିନାକୀ ମିଶ୍ର
ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମୁର ଚନ୍ଦ୍ରଶେଖର ସାହୁ
ଲଡୁ କିଶୋର ସ୍ୱାଇଁ ଆସିକା ବିକ୍ରମ ପଣ୍ଡା
ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ରଞ୍ଜିବୀ ବିଶ୍ୱାଳ ?
ରୀତା ତରାଇ ଯାଜପୁର …….
ଯଶୋବନ୍ତ ଲାଗୁରୀ କେନ୍ଦୁଝର …….
ରାମଚନ୍ଦ୍ର ହାଁସଦା ମୟୂରଭଞ୍ଜ …….
ତଥାଗତ ସତପଥି ଢେଙ୍କାନାଳ ନିଧି ସାମଲ
ପ୍ରଭାସ ସିଂ ବରଗଡ …….
କଳିକେଶ ସିଂହଦେଓ ବଲାଙ୍ଗିରି …….

LEAVE A REPLY

Please enter your comment!
Please enter your name here