You are here
Home > ଲାଟେଷ୍ଟ > ଏଟିଏମରେ ଟଙ୍କା ଅଭାବ : ବିଜେଡିର ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଏଟିଏମରେ ଟଙ୍କା ଅଭାବ : ବିଜେଡିର ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର : ସାରା ଦେଶରେ ଏଟିଏମ୍‍ ଖାଲି ପଡୁଛି ଓ ଝୁଲା ଯାଇଥିବା ‘ନୋ କ୍ୟାସ୍‍’ ନୋଟିସ୍‍, ଲୋକମାନଙ୍କ ପ୍ରତି ଉପହାସ ସଦୃଶ ହୋଇଛି । ନଗଦ ପାଇଁ ଲୋକମାନଙ୍କର ଧାଁ ଧପଡ଼ ଓ ନାହିଁନଥିବା ଦୁର୍ଦ୍ଦଶା ସବୁଠି ଦେଖିବାକୁ ମିଳୁଛି । ଦେଶ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ବ୍ୟାଙ୍କ ବ୍ୟବସ୍ଥା ଏବେ ଭୁଶୁଡ଼ିବାକୁ ବସିଲାଣି । ଲୋକମାନେ ବ୍ୟାଙ୍କରେ ଟଙ୍କା ରଖିବାକୁ ନିରାପଦ ମନେ କରୁନାହାନ୍ତି । ଏହା ସାମଗ୍ରିକ ଭାବରେ ଆର୍ôଥକ ସ୍ଥିତିକୁ ପ୍ରଭାବିତ କରୁଛି । ଏଭଳି ଅଭିଯୋଗ ନେଇ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେଡି ।
ଏଟିଏମ ଗୁଡିକରେ ଟଙ୍କା ଅଭାବ ପ୍ରତିବାଦରେ ଶନିବାର ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେଡି । ୧୦ଟା ସମୟରେ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜୁ ଯୁବ, ଛାତ୍ର, ମହିଳା, ଶ୍ରମିକ, କୃଷକ ଓ ସମବାୟ ସାମ୍ମୁଖ୍ୟ ତରଫରୁ ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲା ଦଳ । ଦେଶରେ ଉପୁଜୁଥିବା ପରିସ୍ଥିତି ଯୋଗୁ ସାଧାରଣ ଜନତା ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି ସେ ସଂପର୍କରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେଡି ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହା ଦ୍ୱିତୀୟବାର ଅଘୋଷିତ ଆର୍ôଥକ ଜରୁରୀ ପରିସ୍ଥିତି । ସେଥିଯୋଗୁ ଦେଶର ଏଟିଏମ୍‍ଗୁଡିକରେ ଟଙ୍କା ନାହିଁ । ନୋଟ୍‍ବନ୍ଦୀ ବେଳରେ ଉପୁଜିଥିବା ଅବସ୍ଥାର ପୁନରାବୃତ୍ତି ହୋଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଆର୍ôଥକ ପରିଚାଳନା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଏଟିଏମ୍‍ ଫାଙ୍କା ପଡିଛି । ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଭୁଲ ଯୋଗୁ ଆର୍ôଥକ ବ୍ୟବସ୍ଥା ରସାତଳଗାମୀ ହେଉଛି । ପ୍ରଥମେ ନୋଟ୍‍ବନ୍ଦୀ, ପରେ ଏଟିଏମ୍‍ଗୁଡିକରୁ ଟଙ୍କା ଉଭାନ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ । ବିଜେଡି ଏହାର ପ୍ରତିବାଦ ଜଣାଇଛି ।
ଭୁବନେଶ୍ୱରର ୭ଟି ପ୍ରମୁଖ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଦିଆଯାଇଥିଲା । ଆଜିର ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ରିଜର୍ଭ ବ୍ୟାଙ୍କ ସାମ୍ନାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ଦେବାଶିଷ ନାୟକ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ସାଧାରଣ ସଂପାଦକ ଦୁର୍ଗା ସାମନ୍ତରାୟ, ଏଲିନା ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ ଏସ୍‍ବିଆଇ ଆଞ୍ଚଳିକ ମୁଖ୍ୟାଳୟ ସାମ୍ନାରେ ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, କୁନବିହାରୀ ଦାସ, ପ୍ରଦୀପ ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କ୍ରାଉନ୍‍ ହୋଟେଲସ୍ଥିତ ଆହ୍ଲାବାଦ୍‍ ବ୍ୟାଙ୍କ, ୟୁନିୟନ୍‍ ବ୍ୟାଙ୍କ, ବ୍ୟାଙ୍କ ଅଫ୍‍ ଇଣ୍ଡିଆ ସାମ୍ନାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମହିଳା ଭୁବନେଶ୍ୱର ଜିଲ୍ଲା ସଭାପତି ଭାରତୀ ସିଂହ, ମାନସୀ ସୁନ୍ଦରାୟ, ୟୁକୋ ବ୍ୟାଙ୍କ ଏବଂ ପିଏନ୍‍ବି ବ୍ୟାଙ୍କ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍‍ ସେନାପତି, ରଞ୍ଜିତ ମହାପାତ୍ର, ମହର୍ଷି କଲେଜ୍‍ ସ୍ଥିତ ଆଇଡିବିଆଇ ବ୍ୟାଙ୍କ ସମ୍ମୁଖରେ ଉମା ମିଶ୍ରଙ୍କ ସମେତ ବହୁ କର୍ପୋରେଟର୍‍, ବରମୁଣ୍ଡାସ୍ଥିତ ଆନ୍ଧ୍ରାବ୍ୟାଙ୍କ ସମ୍ମୁଖରେ ସୁଜିତ ସ୍ୱାଇଁ, ପ୍ରତାପ ସାହୁ ଏବଂ କଟକ ରୋଡସ୍ଥିତ ଏସ୍‍ବିଆଇ ସମ୍ମୁଖରେ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ପୋରେଟର୍‍ ସାମିଲ ହୋଇଥିଲେ ।

Loading...
ONA

Leave a Reply

Top